ଚନ୍ଦ୍ର ପୃଷ୍ଠରେ ନଜର ଆସିଲା ‘ରହସ୍ୟମୟ କୁଟୀର’, ଚୀନ ରୋଭର ପଠାଇଲା ଫଟୋ; ଆଶ୍ଚର୍ଯ୍ୟଚକିତ ହୋଇ ସନ୍ଧାନରେ ଲାଗି ପଡ଼ିଛନ୍ତି ବୈଜ୍ଞାନିକ

ଚନ୍ଦ୍ର ପୃଷ୍ଠରେ ଏକ ରହସ୍ୟମୟ କୁଟୀରର ସନ୍ଧାନ ମିଳିଛି, ଯାହାର ଫଟୋ ଦେଖିବା ପରେ ଖୋଦ୍‌ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଚନ୍ଦ୍ର ମିଶନକୁ ଯାଇଥିବା ଚୀନର ୟୁତୁ-୨ ରୋଭର (Yutu 2 Rover) କୁଟୀର ଆକାରର ଏହି ବସ୍ତୁର ପତ୍ତା ଲଗେଇଛି। ଏହି ବସ୍ତୁ ଚନ୍ଦ୍ରର ସବୁଠାରୁ ଦୂରତମ ଅଞ୍ଚଳ ଭନ୍‌ କାର୍ମନ କ୍ରେଟରର ନିକଟରେ ଦେଖିବାକୁ ମିଳିଛି। ଚୀନ ବୈଜ୍ଞାନିକମାନେ ଏହି ରହସ୍ୟମୟ ଆକୃତିର ପ୍ରକୃତ ରହସ୍ୟ ଖୋଜିବାରେ ଲାଗି ପଡ଼ିଛନ୍ତି।

ଗତ ମାସରେ ନଜର ଆସିଥିଲା କୁଟୀର

ଚୀନର ମହାକାଶ ଏଜେନ୍ସି ରାଷ୍ଟ୍ରୀୟ ଅନ୍ତରୀକ୍ଷ ପ୍ରଶାସନ (CNSA) ସହିତ କାମ କରୁଥିବା ଚୀନ ବିଜ୍ଞାନ ଚ୍ୟାନେଲ ‘Our Space’ରେ ପ୍ରସାରିତ ‘Yutu 2 Diary’ରେ ଏହି ଘଟଣା ବିଷୟରେ ଉଲ୍ଲେଖ କରାଯାଇଥିଲା। ଡାଏରୀରେ କୁହାଯାଇଥିଲା କି, ୟୁତୁ-୨ ଚନ୍ଦ୍ରର ଉତ୍ତରରେ ଦିଗ୍‌ବଳୟ ଉପରେ ଏକ ଘନ ଆକାରର ବସ୍ତୁ ଦେଖିଛି। ଏହି ବସ୍ତୁ ନଭେମ୍ବର ମିଶନର ୩୬ତମ ଚନ୍ଦ୍ର ଦିବସ ସମୟରେ ପାଖାପାଖି ୮୦ ମିଟର ଦୂରରେ ଥିଲା।

ପାଖରୁ ଫଟୋ ନେବାକୁ ପ୍ରୟାସ

Our Space ଏହି ବସ୍ତୁକୁ ‘ରହସ୍ୟମୟ କୁଟୀର’ ନାମ ଦେଇଛି। ଏହା କହିଛି କି, ନାମ ସାଙ୍କେତିକ। କାହିଁକି ନା, ଆମକୁ ସ୍ପଷ୍ଟ ରୂପରେ ଜଣାନାହିଁ କି, ଏହା କ’ଣ। ୟୁତୁ-୨ ମିଶନ ସହ ଜଡ଼ିତ ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟମୟ ବସ୍ତୁକୁ ନେଇ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି। ସେମାନେ କହିଛନ୍ତି କି, ଆଗାମୀ ୨-୩ ଚନ୍ଦ୍ର ଦିନରେ ଆମେ ରୋଭରକୁ କ୍ରେଟରରୁ ବାହାର କରେଇ ସେହି ରହସ୍ୟମୟ ବସ୍ତୁ ନିକଟକୁ ନେଇ ଯିବାକୁ ଚେଷ୍ଟା କରିବୁ, ଯେପରି ଅତି ନିକଟରୁ ଫଟୋ ମିଳି ପାରିବ।

ବିଶାଳ ପଥର ଖଣ୍ଡ ମଧ୍ୟ ହୋଇପାରେ

ସେପଟେ କିଛି ବୈଜ୍ଞାନିକ ଦାବି କରିଛନ୍ତି କି, ଏହି ରହସ୍ୟମୟ ଆକୃତି ପଥରର ଏକ ବିଶାଳ ଖଣ୍ଡ ମଧ୍ୟ ହୋଇପାରେ। ଯଦିଓ ରୋଭର ଏହା ନିକଟକୁ ଯିବା ପରେ ହିଁ ପ୍ରକୃତ ରହସ୍ୟରୁ ପରଦା ଉଠି ପାରିବ। କହି ରଖୁଛୁ କି, ସୌର ଶକ୍ତିରେ ଚାଲୁଥିବା ୟୁତୁ-୨ ଏବଂ Chang’e 4 ଲ୍ୟାଣ୍ଡର ୩ ଜାନୁୟାରୀ, ୨୦୧୯ରେ ଚନ୍ଦ୍ରର ସବୁଠାରୁ ଦୂରରେ ଲ୍ୟାଣ୍ଡିଙ୍ଗ୍‌ କରିଥିଲା। ଏଥି ମଧ୍ୟରୁ ୟୁତୁ-୨ ଚନ୍ଦ୍ର ଉପରେ ୧୮୬ କିଲୋମିଟରରେ ବ୍ୟାପିଥିବା ଭନ୍‌ କାର୍ମନ କ୍ରେଟରରେ ଛାନଭିନ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.