ରହସ୍ୟମୟୀ ପୁଷ୍କରିଣୀ; ମାତ୍ର ତିନି ବୁନ୍ଦାରେ ମେଣ୍ଟିଯାଏ ଶୋଷ, ଜାଣନ୍ତୁ ଏହାର ରହସ୍ୟ

ଏବେ ବି ଦୁନିଆରେ କିଛି ସ୍ଥାନର ରହସ୍ୟ, ରହସ୍ୟ ହୋଇ ରହିଛି। ସେହି ରହସ୍ୟ ପଛର କାରଣ ବୈଜ୍ଞାନିକ ମଧ୍ୟ ଖୋଜି ପାଇନାହାନ୍ତି। ଆଜି ଆମେ ଆପଣଙ୍କୁ ସେମିତି ଏକ ଅଦ୍ଭୁତ ଜଳଭଣ୍ଡାର ବିଷୟରେ କହିବୁ ଯାହାର ଗଭୀରତା କେତେ ବୈଜ୍ଞାନିକ ବି ଆଜିଯାଏଁ ଜାଣି ପାରୁନାହାନ୍ତି। ଭାରତରେ ଅନେକ ପ୍ରାଚୀନ ମନ୍ଦିର ଅଛି ଯାହା ବିଷୟରେ ଅନେକ କାହାଣୀ ପ୍ରଚଳିତ। କିନ୍ତୁ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ପୁଷ୍କରିଣୀ ଅଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହି ପୁଷ୍କରଣୀର ଜଳ କେଉଁଠୁ ଆସେ ଏବଂ ଏହା କେତେ ଗଭୀର , ଏହି ବିଷୟରେ ଜାଣିବାକୁ ଚେଷ୍ଟା କରାଯାଇଥିଲା,କିନ୍ତୁ ସଫଳତା ମିଳିଲା ନାହିଁ । ଆସନ୍ତୁ ଜାଣିବା ଏହି ପୁଷ୍କରଣୀ ବିଷୟରେ ….

ଏହି ପୁଷ୍କରଣୀ ର ନାମ ଭୀମକୁଣ୍ଡ ଏବଂ ଏହା ବିଷୟରେ ଏକ ପୌରାଣିକ କଥା ପ୍ରଚଳିତ ରହିଛି । କୁହାଯାଏ ଯେ ମହାଭାରତ ସମୟରେ ପାଣ୍ଡବମାନେ ନିର୍ବାସନ ସମୟରେ ଏଠାରୁ ଯାଉଥିଲେ । ଏହି ସମୟରେ ଦ୍ରୌପଦୀଙ୍କୁ ଶୋଷ ଲାଗିଥିଲା ଏବଂ ପାଣ୍ଡଵମାନେ ଆଖପାଖରେ ପାଣି ଖୋଜିଥିଲେ । କିନ୍ତୁ କୌଣସି ସ୍ଥାନରେ ପାଣି ପାଇଲେ ନାହିଁ । ତାପରେ ଧର୍ମରାଜ ଯୁଧିଷ୍ଠିର ନକୁଲଙ୍କୁ ମନେ ପକାଇଦେଲେ ଯେ ତାଙ୍କର ଏତେ ଶକ୍ତି ଅଛି ଯେ ସେ ପାତାଳର ଗଭୀରତାରେ ଥିବା ପାଣି ବାହାର କରିପାରିବେ । ଏହା ପରେ ନକୁଳ ଧ୍ୟାନ କରି ପାଣି କେଉଁଠାରେ ଅଛି ଖୋଜି ପାଇଗଲେ । କିନ୍ତୁ ଜଳ କିପରି ପାଇବା ସେନେଇ ସମସ୍ୟା ଶେଷ ହେଲା ନାହିଁ ।

