ଆର୍ଯ୍ଯନ ଖାନ୍ ଡ୍ରଗ୍ସ ପାର୍ଟି କରୁଥିବା କ୍ରୁଜର ରାତିକ ଭଡା କେତେ ?

ବଲିଉଡ ଇଣ୍ଡଷ୍ଟ୍ରୀ ଗତ କିଛିଦିନ ହେଲାଣି ଡ୍ରଗ୍ସ କେସ ଯୋଗୁଁ ଅନେକ ସମସ୍ଯାର ସାମ୍ନା କରୁଛି। ପ୍ରଥମେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ କେସରେ ଅନେକ ସେଲିବ୍ରିଟିଙ୍କୁ ପଚରାଉଚରା କରାଯାଇଥିଲା। ଏନସିବି ଏହିସବୁ କେସକୁ ତନତନ କରି ଯାଞ୍ଚ କରିଥିଲା। ଏବେ ଏନସିବି ହାତରେ ଲାଗିଛି ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ଯ୍ଯନ। ଡ୍ରଗ୍ସ ନେବା ଏବଂ କିଣାବିକା ମାମଲାରେ ଆର୍ଯ୍ଯନଙ୍କୁ ଗିରଫ କରିଛି ଏନସିବି।

ଖବର ମୁତାବକ, ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ରେଭ ପାର୍ଟିରେ ଧରାପଡିଥିଲେ ଆର୍ଯ୍ଯନ ଖାନ। ଏନସିବି ଟିମ୍ ସେହି କ୍ରୁଜରେ ପାସେଞ୍ଜର ଭାବେ ଯାଇ ଆର୍ଯ୍ଯନଙ୍କ ସମେତ ଅନ୍ଯ ୧୦ ଜଣଙ୍କୁ ଅଟକ ରଖିଥିଲା। ଅଟକ ରଖିବା ସହିତ ପଚରାଉଚରାରୁ ସତ ସାମ୍ନାକୁ ଆସିଥିଲା ଏବଂ ଗିରଫ କରାଯାଇଥିଲା।

ସୁପରଷ୍ଟାର କିଙ୍ଗଖାନଙ୍କ ପୁଅ ଯେଉଁ କ୍ରୁଜରେ ପାର୍ଟି କରୁଥିଲେ, ତାହା ମଧ୍ୟ କୌଣସି ସାଧାରଣ ସିପ୍ ନଥିଲା। ସେଥିରେ ଅନେକ ପ୍ରକାର ସୁବିଧା ରହିଥିଲା। ଏହି କ୍ରୁଜରେ ରାତି ବିତାଇବା କିମ୍ବା ପାର୍ଟି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଏହି କ୍ରୁଜ ୱାଟରଭେବ ଲିଜର ଟୁରିଜିମ ପ୍ରାଇଭେଟ ଲିମିଟେଡ ରହିଥିଲା। ଯାହାର ନାମ କୋରଡେଲିଆ ରହିଥିଲା। ଏହି କ୍ରୁଜରେ ଅନେକ ପ୍ରକାର ସୁବିଧା ଅର୍ଥାତ୍ ଥିଏଟର, ପବ, ବାର୍, ରେଷ୍ଟୁରାଣ୍ଟ, ଫିଟନେସ ସେଣ୍ଟର, ସେଲୁନ, ସ୍ପା, ସୁଇମିଂ ପୁଲ, ଲାଇଭ ବ୍ଯାଣ୍ଡ ,ବଂ ଡିଜେ, ସପିଂ କମ୍ପ୍ଲେକ୍ସ, ନାଇଟ କ୍ଲବ ଇତ୍ଯାଦି ରହିଛି।

କୋରଡେଲିଆ କ୍ରୁଜର ଟୁର ପ୍ଯାକେଜ ଦାମ ୧୭, ୭୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଗୋଟେ ରାତିକୁ ୧୭,୭୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇରୁ ଗୋଆ ଟୁର ପ୍ଯାକେଜ ରାତିକୁ ୫୩,୧୦୦ ଟଙ୍କା ରହିଛି। ଏହି କ୍ରୁଜ ଭାରତରେ ୧୮ ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.