ସ୍ପେଶାଲ

ଲତା ମଙ୍ଗେଶକରଙ୍କ ଗୀତରେ କମ୍ପିଲା ଲୋକାଲ୍ ଟ୍ରେନ୍, ସମସ୍ତଙ୍କ ଦିଲ୍ ଖୁସି କରିଦେଲେ ଯାତ୍ରୀମାନେ

ବଲିଉଡର କୋକିଳ ସ୍ୱରା ନାମରେ ପରିଚିତ ଲତା ମଙ୍ଗେଶକର। ସୁଲଳିତ ସ୍ୱର ପାଇଁ ଲତା ମଙ୍ଗେଶକର ସାରା ବିଶ୍ୱରେ ଜଣାଶୁଣା । ଆଜି ବି ତାଙ୍କର ଗୀତ ସବୁବେଳେ ଲୋକଙ୍କ ହୃଦୟରେ ବସା ବାନ୍ଧିଛି । ସାରା ଦୁନିଆରେ ତାଙ୍କ ନାମ ସମ୍ମାନର ସହ ନିଆଯାଏ | ତାଙ୍କୁ ବଲିଉଡରେ ସଙ୍ଗୀତର ଦେବୀ କୁହାଯାଏ ।

ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା କୋକିଳ କଣ୍ଠି ଲତା ମଙ୍ଗେଶକର ଆମ ଦେଶର ସବୁଠାରୁ ପ୍ରିୟ ଗାୟକ ଗାୟିକା ମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଅନେକ ଗୀତ ଦେଇଛନ୍ତି ଆମ ଫିଲ୍ମ ଇଣ୍ଡଷ୍ଟ୍ରିକୁ। ଯାହାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ଶୁଣିବା ଏବଂ ଗାଇବାକୁ ଭଲପାଆନ୍ତି । ତେବେ ବର୍ତ୍ତମାନ ଲତାଙ୍କ ଏକ ଗୀତକୁ ନେଇ ଭାଇରାଲ୍ ହୋଇଛି ଭିଡିଓ । ଯାହାକୁ ଦେଖିଲେ ଆପଣଙ୍କ ଦିଲ୍ ଖୁସ୍ ହୋଇଯିବ।


 

ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ ରେ କିଛି ଯାତ୍ରୀ ଲତା ମଙ୍ଗେଶକରଙ୍କ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ତାହାପୁଣି ସ୍ବର ସହ। ଏହି ଭାଇରାଲ୍ ଭିଡିଓଟିକୁ ଟ୍ୱିଟରରେ ୟୁଜର୍ @ ଚିଲ୍ଡ_ ୟୋଗୀ ପୋଷ୍ଟ କରିଛନ୍ତି। ଏହି କ୍ଲିପ୍‌ରେ କିଛି ଯାତ୍ରୀ ସୁନୋ ଚମ୍ପା ସୁନୋ ତାରା ସହିତ ଦୋ ଗୁଣ୍ଡ୍ ମୁଝେ ବି ପିଲା ଦେ ସରାବି ଗୀତ ଗାଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ନାଚୁଛନ୍ତି ଏବଂ କିଛି ବଗିର ଡବାକୁ ହାତରେ ବାଡ଼େଇ ବାଡ଼େଇ ଗୀତର ତାଳ ଅନୁସାରେ ବାଜା ବଜାଉଛନ୍ତି।

ଏହି ଭିଡିଓକୁ ପୋଷ୍ଟ କରି, କ୍ୟାପସନରେ ଟ୍ୱିଟର ବ୍ୟବହାରକାରୀ ଜଣକ ଲେଖିଛନ୍ତି ଯେ ସେ ମୁମ୍ବାଇ ଲୋକାଲ ଟ୍ରେନ୍ ରେ ଦେଖିଥିବା ସର୍ବୋତ୍ତମ ଜାମିଙ୍ଗ ମଧ୍ୟରୁ ଗୋଟିଏ। ଆଉ ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି, “ମୁଁ ଦେଖିଛି ମହିଳାମାନେ ମଧ୍ୟ ଖୁବ୍ ସୁନ୍ଦର ଭାବରେ ଗୀତ ଗାଇଥାନ୍ତି। ଅନ୍ୟ ଜଣେ ଯୋଗ କରି କହିଛନ୍ତି, ଛୋଟ ଆନନ୍ଦ, । ଆଉ କିଛି ଲେଖିଛନ୍ତି ଖୁବ୍ ସୁନ୍ଦର ପରିବେଶଣ ।

ତେବେ ଏହି ଭିଡିଓଟି ଦୁଇ ଦିନ ପୂର୍ବରୁ ସେୟାର କରାଯାଇଥିଲା। ଏହା ପୋଷ୍ଟ ହେବା ପରଠାରୁ ଏହାକୁ ୪୦,୦୦୦ ଥରରୁ ଅଧିକ ଦେଖାଯାଇ ସାରିଲାଣି। ଏହି କ୍ଲିପ୍‌ରେ ପାଖାପାଖି ୧ ହଜାରରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟ ଆସିଛି।

Sonalisa

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

32 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

34 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

37 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

43 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

58 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

2 hours ago