ଘଞ୍ଚ ଜଙ୍ଗଲରେ ମନ ମୋହୁଛନ୍ତି ମୁଣ୍ଡିଆ ହନୁମାନ, ଲୋକଙ୍କୁ କରୁଛନ୍ତି ଆକୃଷ୍ଟ

ନୟାଗଡ଼ (କେନ୍ୟୁଜ): ପାହାଡ ଉପରେ ଦେବଲୋକ । ଘଞ୍ଚ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଛି । ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ମର୍ଦ୍ଦରାଜପୁର ପାହାଡ଼ ଉପରର । ପାହାଡ଼ ଉପରେ ମୁଣ୍ଡିଆ ହନୁମାନ ହେଉଛନ୍ତି ମୂଳ ଆରାଧ୍ୟ ଠାକୁର । ପର୍ଯ୍ଯଟକଙ୍କୁ ଆକୃଷ୍ଟ କରୁଛି ମୁଣ୍ଡିଆ ହନୁମାନ। ଭଳିକି ଭଳି ଦେବା ଦେବୀଙ୍କ ପ୍ରତି ମୂର୍ତ୍ତି ସହ ପାହାଡ ସୁଡଙ୍ଗ ଭିତର ଦେଇ ଯିବା ଆହୁରି ମନ ମୋହୁଛି । ଏଭଳି ଏକ ମନୋରମ ଜାଗାକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମୁଛି ।

କୁହାଯାଏ ରାଜା ରାଜୁଡା ସମୟ ରେ ଗାଁର ଯୁବକ ମାନେ ଖଣ୍ଡପଡା ରାଜାଙ୍କ ସେନା ହୋଇ ବ୍ରିଟିଶ ମାନଙ୍କ ସହ ଯୁଦ୍ଧ କରୁଥିଲେ । ଏହାପରେ ବ୍ରିଟିଶ ମାନଙ୍କୁ ଧରାସାଇ କରିବାରେ ସଫଳ ହୋଇଥିଲେ । ଖଣ୍ଡପଡା ରାଜା ବନମାଳୀ ସିଂ ମର୍ଦ୍ଦରାଜ ଗାଁ ବସେଇବା ସହ ଗାଁର ନାମ ରଖିଥିଲେ ମର୍ଦ୍ଦରାଜପୁର। ଏହି ଗାଁ ମୁଣ୍ଡ ମୁଣ୍ଡିଆ ଉପରେ ଅଛନ୍ତି ହନୁମାନ ମହାରାଜ । କେବେଠାରୁ ପୂଜା ପାଇଆସୁଛନ୍ତି ତାହାର ହିସାବ ନାହିଁ । ପାଖାପାଖି ୭୦ ଗୋଟି ମନ୍ଦିର ମୁଣ୍ଡିଆ ଉପରେ ର୍ନିମାଣ ହୋଇଛି । ତେବେ ମୁଖ୍ଯ ମନ୍ଦିର ହେଉଛନ୍ତି ହନୁମାନ ମନ୍ଦିର । କେବେଠାରୁ ହନୁମାନ ଏଠାରେ ପୂଜା ପାଇ ଆସୁଛନ୍ତି , ସଠିକ ଭାବରେ କେହି କହି ପାରୁନାହାନ୍ତି ।

କେବଳ ସେତିକି ନୁହେଁ ମା ‘କନକ ଦୁର୍ଗାଙ୍କର ଅପୂର୍ବ ଲାଳିତ୍ୟ ସୁନ୍ଦର ଦୃଶ୍ୟ ଏଠାରେ ଦେଖିବାକୁ ମିଳେ। ମା ‘ଙ୍କ ପାଖରେ ଯିଏ ଯାହା ମାନସିକ ରଖେ । ତାହା ପୂରଣ ହୁଏ ବୋଲି ପ୍ରଗାଢ଼ ଲୋକ ବିଶ୍ୱାସ ରହିଛି । ଆଉ ମାନସିକ ପୂର୍ଣ୍ଣ ହେଲା ପରେ ମାନସିକ କପଡା ଏଠାରେ ଲୋକେ ବାନ୍ଧିଥାନ୍ତି। ଏହା ଓଡ଼ିଶାର ଘଣ୍ଟେଶ୍ୱରୀ ସ୍ଥାନ ପରି ଲୋକେ କୁହନ୍ତି । ପୂର୍ବ ପାହାଡ଼ରେ ମୁଣ୍ଡିଆ ହନୁମାନ ପୂଜା ପାଉଥିବା ବେଳେ ପଶ୍ଚିମ ପାହାଡ଼ରେ ଦ୍ରୌପଦୀଙ୍କ ସ୍ଵୟମ୍ବର ସଭା, ଭୀଷ୍ମଙ୍କ ଗର୍ବ ଗଞ୍ଜନ ଦୃଶ୍ୟ, ଚତୁର୍ଦ୍ଧାମୂର୍ତ୍ତି, ଗଜଉଦ୍ଧାର ଦୃଶ୍ୟ, ନଟରାଜ , ଦଶାଵତାର,ମା କନକଦୁର୍ଗା ,ହନୁମାନଙ୍କ ସହ ରାଧା କୃଷ୍ଣ ଏବଂ ମା ମହିଷାସୁର ମର୍ଦ୍ଧିନୀ ପୂଜା ପାଉଛନ୍ତି । ପ୍ରତେକ ଦିନ ସହ ସହ ସଂଖ୍ଯାରେ ପର୍ଯ୍ଯଟକ ମାନେ ଏହି ସ୍ଥାନକୁ ବୁଲିବା ପାଇଁ ଆସୁଛନ୍ତି। ଯାହା ଦେଖିବାକୁ ଯେତିକି ଆକର୍ଷଣ , ସେତିକି ଆନନ୍ଦ ମଧ୍ୟ ଦେଇଥାଏ ।

