ସ୍ପେଶାଲ

ମୁକେଶ ଅମ୍ବାନୀଙ୍କ ବିଜନେସ କୋଉଠୁ କେମିତି ଆରମ୍ଭ …..

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନାମକୁ ନେଇ ଅନେକଙ୍କ ମନରେ ପ୍ରାୟ ଆସିଥାଏ କମ୍ପାନୀ ତେଲ କାରବାର କରେ । କିନ୍ତୁ କଣ ଏତିକି । ନା ରିଲାଏନ୍ସର ଲମ୍ବାଲିଷ୍ଟ ଆଗରେ ରହିବ ଟେଲିକମ କ୍ଷେତ୍ର । ଯେଉଁ ଟେଲିକମ କ୍ଷେତ୍ର ଯେତିକି ଆଗରେ ସେମିତି ଗ୍ୟାସ ସେକ୍ଟରରେ ମଧ୍ୟ ଲଗାତାର ବଢିବାରେ ଲାଗିଛି ରିଲାଏନ୍ସ ପ୍ରାଇଭେଟ ଲିମିଟେଡ । କିନ୍ତୁ ଏହାର ଆରମ୍ଭ ଏଭଳି ନଥିଲା । ଅନେକ ଲୋକଙ୍କୁ ଲାଗେ କି ଏହି କମ୍ପାନୀ କପଡା ବ୍ୟବସାୟରୁ ଆରମ୍ଭ ହୋଇଛି । କିନ୍ତୁ ପ୍ରକୃତ କଥା, ଏହାର ଆରମ୍ଭ ମସଲା ବିଜନେସରୁ । ରିଲାଏନ୍ସ ଇଣ୍ଡଷ୍ଟିର ମୁଳଦୂଆ ଧିରୁଭାଇ ଅମ୍ବାନୀ ରଖିଥିଲେ ଏବଂ ଏହାକୁ ଶୀର୍ଷକୁ ନେବାରେ ବଡ ଭୂମିକା ନିଭାଇଛନ୍ତି ତାଙ୍କ ପୁଅ ମୁକେଶ ଅମ୍ବାନୀ ।

ମୁକେଶ ଅମ୍ବାନୀ ଏହି କମ୍ପାନୀକୁ ସମ୍ଭାଳିବାର ଦାୟିତ୍ୱ ୧୯୮୧ରେ ନେଲେ, ଯେବେ ସେ ବିଦେଶରୁ ପଢାସାରି ଭାରତ ଫେରିଲେ । ପରେ ନିଜ ପିତାଙ୍କ ସହ ମିଶି ତାଙ୍କ ସ୍ୱପ୍ନକୁ ପୂରା କରିବା ଦିଗରେ ଆଗକୁ ବଢିଲେ ମୁକେଶ । ଯାହା ଫଳରେ ରିଲାଏନ୍ସ ଇଣ୍ଡଷ୍ଟିଜ ସଫଳ ହେବାର ସିଡି ଚଢିବାକୁ ଲାଗିଲା ।

ସାଧାରଣତ ଲୋକେ ଜାଣିଛନ୍ତି କି ରିଲାନ୍ସ ଇଣ୍ଡିଷ୍ଟ୍ରଜର ଯାତ୍ରା କପଡା ବ୍ୟାପାରରୁ ହୋଇଥିଲା । କିନ୍ତୁ ଏହା ସତ ନୁହେଁ । ଏହି କମ୍ପାନୀ ମସଲା ବ୍ୟାପାରରୁ ବିଜନେସ କ୍ଷେତ୍ରରେ ପାଦ ଥାପିଥିଲା । ପରେ ପରେ କମ୍ପାନୀ କପଡା, ତେଲ, ଗ୍ୟାସର ବିଜନେସ ଆରମ୍ଭ କଲା । ମସଲାରୁ ଆରମ୍ଭ ହୋଇଥିବା ରିଲାଏନ୍ସ ଏବେ ସଫଳତା ସିଡିର ଶୀଖରରେ । ତାସହ ଟେଲିକମ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢିବାରେ ଲାଗିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ।