chhatrapur-

କଥା ଅନୁସାରେ, ଦ୍ରୌପଦୀ ଶୋଷରେ ଆଉଟୁ ପାଉଟୁ ହେଉଥିବା ଦଖେି ଭୀମ ନିଜ ଗଦାରେ ପାଣିଥିବା ସ୍ଥାନ ଉପରେ ପ୍ରହାର କରିଥିଲେ । ଗଦାର ପ୍ରହାର ପରେ ଭୂଇଁ ରେ ଅନେକ ଗୁଡିଏ ଛିଦ୍ର ହୋଇଗଲା ଏବଂ ଜଳ ବାହାରିବାକୁ ଲାଗିଲା । ଜଳ ଭୁମି ପୃଷ୍ଠରୁ ପ୍ରାୟ ୩୦ ଫୁଟ ତଳେ ଥିଲା । ତାପରେ ଯୁଧିଷ୍ଠିର ଅର୍ଜୁନଙ୍କୁ କହିଥିଲେ ଯେ ନିଜର ଧନୁର୍ବିଦ୍ୟା କୌଶଳ ଦେଖାଇ ପାଣି ପର୍ଯ୍ୟନ୍ତ ପହଁଚିବାକୁ ରାସ୍ତାର ଉପାୟ ବତାଇବା ପାଇଁ । ଏହା ପରେ ଅର୍ଜୁନ ତୀର ସାହାଯ୍ୟରେ ଜଳ ସ୍ରୋତ ପର୍ଯ୍ୟନ୍ତ ସିଡି ବନାଇଦେଲେ । ଦ୍ରୌପଦୀ ଏହି ପାହାଚ ସାହାଯ୍ୟରେ ଜଳ ସ୍ରୋତ ଯାଏଁ ପହଂଚିଥିଲେ । ଏହି କୁଣ୍ଡ ଭୀମଙ୍କ ଗଦା ଦ୍ୱାରା ତିଆରି ହୋଇଥିଲା । ଯେଉଁଥିପାଇଁ ଏହାକୁ ଭୀମକୁଣ୍ଡ ନାମରେ ଜଣାଯାଏ ।

ଏହାଛଡ଼ା ଅନ୍ୟ ଏକ ମାନ୍ୟତା ରହିଛି ଯେ, ଭୀମକୁଣ୍ଡ ଏକ ଶାନ୍ତ ଆଗ୍ନେୟଗିରି। ଅନେକ ଭୂ-ବୈଜ୍ଞାନିକ ଏହାର ଗଭୀରତା ମାପିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଷ୍କରଣୀ ର ତଳ ମିଳିଲା ନାହିଁ । କୁହାଯାଏ ଯେ ପୁଷ୍କରଣୀର ୮୦ ଫୂଟ ଗଭୀରତାରେ ପ୍ରବଳ ଜଳ ସ୍ରୋତ ପ୍ରବାହିତ ହୁଏ । ଏହି ସ୍ରୋତଗୁଡିକ ବୋଧହୁଏ ସମୁଦ୍ର ସହିତ ସଂଯୋଗ କରେ । ଭୂ-ବୈଜ୍ଞାନିକମାନଙ୍କ ପାଇଁ ମଧ୍ୟ ଭୀମକୁଣ୍ଡର ଗଭୀରତା ଏକ ରହସ୍ୟ ଅଟେ ।

ଭୀମକୁଣ୍ଡରେ ଗାଧୋଇବା ଦ୍ୱାରା ଚର୍ମ ଜନିତ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । କେହି ଯେତେ ଶୋଷିଲା ହେଉନା କାହିଁକି ଏହି ପୁଷ୍କରଣୀର ତିନି ବୁନ୍ଦା ପାଣି ପିଇବା ଦ୍ୱାରା ତାଙ୍କ ଶୋଷ ମେଣ୍ଟଯାଏ । ଯଦି ଦେଶ ଉପରେ ଏକ ବଡ ସଙ୍କଟ ଆସିବାକୁ ଯାଉଛି ତେବେ ଏହି ଜଳ କୁଣ୍ଡର ଜଳ ସ୍ତର ବଢିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.