ସ୍ପେଶାଲ

୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ବାହାରିଲା ୧ କିଲୋଗ୍ରାମ ଓଜନର ପଥର

ଜଣେ ୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ୧ କିଲୋଗ୍ରାମ ଓଜନର ପଥରକୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। କୋଲକାତାର ବାସିନ୍ଦା ହେଉଛନ୍ତି ଏହି ବାଳକ । ମୁମ୍ବାଇରେ ଶରୀରରେ ଅସ୍ତ୍ରୋପଚାର କରାଯାଇ ପଥର ବାହାର କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବାଳକ ଜଣକ ଅନାଥ ହୋଇଥିବାରୁ ଡାକ୍ତରମାନେ ତାଙ୍କର ମାଗଣାରେ ଅସ୍ତ୍ରୋପଚାର କରିଥିଲେ। ରୁବେନ ଶେଖ୍‍ ନାମକ ଏହି ବାଳକ ଜନ୍ମ ସମୟରୁ ତାଙ୍କ ମୂତ୍ରାଶୟ ସ୍ପଷ୍ଟ ଭାବରେ ବାହାରକୁ ଦେଖାଯାଉଥିଲା। ତାହାସହିତ ତାଙ୍କର ଯୌନାଙ୍ଗ ମଧ୍ୟ ଠିକ ଆକାରର ନଥିଲା ବୋଲି କୁହାଯାଉଛି । ଚିକିତ୍ସା ବିଜ୍ଞାନ ଅନୁଯାୟୀ ସେ ଏକ୍ସଷ୍ଟ୍ରୋଫାଏ ଏପିସ୍ପାଡିଆସ୍‍ କଂପ୍ଲେକ୍ସ (ଇଇସି)ରେ ଆକ୍ରାନ୍ତ ଥିଲେ। ଏହି ରୋଗରେ ମୂତ୍ରାଶୟରେ ସ୍ୱାଭାବିକ ଭାବରେ ମୂତ୍ର ରହିନଥାଏ, ଯାହାଦ୍ୱାରା ମୂତ୍ର ଅନିୟନ୍ତ୍ରିତ ଭାବରେ ବାହାରିଯାଏ। ଏଭଳି ଶାରୀରିକ ଅବସ୍ଥା ପ୍ରତି ୧ ଲକ୍ଷ ସନ୍ତାନ ଜନ୍ମ କ୍ଷେତ୍ରରେ ଜଣଙ୍କ ଠାରେ ଦେଖିବାକୁ ମିଳିଥାଏ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି।

ମୁମ୍ବଇର ଚିକିତ୍ସକ ଡା. ରାଜୀବ ରେଡକର ଏହି ବାଳକୁ ଦ୍ୱିତୀୟ ଥର ପାଇଁ ନୂଆ ଜୀବନ ଦେଇଛନ୍ତି। ପ୍ରାୟ ୧୫ ବର୍ଷ ତଳେ ସେ ଏହି ବାଳକର ଚିକିତ୍ସା କରିଥିଲେ। ସେହି ସମୟରେ ରୁବେନଙ୍କ ମୂତ୍ରାଶୟ ଆକାର ବୃଦ୍ଧି କରାଯିବା ସହିତ ତାଙ୍କ ପେଟରେ ଏକ ନଳୀ ତିଆରି କରାଯାଇଥିଲା, ଯାହାଫଳରେ ସେ ଏକ କ୍ୟାଥେଟରରେ ପରିସ୍ରା କରିପାରିବେ। ଆପେଣ୍ଡିକ୍ସରୁ ଏହି ନଳୀକୁ ଏକ କ୍ଷୁଦ୍ର ଛିଦ୍ର କରାଯାଇ ମୂତ୍ରାଶୟ ସହିତ ସଂଯୁକ୍ତ କରାଯାଇଥିଲା। ତେବେ ଚିକିତ୍ସା ପରେ ବାଳକ ଜଣକ କୋଲକାତା ଫେରିଯାଇଥିଲେ ତାହା ପରବର୍ତ୍ତୀ ଚିକିତ୍ସା ପାଇଁ ଆଉ ଆସିନଥିଲେ।

ପରବର୍ତ୍ତୀ ସମୟରେ ରୁବେନ ଅସୁସ୍ଥ ଓ ଯନ୍ତ୍ରଣା ଅନୁଭବ କରିବା ସହିତ ମୂତ୍ର ରୋକିପାରୁନଥିଲେ। ଏହାପରେ ସେ ଗତମାସରେ ଡା. ରେଡକରଙ୍କ ସହିତ ଯୋଗାଯୋଗ କରିଥିଲେ। ଜଣେ ବ୍ୟକ୍ତିଙ୍କ ସହିତ ସେ ମୁମ୍ବଇରେ ପହଞ୍ଚିଥିଲେ। ଡା.ରେଡକରଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ତାଙ୍କ ତଳିପେଟରେ ଅସ୍ତ୍ରୋପଚାର କରି ମୂତ୍ରାଶୟରୁ ଏକ ନଡିଆ ଆକାରର ବୃହତ କ୍ୟାଲସିୟମ ଅକ୍ସାଲେଟ ପଥରକୁ ବାହାର କରିଥିଲେ। ଜୁନ ୩୦ ତାରିଖରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଏହି ପଥର ଲମ୍ବ ୧୩.୪ ଇଞ୍ଚ ଏବଂ ଓଜନ ୧ କିଲୋଗ୍ରାମ ଥିଲା। ସଂପ୍ରତି ରୁବେନ ସୁସ୍ଥ ଅଛନ୍ତି। ତେବେ ତାଙ୍କର ନିୟମିତ ଡାକ୍ତରୀ ଚିକିତ୍ସା ଓ ଦେଖାଶୁଣାର ଆବଶ୍ୟକତା ରହିଥିବା ଡା.ରେଡକର କହିଛନ୍ତି।

KNews Bureau

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

5 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

13 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

16 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

23 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

48 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

58 mins ago