ପ୍ରେମ ପାଇଁ ଇସଲାମରୁ ସନାତନ ଧର୍ମ ଗ୍ରହଣ କଲେ ଯୁବତୀ, ମନ୍ଦିରରେ ହେଲା ପ୍ରେମୀ ଯୁଗଳଙ୍କୁ ବିବାହ

ପ୍ରେମ ଅନ୍ଧ, ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଏହାକୁ ପ୍ରମାଣିତ କରିଛନ୍ତି ବିବାହ ବେଦୀରେ ବସିଥିବା ଏହି ନବଦମ୍ପତି । ପ୍ରେମ ସମ୍ପର୍କର ଅନେକ ମାମଲା ସାମ୍ନାକୁ ଆସୁଛି, ଏଥର ଭାଗଲପୁର ଜିଲ୍ଲାରୁ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଝିଅ ପ୍ରେମକୁ ପାଇବା ପାଇଁ ନିଜର ଧର୍ମକୁ ପରିବର୍ତ୍ତନ କରି ବିବାହ କରିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରିଥିଲା। ସୋସିଆଲ ମିଡିଆରେ ରାମ କୁମାର ଏବଂ ମୁସ୍କାନ ଖାତୁନଙ୍କ ବିବାହ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ମୁସ୍କାନ ଇସଲାମ ଧର୍ମ ତ୍ୟାଗ କରି ସନାତନ ଧର୍ମ ଗ୍ରହଣ କରିବା ପରେ ତାଙ୍କ ପ୍ରେମିକଙ୍କୁ ବିବାହ କରିଛନ୍ତି। ଜଣେ ମୁସଲମାନ ଝିଅ ଏବଂ ଜଣେ ହିନ୍ଦୁ ପୁଅ ମଧ୍ୟରେ ପ୍ରେମ ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଝାରଖଣ୍ଡର ଗୋଡ୍ଡା ଅଧିବାସୀ ରାମ କୁମାର ମଣ୍ଡଳ ଏବଂ ମେହରମାର ମୁସ୍କାନ ଖାତୁନଙ୍କ ମଧ୍ୟରେ ବର୍ଷେ ପୂର୍ବରୁ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଗୋଡ୍ଡାରେ ମୁସ୍କାନଙ୍କ ମାମୁଁଘର । ଏଠାକୁ ଯିବା ଆସିବା ସମୟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ଏବଂ ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟ ପରସ୍ପରକୁ ବିବାହ ପାଇଁ ପ୍ରତିଶ୍ରୁତି ଦେଲେ । ଧିରେ ଧିରେ ଉଭୟ ପରସ୍ପରର ନିକଟତର ହେବାରେ ଲାଗିଲେ । ପରେ ପୌରପୈନ୍ତି ସ୍ଥିତ ମିନାକ୍ଷୀ ମନ୍ଦିରରେ ପ୍ରେମୀ ଯୁଗଳ ଧୁମଧାମରେ ବିବାହ କଲେ ।

ଏହି ଘଟଣାରେ ଗ୍ରାମବାସୀ କହିଛନ୍ତି ଯେ ଗତ ଏକ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା। ଅକ୍ଟୋବର ୧୭ ରେ ବିବାହ କରିବା ଉଦ୍ଦେଶ୍ୟରେ ଉଭୟ ଗୋଡ୍ଡା କୋର୍ଟରେ ପହଞ୍ଚିଥିଲେ, କିନ୍ତୁ ଝିଅର ପରିବାର ସଦସ୍ୟ କୋର୍ଟରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ, ମୁସ୍କାନ କୋର୍ଟରେ ଏକ ବିବୃତ୍ତି ଦେଇଛନ୍ତି ଯେ ସେ କାହାର ଚାପରେ ନୁହେଁ ନିଜ ଇଚ୍ଛାରେ ବିବାହ କରୁଛନ୍ତି। ଏହା ସହିତ ଜୀବନର ବିପଦକୁ ଦର୍ଶାଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଦାବି କରିଥିଲେ। କିନ୍ତୁ ଏହି ବିବାହରେ ପୁଅର ପରିବାର ସଦସ୍ୟ ବହୁତ ଖୁସି ଅଛନ୍ତି।

ଏହା ପୂର୍ବରୁ ଉଭୟ ୨୧ ନଭେମ୍ବରରେ ଗୋଡ୍ଡା କୋର୍ଟରେ ପହଞ୍ଚିଥିଲେ । ଯୁବତୀଙ୍କ ଘରଲୋକେ ଏନେଇ ଜାଣିପାରିଥିଲେ । ଏହା ପରେ ସେମାନେ କୋର୍ଟରେ ପହଞ୍ଚି ଯୁବତୀଙ୍କୁ ମାରପିଟ୍ କରିଥିଲେ । ତେବେ କୌଣସି ପ୍ରକାରେ ସେଠୁ ରକ୍ଷା ପାଇ ଉଭୟ ପୀରପୈନ୍ତିର ମିନାକ୍ଷୀ ମନ୍ଦିରରେ ଏକାଠି ହେଲେ । ସେଠାରେ ମଥାରେ ସିନ୍ଦୂର ଦେବା ସହ ପରସ୍ପର ବେକରେ ମାଳା ପିନ୍ଧାଇ ବିବାହ କରିଥିଲେ ।