ଏମିତି ଏକ ମନ୍ଦିର, ଯେଉଁଠି ଚୋରି କଲେ ପୂରଣ ହୁଏ ସମସ୍ତ ମନୋସ୍କାମନା

ଭାରତରେ ଏମିତି ଅନେକ ମନ୍ଦିର ଅଛି, ଯେଉଁଠି ଅଜବ ନିୟମ ପାଳନ ହୋଇଥାଏ । କାହିଁ କେଉଁ କାଳରୁ ଏହି ଧାରା ଚାଲି ଆସୁଛି । ହୁଏତ ଏହି ଅଦ୍ଭୁତ ନିୟମ କାରଣରୁ ହିଁ ଏହି ମନ୍ଦିର ଗୁଡିକ କେବଳ ଭାରତ ନୁହେଁ ବରଂ ପୂରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହାର ନିୟମ ଶୁଣି ଆପଣ ନିଶ୍ଚିତ ରୂପେ ଆବାକ ହୋଇଯିବେ । ଆମେ ସମସ୍ତେ ଜାଣୁଯେ, ଚୋରି କରିବା ପାପ । ଛୋଟ ବେଳରୁ ହିଁ ଆମକୁ ଏହି ଶିକ୍ଷା ଦିଆଯିବା ସହ ଆମ ଧର୍ମ ଶାସ୍ତ୍ରରେ ବି ଚୋରି ଏକ ବଡ ଭୁଲ ବା ବିରାଟ ପାପ ଭାବେ ବର୍ଣ୍ଣିତ ହୋଇଛି । କିନ୍ତୁ ଆମ ଦେଶ ଭାରତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଚୋରି କରିବା ଦ୍ୱାରା ପୁର୍ଣ୍ୟ ପ୍ରାପ୍ତି ହେଉଥିବା ବିଶ୍ୱାସ କରାଯାଏ ।

chudamani

କୁହାଯାଏକି, ଯେଉଁ ଭକ୍ତ ଏଠି ଚୋରି କରନ୍ତି ସେମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ସେହି ଅଦ୍ଭୁତ ମନ୍ଦିର ବିଷୟରେ କିଛି ଜାଣିବା ।ଏହି ମନ୍ଦିରଟି ପ୍ରକୃତରେ ଉତ୍ତରାଖଣ୍ଡ ରାଜ୍ୟର ରୁର୍କି ଜିଲ୍ଲାର ଛୁଡ଼ିଆଲ ଗାଁରେ ଅବସ୍ଥିତ । ଏହାକୁ “ଚୂଡ଼ାମଣି ମନ୍ଦିର” ନାମରେ ବି ଜଣାଯାଏ । ଶ୍ରଦ୍ଧାଳୁ ମାନେ ନିଜ ମନୋସ୍କାମନା ପୁରଣ କରିବା ପାଇଁ ଏଠାକୁ ସାଥିରେ ନଡ଼ିଆ ଓ ଫୁଲ ନେଇ ଆସିଥାନ୍ତି । ନିଜ ମନର ଇଚ୍ଛା କରିବା ପାଇଁ ଏଠି ଭକ୍ତ ମାନଙ୍କୁ ଚୋରି କରିବାକୁ ପଡିଥାଏ । କିନ୍ତୁ ଏହି ମନ୍ଦିରର ବିଶେଷତା ହେଉଛି, ଏଠି ଚୋରି କରୁଥିବା ଲୋକଙ୍କୁ ଦଣ୍ଡ ଦିଆଯାଏ ନାହିଁ । କାରଣ ସ୍ଥାନୀୟ ଲୋକଙ୍କ ଭାଷାରେ, ଏଠି ମନରେ ମା’ ଙ୍କ ପ୍ରତି ଏକ ବିଶ୍ୱାସ ରଖି ହିଁ କରାଯାଏ । ବିଶ୍ୱାସ କରାଯାଏକି, ଯେଉଁ ଦମ୍ପତ୍ତି ମାନେ ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି, ସେମାନେ ମା’ଙ୍କ ମନ୍ଦିରକୁ ଆସି ମୂର୍ତ୍ତି ନିକଟରେ ରଖା ଯାଇଥିବା ବାଡ଼ି ଚୋରି କରି କଲେ, ସେମାନଙ୍କୁ ନିଶ୍ଚିତ ରୂପେ ସନ୍ତାନ ପ୍ରାପ୍ତ ହୋଇଥାଏ ।

ଆଉ ମନୋସ୍କାମନା ପୁରଣ ହେବା ପରେ ସେମାନେ ସନ୍ତାନଙ୍କ ସହ ମା’ଙ୍କ ଦର୍ଶନ କରିବାକୁ ଆସି ଏଠି ଏକ ଭୋଜିର ଆୟୋଜନ କରିଥାନ୍ତି । ବିଶ୍ୱାସ କରାଯାଏ କି, ଭଗବାନ ଶିବ ମାତା ସତୀଙ୍କ ମୃତ ଶରୀରକୁ ନେଇ ଯାଉଥିବା ବେଳେ ମା’ଙ୍କ ମଥାର ଖୋସା (ଚୂଡ଼ା) ଏହି ଠାରେ ଖସି ପଡିଥିଲା । ସ୍ଥାନୀୟ ଅଧିବାସୀଙ୍କ ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ଲଂଧୋର ରାଜବଂଶୀୟ ରାଜା ୧୮୦୫ ମସିହାରେ କରିଥିଲେ । ସେବେଠାରୁ ହିଁ ଏଠି ଚୋରି କରିବା ପରମ୍ପରା ପ୍ରଚଳିତ ହୋଇଆସୁଛି । କିନ୍ତୁ ଏମିତି ଏକ ଅଦ୍ଭୁତ ପରମ୍ପରା ପଛର ପ୍ରକୃତ ସତ୍ୟ ଏବେବି ରହସ୍ୟ ହୋଇ ରହିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.