ନିଆରା ଅନ୍ଦାଜ୍‌ରେ ବାପି ଲାହିରିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ମୁମ୍ବାଇ ପୋଲିସ, ଭାଇରାଲ ହେଉଛି ପୋଷ୍ଟ

ବର୍ତ୍ତମାନର ଡିଜିଟାଲ ଯୁଗରେ ପୋଲିସମାନେ ସୋସିଆଲ ମିଡିଆରେ ଆକ୍ଟିଭ ଥିବାର ଦେଖିବାକୁ ମିଳିଛି। ପ୍ରତ୍ୟେକ ଟ୍ରେଣ୍ଡିଂ ଟପିକ୍‌ରେ ମୁମ୍ବାଇ ପୋଲିସ ଟ୍ଵିଟ କରି ସମବେଦନା ଜଣାଇଥାନ୍ତି। ଏବେ ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ବାପି ଲାହିରିକୁ ଟ୍ଵିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଥିବାର ଦେଖିବାକୁ ମିଳିଛି।

ଏହି ଧାରାରେ ମୁମ୍ବାଇ ପୋଲିସ ମଧ୍ୟ ଟ୍ଵିଟ କରି ବାପି ଦା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବାର ଦେଖିବାକୁ ମିଳିଛି। ଏହି ଟ୍ଵିଟରେ ବାପି ଦା’ଙ୍କ ଏକ ଲୋକପ୍ରିୟ ଗୀତ ‘ୟାର ବିନା ଚେନ କହାଁରେ’ ଲେଖାଯାଇଛି। ଏହା ସହ ଦୁଇଟି ହ୍ୟାସଟାଗ୍‌ # କିଙ୍ଗଅଫହାର୍ଟ #ମ୍ୟୁଜିକଅଫଗୋଲ୍ଡ ବ୍ୟବହାର କରାଯାଇଛି। ପୋଷ୍ଟରେ ‘ୟାର ବିନା ଚେନ୍‌ କହାଁରେ’ ଲେଖା ଯାଇଥିବା ବେଳେ ଚେନ୍‌ ସ୍ଥାନରେ ସୁନାକୁ ଭଲ ପାଉଥିବା ବାପି ଦା’ଙ୍କ ପ୍ରିୟ ଏକ ଚେନ୍‌ର ଫଟୋ ଲଗାଯାଇଛି। ଏହି ଫଟୋରେ ବାପି ଲାହିରିଙ୍କ ସୁନା ପ୍ରତି ଥିବା ଭଲପାଇବା ପ୍ରଦର୍ଶିତ ହୋଇଛି। ଏହି ପୋଷ୍ଟର କ୍ୟାପସନ୍‌ରେ‘ବାପି ଦା, ପ୍ୟାର କଭି କମ୍‌ ନେହିଁ ହୋଗା’ ଲେଖାଯାଇଛି। ମୁମ୍ବାଇ ପୋଲିସ ଏଭଳି ଭାବେ ଟ୍ଵିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ବ୍ୟକ୍ତ କରିଛନ୍ତି।

ପ୍ରକାଶ ଯେ ଗତ ବୁଧବାର ଦିନ ୬୯ବର୍ଷ ବୟସରେ ପପୁଲାର ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କର ପରଲୋକ ହୋଇଛି। ସେ ଏକ ମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ କ୍ରିଟିକେୟର ହସ୍ପିଟାଲରେ ଥିବା ବେଳେ ଗତ କାଲି ତାଙ୍କରମୃତ୍ୟୁ ଘଟିଛି। ଏହି ଖବର ଜାଣିବା ପରେ ସେଲିବ୍ରିଟି, ରାଜନେତା ଓ ଟ୍ଵିଟର ବ୍ୟବହାରକାରୀମାନେ ଶୋକ ପ୍ରକାଶ କରି ନିଜର ଟ୍ଵିଟର ମାଧ୍ୟମରେ ‘ଡିସ୍କୋ କିଙ୍ଗ୍‌’ ବାପି ଲାହିରିଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

୧୯୫୨ ନଭେମ୍ବର ୨୭ ରେ ବାପି ଲାହିରି ଜନ୍ମ ହୋଇଥିଲେ। ତାଙ୍କର ପିଲା ବେଳର ନାମ ଥିଲା ଆଲୋକେଶ୍‌ ଲାହିରି। ତାଙ୍କ ପ୍ରଶଂସକ ମାନେ ଶ୍ରଦ୍ଧାରେ ତାଙ୍କୁ ‘ବାପି ଦା’ ବୋଲି ଡାକୁଥିଲେ। ଲାହିରି ପ୍ରଥମେ ଏକ ବଙ୍ଗାଳୀ ଫିଲ୍ମ ‘ଦାଦୁ’ ପାଇଁ ସଙ୍ଗୀତ ରଚନା କରିଥିଲେ। ସେ ‘ନହ୍ନା ଶିକାରୀ’ ଫିଲ୍ମରୁ ନିଜର ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ। ସେ ୮୦ ଦଶକରେ ଭାରତୀୟ ସିନେମାରେ ଡିସ୍କୋ ମ୍ୟୁଜିକକୁ ଲୋକପ୍ରିୟ କରାଇଥିଲେ। ସେ ଡିସ୍କୋ ଡ୍ୟାନ୍ସରର ସଙ୍ଗୀତ ‘ ଜିମି ଜିମି ଆଜା ଆଜା’ ଗାତ ପାଇଁ ଖ୍ୟାତି ଅର୍ଜନ କରିଥିଲେ। ସେ ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମ ‘ଚଲତେ ଚଲତେ’, ‘ଡିସ୍କୋ ଡ୍ୟାନ୍ସର’, ‘ଅମର ସଙ୍ଗୀତ’, ‘ଆଶା ଓ ଭାଲୋବାଶା’, ‘ଅମର ତୁମି’, ‘ଆମର ପ୍ରେମ୍‌’, ‘ମନ୍ଦିରା’, ‘ବଦନାମ’, ‘ରକ୍ତଲେଖା’, ‘ପ୍ରିୟା’ ଆଦିରେ ବକ୍ସ ଅଫିସରୁ ବଡ ସଫଳତା ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.