ଏମିତି ପାଳିଲେ ଜନ୍ମଦିନ! ୫୫୦ଟି କେକ୍ କାଟି କାଟି ଥକି ଗଲେ Birthday Boy, ଭିଡିଓ ହେଉଛି ଭାଇରାଲ

ପ୍ରାୟ ପ୍ରତ୍ୟେକ ଲୋକ ସେମାନଙ୍କର ଜନ୍ମଦିନକୁ ଆଡମ୍ବର ସହିତ ପାଳନ କରିବାକୁ ଇଚ୍ଛା କରନ୍ତି। ଏହି ଦିନକୁ ସ୍ପେଶାଲ କରିବା ପାଇଁ ଲୋକମାନେ ନାନା ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ମୁମ୍ବାଇର ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନରେ ଏପରି କିଛି କରିଥିଲେ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ, ବ୍ୟକ୍ତି ଏକକାଳୀନ ଏତେ ସଂଖ୍ୟକ କେକ୍ କାଟିଥିଲେ ଯେ ତାଙ୍କୁ ଏଥିପାଇଁ ପ୍ରାୟ ୧୦ ମିନିଟ ସମୟ ଲାଗିଥିଲା।

ସୂଚନା ଅନୁଯାୟୀ, ମାମଲା ମୁମ୍ବାଇର କାଣ୍ଡିଭାଲି ୱେଷ୍ଟ ଷ୍ଟେସନ ଅଞ୍ଚଳର ଅଟେ। ଏକାସାଙ୍ଗରେ ବିପୁଳ ସଂଖ୍ୟକ କେକ୍ କାଟିଥିବା ବ୍ୟକ୍ତିଙ୍କ ନାମ ହେଉଛି ସୂର୍ଯ୍ୟ ରତୁଡୀ। ଗତ ମଙ୍ଗଳବାର ସୂର୍ଯ୍ୟଙ୍କ ଜନ୍ମଦିନ ଥିଲା। ଏହି ସମୟରେ ସେ ୫୫୦ଟି କେକ୍ ଅର୍ଡର କରିଥିଲେ। ଆଉ ସେହି କେକ୍ ଗୁଡିକୁ ସୂର୍ଯ୍ୟ ଏକାଠି କାଟିଲେ। ଦୁଇ ହାତରେ ଦୁଇଟି ଛୁରୀ ଧରି କେକ୍ କାଟିଥିଲେ ସୁଦ୍ଧା ତାଙ୍କୁ ଏଥିପାଇଁ ଅନେକ ସମୟ ଲାଗିଥିଲା। ଏବେ ସୂର୍ଯ୍ୟଙ୍କ କେକ୍ କାଟିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ୍ ଭିଡିଓରେ ୫୫୦ଟି ରଙ୍ଗୀନ ୩ଟି ବଡ଼ ଟେବୁଲରେ ସଜାଯାଇଛି। ଏହା ପରେ ସୂର୍ଯ୍ୟ ଦୁଇ ହାତରେ ଛୁରୀ ସାହାଯ୍ୟରେ ଏହି କେକ୍ କାଟୁଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ ଗହଳି କରୁଛନ୍ତି। ସୂର୍ଯ୍ୟଙ୍କ ଜନ୍ମଦିନରେ ସାମିଲ ଥିବା ଅଧିକାଂଶ ଲୋକ ମାସ୍କ ମଧ୍ୟ ପିନ୍ଧି ନାହାଁନ୍ତି।

ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଲୋକମାନେ କୋରୋନା ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି। ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକ ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସ ଏବଂ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହାରାଷ୍ଟ୍ରରେ କୋଭିଡ ପ୍ରୋଟୋକଲ ଅନୁଯାୟୀ ଗହଳି କରିବା ବା ବହୁସଂଖ୍ୟକ ଲୋକ ଏକତ୍ରୀତ ହେବା ଉପରେ ଏକ ନିଷେଧାଦେଶ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.