ରିଲାଏନ୍ସ ଦେଶର ପ୍ରଥମ ଏଭଳି କମ୍ପାନୀ ଯିଏ ଆଇପିଓ ଅର୍ଥାତ ଇନିସିଆଲ ପବ୍ଲିକ ଅଫରିଙ୍ଗ ଆଣିଥିଲା । ୧୯୭୭ରେ ରିଲାଏନ୍ସ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଡାକ୍ୱିଟି କଲ୍ଚରର ଆରମ୍ଭ କଲା ଓ ଆଇପିଓ ଆଣିଲା । ପୂର୍ବ ସମୟରେ ବି ଲୋକଙ୍କ ବିଶ୍ୱାସ ଏପରି ଥିଲା କି ଆଇପିଓକୁ ୭ଗୁଣା ଯାଏଁ ଅଧିକ ସସକ୍ରାଇବ କରାଯାଇଥିଲା । ଖାସ କଥା ହେଉଛି ସେବିର ସ୍ଥାପନା ଏହି ଆଇପିଓର ଆସିବାର ୧୧ବର୍ଷ ପରେ ୧୯୮୮ରେ ହୋଇଛି ।

ବର୍ଷ ୧୯୭୭ରେ ରିଲାଏନ୍ସର ଜାମନଗର ରିଫାଇନାରୀ କାରଣରୁ ଅତ୍ୟଧିକ ଭାବରେ ପ୍ରଦୂଷଣ ବଢିବା ଆରମ୍ଭ ହେଲା । ଫଳରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଚେତାବନୀ ଦେଲା । ପ୍ରଦୂଷଣ ସହ ଲଢିବା ପାଇଁ ରିଲାଏନ୍ସ ନିଜର ରଣନୀତି ବନାଇଲା । ରିଫାଇନାରୀ ପାଖରେ ପଡିରହିଥିବା ବେକାର ଜମିକୁ ଗ୍ରୀନବେଲ୍ଟରେ ପରିଣତ କଲା କମ୍ପାନୀ । ଏଠାକାର ୬୦୦ଏକର ଜମିରେ ଆମ୍ବଗଛ ଲଗାଯାଇଥିଲା । କିଛି ବର୍ଷ ମଧ୍ୟରେ ଏଠାରୁ ୧୪୦ରୁ ଅଧିକ ପ୍ରଜାତିର ୬୦୦ଟନ ଆମ୍ବର ଉତ୍ପାଦନ ହେବାକୁ ଲାଗିଲା । ଏହିଭଲି ଭାବେ ରିଲାଏନ୍ସ ଦେଶର ସବୁଠୁ ବଡ ଆମ୍ବ ଉତ୍ପାଦନକାରୀ ବନିଗଲା । ରିଲାଏନ୍ସ ଆମ୍ବର ଏହି ବଗିଚାକୁ ଧିରୁ ଭାଇ ଅମ୍ବାନୀ ଲକ୍ଷୀବାଗ ଅମରାଇ ନାମ ଦେଲେ । ମିଡିଆ ରିପୋର୍ଟ ଅନୁସାରେ ଏଠାରେ ୧,୩୮,୦୦୦ରୁ ଅଧିକ ଗଛ ରହିଛି ।

ବ୍ୟବସାୟ କ୍ଷେତ୍ରରେ ଖାଲି ନୁହେଁ ସମାଜ ସୁଧାର କାର୍ଯ୍ୟରେ ବି ରିଲାଏନ୍ସ ଆଗରେ । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ ଲିମିଟେଡ କର୍ପୋରେଟ ସୋଶଲ ରେସ୍ପନ୍ସିବିଲିଟି ଅର୍ଥାତ ସିଏସଆର ଆଧାରରେ ବର୍ଷ ୨୦୨୦-୨୧ରେ ୯୨୧କୋଟି ଖର୍ଚ୍ଚ କରିଛନ୍ତି । ସାମାଜିକ କାର୍ଯକୁ ନେଇ ରିଲାଏନ୍ସର ଲକ୍ଷ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ ଓ ଗ୍ରାମରେ ପରିବର୍ତ୍ତନ ଆଣିବା ପାଇଁ । ତେଣୁ ଏହି ପ୍ରୟାସ ସବୁବେଳେ ରହିଛି ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

22 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

30 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

46 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

51 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago