ନୈନିତାଲର ପ୍ରସିଦ୍ଧ ମୁକ୍ତେଶ୍ୱର ମନ୍ଦିର, ସନ୍ତାନ ସୁଖ ପାଇଁ ଭକ୍ତମାନେ ଏଠାକୁ ଧାଇଁ ଆସନ୍ତି

ହିନ୍ଦୁ ଧର୍ମରେ ଅନେକ ଦେବଦେବୀ ଅଛନ୍ତି। ହିନ୍ଦୁ ଧର୍ମରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ଲୋକଙ୍କର ଭଗବାନଙ୍କୁ ନେଇ ଏକ ବିଶେଷ ଆସ୍ଥା ଦେଖିବାକୁ ମିଳେ। ଆମ ସାରା ଭାରତ ବର୍ଷରେ ପ୍ରତିଟି ସ୍ଥାନରେ ଦେବଦେବୀ ବିଭିନ୍ନ ରୂପରେ ପୂଜା ପାଉଛନ୍ତି। ସେଠାକାର ଲୋକଙ୍କର ବିଶ୍ୱାସ ଓ ଆସ୍ଥା ସେହି ମନ୍ଦିରକୁ ଆହୁରି ଲୋକଲୋଚନକୁ ଆଣିପାରିଛି।

ଆମେ କହୁଛୁ ସୁଦୂର ନୈନିତାଲରେ ଥିବା ଭଗବାନ ଶିବଙ୍କର ପ୍ରସିଦ୍ଧ ମନ୍ଦିର। ଯାହା ମୁକ୍ତେଶ୍ୱର ମନ୍ଦିର ନାମରେ ବେଶ ଜଣାଶୁଣା। ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲାରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରକୁ ଯିବା ପାଇଁ ପଥରର ସିଢ଼ି ରହିଛି। ଏହା ସମୁଦ୍ର ପତନଠୁ ୨୩୧୫ ମିଟର ଉଚ୍ଚତାରେ କୁମାଉଁ ପାହାଡ଼ ଉପରେ ଅଛି। ମୁକ୍ତେଶ୍ୱର ନାମ ୩୫୦ ବର୍ଷ ପୂର୍ବରୁ ଶିବଙ୍କ ନାମରେ ରଖଯାଇଥିଲା। ତେଣୁ ଏହାକୁ ମୁକ୍ତେଶ୍ୱର ଧାମ ବୋଲି ମଧ୍ୟ କୁହାଯାଏ। ଏହା ସହର ମଧ୍ୟରେ ଥିବା ସବୁଠୁ ଉଚ୍ଚା ପାହାଡ଼ ଉପରେ ରହିଛି। ଏହି ମନ୍ଦିର ପାଖରେ ଚୋଲି କି ଜାଲୀ ନାମକ ଏକ ବଡ଼ ଚଟାଣ ମଧ୍ୟ ରହିଛି।

ପୌରାଣିକ ମାନ୍ୟତା ଅନୁସାରେ ଏହା ଭଗବାନ ଶିବଙ୍କ ୧୮ ତମ ମୁଖ୍ୟ ମନ୍ଦିର ମଧ୍ୟରୁ ଏକ। ଏହି ମନ୍ଦିର କୁ ଯିବା ପାଇଁ ହେଲେ ୧୦୦ ଟି ପଥର ସିଢ଼ି ଉପରେ ଚଢ଼ିବାକୁ ପଡ଼ିବ। ମୁକ୍ତେଶ୍ୱର ମହାଦେବ ମନ୍ଦିରରେ ତମ୍ବା ଓ ଧଳା ରଙ୍ଗର ଶିବଲିଙ୍ଗ ରହିଛି। ଶିବଲିଙ୍ଗ ଚାରିପାଖରେ ବ୍ରହ୍ମା, ବିଷ୍ଣୁ, ପାର୍ବତୀ, ହନୁମାନ, ଗଣେଶ ଓ ନନ୍ଦିର ମୂର୍ତ୍ତି ରଖାଯାଇଛି। ଏହି ସ୍ଥାନକୁ ଆସିଲେ ଭକ୍ତଙ୍କୁ ମାନସିକ ଓ ଆତ୍ମିକ ଶାନ୍ତି ମିଳିଥାଏ। ତେବେ ଏଠାରେ ଭଗବାନ ଶିବଙ୍କ ପତ୍ନୀ ତଥା ହିମାଳୟ ପୁତ୍ରୀ ପାର୍ବତୀ ଙ୍କ ସ୍ୱରୂପ ନନ୍ଦା ଦେବୀ ଠୁ ଆରମ୍ଭ କରି ଶିବଙ୍କ ପ୍ରିୟ ତ୍ରିଶୁଳ, ପାଣ୍ଡବ ଙ୍କ ସମ୍ବନ୍ଧିତ ପଞ୍ଚାଚୁଳି ଚୋଟିଆ ରହିଛି। ଏସବୁ ଦେଖିଲେ ଏମିତି ଲାଗେ ଯେପରି ମହାଦେବ ସତରେ ଏଠାରେ ବାସ କରୁଛନ୍ତି।

ପୌରାଣିକ ମାନ୍ୟତାକୁ ଦୃଷ୍ଟିରୁ ଏଠାରେ ମହାଦେବ ପ୍ରତିଦିନ ତପସ୍ୟାରେ ଲୀନ ଥାନ୍ତି। ପାଖରେ ଥିବା ଚୋଲି କି ଜାଲି ପଥର ଚଟାଣକୁ ନେଇ ମଧ୍ୟ ଅନେକ ବିଶ୍ୱାସ ରହିଛି। ସନ୍ତାନ ସୁଖ ପ୍ରାପ୍ତି ପାଇଁ ଆସିଥିବା ମହିଳା ଏହି ପଥରରେ ଥିବା ଛିଦ୍ରକୁ ପାର କରନ୍ତି। ଏମି ତି କଲେ ସେମାନେ ଅବଶ୍ୟ ସନ୍ତାନ ସୁଖ ପ୍ରାପ୍ତ କରନ୍ତି। ଏସବୁ ନେଇ ଏଠାରେ ଅନେକ ବିଶ୍ୱାସ ମଧ୍ୟ ରହିଛି। ତେବେ ଏହା ବ୍ୟତିତ ଏଠାରେ ମହାଦେବଙ୍କୁ ଦର୍ଶନ କରିବା ଦ୍ୱାରା ସମସ୍ତ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଶୁଣିବାକୁ ମିଳିଛି। ଆପଣ ବି ଥରେ ଏଠାକୁ ଯାଇ ବାବାଙ୍କର ଦର୍ଶନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.