ସ୍ପେଶାଲ

କାହିଁକି ଖାସ୍‌ ହୋଇଥାଏ ମାର୍ଗଶିର ମାସର ପୂର୍ଣ୍ଣିମା, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

ମାର୍ଗଶିର ମାସର ପୂର୍ଣ୍ଣିମା ୩୦ ଡିସେମ୍ବର ୨୦୨୦ ବୁଧବାର ଦିନ ପାଳନ କରାଯିବ। ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନ ଚନ୍ଦ୍ରମା ପୂର୍ଣ୍ଣ ରୂପେ ଦୃଶ୍ୟମାନ ହୋଇଥାନ୍ତି। ମାର୍ଗଶିର ପୂର୍ଣ୍ଣିମାକୁ ଭଗବାନ ଦତ୍ତାତ୍ରେୟ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି କାରଣରୁ ଏହି ଦିନର ମହତ୍ତ୍ୱ ଅଧିକ ବଢିଯାଇଥାଏ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ପୂର୍ଣ୍ଣିମା ତିଥିର ମହତ୍ତ୍ୱ, ସମୟ ଏବଂ ପୂଜା ବିଧି।

ମାର୍ଗଶିର ପୂର୍ଣ୍ଣିମା ବ୍ରତ ଏବଂ ପୂଜା ବିଧି

ପୂର୍ଣ୍ଣିମା ଦିନ ପ୍ରାତଃ କାଳରୁ ଉଠି ସ୍ନାନ ଆଦି କାର୍ଯ୍ୟ ଶେଷ କରିବା ପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ବ୍ରତର ସଂକଳ୍ପ କରନ୍ତୁ। ଓଁ ନମୋଃ ନାରାୟଣ ମନ୍ତ୍ର ଉଚ୍ଚାରଣ କରି ଭଗବାନ ବିଷ୍ଣୁଙ୍କ ଆହ୍ଵାନ କରନ୍ତୁ। ଭଗବାନଙ୍କୁ ଫୁଲ, ଚନ୍ଦନ, ସିନ୍ଦୂର ଆଦି ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରନ୍ତୁ। ଏଥିସହ ରାତି ସମୟରେ ଚନ୍ଦ୍ରମାଙ୍କ ପୂଜା କରନ୍ତୁ ଏବଂ ଅର୍ଘ୍ୟ ପ୍ରଦାନ କରିବା ପରେ ବ୍ରତ ସମାପ୍ତ କରନ୍ତୁ। ସକାଳୁ ଉଠି ପୂଜା କରିବା ପରେ ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ପ୍ରଦାନ କରନ୍ତୁ।

ପୂର୍ଣ୍ଣିମା ତିଥିର ମହତ୍ତ୍ୱ

ମାର୍ଗଶିର ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନ କରିବା ଦ୍ୱାରା ଅନ୍ୟ ପୂର୍ଣ୍ଣିମା ତୁଳନାରେ ୨୨ ଗୁଣା ଅଧିକ ଫଳ ପ୍ରାପ୍ତି ହୋଇଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ମାର୍ଗଣିର ପୂର୍ଣ୍ଣିମାରେ ତୁଳସୀ ବୃକ୍ଷର ଚେର ଦ୍ୱାରା ପବିତ୍ର ନଦୀ ଏବଂ ପୋଖରୀରେ ସ୍ନାନ କରିବା ଦ୍ୱାରା ଭଗବାନ ଶ୍ରୀହରି ବିଷ୍ଣୁଙ୍କ ବିଶେଷ କୃପା ଲାଭ ହୋଇଥାଏ। ଏହି ଦିନ ଭଗବାନ ସତ୍ୟନାରାୟଣଙ୍କ ପୂଜା ଏବଂ କଥା ଗାନ କରାଇବା ମଧ୍ୟ ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ପୂର୍ଣ୍ଣିମା ଦିନ ଭଗବାନ ଶଙ୍କର ଏବଂ ଚନ୍ଦ୍ରମାଙ୍କ ପୂଜା କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।

ଜ୍ୟୋତିଷ ଶାସ୍ତ୍ରରେ ମାର୍ଗଶିର ପୂର୍ଣ୍ଣିମାର ମହତ୍ତ୍ୱ

ଜ୍ୟୋତିଷ ବିଜ୍ଞାନ ଅନୁଯାୟୀ, ମାର୍ଗଶିର ମାସର ପୂର୍ଣ୍ଣିମା ତିଥି ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହିଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ସାମ୍ନା-ସାମ୍ନି ହୋଇଥାନ୍ତି। ମନୁଷ୍ୟ ଉପରେ ଏହି ଦିନର ପ୍ରଭାବ ଅଧିକ ପଡିଥାଏ। ଶାସ୍ତ୍ରରେ ଚନ୍ଦ୍ରମାଙ୍କୁ ମନର କାରକ କୁହାଯାଇଥାଏ। ଏହି କାରଣରୁ ପୂର୍ଣ୍ଣିମା ଦିନ ବ୍ୟକ୍ତି ଚନ୍ଦ୍ର ଗ୍ରହ ଶାନ୍ତିର ଉପାୟ ଅବଲମ୍ବନ କରିବା ଉଚିତ୍‌।

KNews Bureau

Recent Posts

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

3 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

18 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

31 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

41 mins ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

10 hours ago