maa

ଗାଁ ସରପଞ୍ଚ ବୈକୁଣ୍ଠ ଗୋଛିଙ୍କ ପ୍ରଚେଷ୍ଟା ରେ ଅହେତୁକ ବିକାଶ ସହ ଅନେକ ଗୁଡିଏ ମନ୍ଦିର ର୍ନିମାଣ ହୋଇଛି । ଏହାଛଡା ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ ଆଜି ମୁଣ୍ଡିଆ ହନୁମାନ ପର୍ଯ୍ଯଟନ ପୀଠ ନୟାଗଡ ଜିଲ୍ଲାରେ ଲୋକ ପ୍ରିୟ ହୋଇ ପାରିଛି । ଗାଁର ଯୁବକ ତଥା ପ୍ରତେକ ପରିବାର ର ସଦସ୍ଯ ମାନେ ମୁଣ୍ଡିଆ ହନୁମାନ ପୀଠର ସୁରକ୍ଷା ଓ ସଫେଇ ପାଇଁ ବେସ ଯତ୍ନବାନ ହୋଇଥାନ୍ତି । ଯାତ୍ରୀ ମାନଙ୍କ ଠାରୁ ପାର୍କିଂ ଫିସ ଆଦାୟ ଟଙ୍କାରେ ଏହାର ଉନ୍ନତି ହୋଇଥାଏ ।

ତେବେ ଘଞ୍ଚ ଜଙ୍ଗଲ ସହ ପାହାଡ ଉପରେ ଦେବାଦେବୀଙ୍କ ସ୍ଥାପନା ଓ ପାଖ ଗାଁର ପ୍ରାକୃତିକ ସବୁଜିମାର ଦୃଶ୍ୟ ବେଶ ମନଛୁଆ । କେବଳ ଶୀତ ଋତୁ ନୁହେଁ ବର୍ଷ ତମାମ ଏହି ସ୍ଥାନ ଏବେ ଜନ ଗହଳିରେ ପରିପୂର୍ଣ୍ଣ ହୋଇଛି । ସେବେ ଠାରୁ ମୁଣ୍ଡିଆ ହନୁମାନ ସମସ୍ତଙ୍କ ଆରାଧ୍ୟ ଠାକୁର ହୋଇପାରିଛନ୍ତି । ଏହାପରେ ଏହି ସ୍ଥାନର ବିକାଶ ପାଇଁ ଅଞ୍ଚଳବାସୀ ପଣ କରିଛନ୍ତି । ସରପଞ୍ଚ ବୈକୁଣ୍ଠନାଥ ଗୋଛିଙ୍କ ତତ୍ୱାବଧାନରେ ଏବଂ ମର୍ଦ୍ଦରାଜପୁର ଗ୍ରାମବାସୀ ସହାୟତାରେ ଏହା ଏକ ସୁନ୍ଦର ସ୍ଥାନରେ ପରିଣତ ହୋଇପାରିଛି ।  ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଲେ । ଏହି ସ୍ଥାନ ଅନେକ ଉନ୍ନତି ହୋଇପାରନ୍ତା ।

ନୟାଗଡ଼ରୁ ଉତ୍ପଳ କୁମାର ସାହୁଙ୍କ ରିପୋର୍ଟ (କେନ୍ୟୁଜ, ଓଡିଶା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.