ଥରେ ଦେଖନ୍ତୁ ମାଙ୍କଡର ଏହି ମଜାଦାର ଭିଡିଓ, ହସି ହସି ଗଡ଼ିଯିବେ

କିଛି ଦିନ ହେବ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ଅନେକ ଜୀବଜନ୍ତୁ ମାନଙ୍କର ମଜାଦାର ଭିଡିଓ ମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେୟାର ହେବାରେ ଲାଗିଛି । ଆଉ ଏବେ ଏକ ମାଙ୍କଡର ମଜାଦାର ଭିଡିଓ ଖୁବ ଭାଇରାଲ ହେଉଛି । କିଛି ସେକେଣ୍ଡର ଏହି କ୍ଲିପରେ ଆପଣ ଦେଖିପାରିବେ କେମିତି ଏକ ମାଙ୍କଡ ଖୁବ ମଜାର ସହ ବିଛଣା ଉପରେ ଶୋଇ କରି ମୋବାଇଲ ଚଳାଉଛି । ମାଙ୍କଡର ଏହି ଅନ୍ଦାଜକୁ ଦେଖି ଇଣ୍ଟରନେଟ ୟୁଜର ମାନେ ବି ଖୁବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ବିଛଣାରେ ଶୋଇଥିବା ଏହି ମାଙ୍କଡଟିର ହାତରେ ଏକ ସ୍ମାର୍ଟଫୋନ ଧରିଛି । ଆଉ ୟୁବ ଟ୍ୟୁବରେ ଏକ ଭିଡିଓ ଚାଲିଛି । ୟୁବଟ୍ୟୁବରେ ଭିଡିଓ ଦେଖିବାରେ ମାଙ୍କଡଟି ଏମିତି ମଜ୍ଜି ଯାଇଛିଯେ ଅନ୍ୟ କେହିଯେ ତା ଭିଡିଓ ବନାଉଛନ୍ତି ବୋଲି ତାର ଜମା ବି ଲକ୍ଷ ନାହିଁ । ଭିଡିଓ ଦେଖିବା ବେଳେ ମଜ୍ଜିଥିବା ବେଳେ ହଠାତ କିଛି ସମୟ ପରେ ମାଙ୍କଡଟି କ୍ୟାମେରାମ୍ୟାନଙ୍କୁ ଦେଖିଦେଉଛି ।

 

View this post on Instagram

 

A post shared by HER ŞEY DAHİL (@hersey.dahil16)

ଏହି ମଜାଦାର ଭିଡିଓଟିକୁ ଇନ୍ଷ୍ଟଗ୍ରାମ ପେଜରେ hersey.delhi16 ନାମକ ଜଣେ ୟୁଜର ସେୟାର କରିଛନ୍ତି । ଯାହାକୁ ଲୋକମାନେ ବି ଖୁବ ପସନ୍ଦ କରିଥିବା ଜଣାଯାଇଛି । ଏହି କାରଣରୁ ଏହି ଭିଡିଓଟିକୁ ଏଯାବତ ୧.୩ ମିଲିୟନ ଲୋକ ଦେଖିସାରିଥିବାବେଳେ ୭୭ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି । ଏହା ଉପରେ ୟୁଜର ମାନେ ବି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ମଜାଦାର ଅନ୍ଦାଜରେ ଲେଖିଛନ୍ତିକି- ମୁଁ ଜାଣିବାକୁ ଚାହୁଁଛି ମାଙ୍କଡଟି ପ୍ରକୃତରେ ୟୁବ ଟ୍ୟୁବରେ କଣ ଦେଖୁଛି । ଯେବେକି ଜଣେ ୟୁଜର ଲେଖିଛନ୍ତିକି ମୁଁ ଏମିତି ଭିଡିଓ ପୂର୍ବରୁ କେବେ ବି ଦେଖିନି । କଣ ଆପଣ କେବେ ଏକ ମାଙ୍କଡକୁ ଏମିତି ଫୋନ ଚଳାଉଥିବାର ଦେଖିଛନ୍ତିକି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.