Categories: ସ୍ପେଶାଲ

ଅଦ୍ଭୁତ କାନିପକ୍କମ ଗଣପତି ମନ୍ଦିର, ଯେଉଁଠି ଲଗାତାର ଭାବେ ବଢୁଛି ମୂର୍ତ୍ତି

ଆପଣମାନେ ପ୍ରତିଦିନ ପ୍ରଭୁ ଶ୍ରୀଗଣେଶକୁ ନେଇ କିଛି ନା କିଛି ଚତ୍ମକାର ବିଷୟରେ ଶୁଣିଥିବେ। ଭାରତରେ ଏପରି କେତେକ ମନ୍ଦିର ରହିଛି, ଯାହା ବିଭିନ୍ନ ଚତ୍ମକାର ପାଇଁ ବେଶ ପ୍ରସିଦ୍ଧି ଲାଭ କରିପାରିଛି। ଦେଶରେ ଏପରି ଅନେକ ଗଣେଶ ମନ୍ଦିର ରହିଛି, ଯାହା ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ରହିଛି। ଏପରି ଏକ ମନ୍ଦିର କାନିପକ୍କମ ବିନାୟକ ମନ୍ଦିର ରହିଛି ଯାହାର ବିଶେଷତ୍ୱ କିଛି ଅଲଗା ରହିଛି। ପ୍ରଥମତଃ ଏହି ମନ୍ଦିର ନଦୀ ମଧ୍ୟରେ ରହିଥିବା ବେଳେ ଦ୍ୱିତୀୟରେ ଏଠାରେ ଥିବା ଗଣେଶଙ୍କ ମୂର୍ତ୍ତି ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଜନଶ୍ରୁତି ରହିଛି। ଅନେକ ଆସ୍ଥା ଏବଂ ଚତ୍ମକାର କାହାଣୀ ଏହି ମନ୍ଦିରକୁ ନେଇ ମଧ୍ୟ ଶୁଣିବାକୁ ମିଳୁଛି।

ଗଣେଶଙ୍କର ଏହି ମନ୍ଦିର ଭାରତର ଦକ୍ଷିଣ ପ୍ରାନ୍ତରେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଅବସ୍ଥିତ। ଏହାର ନିର୍ମାଣ ଚୋଳ ବଂଶ ଦ୍ୱାରା ୧୧ ଶତାବ୍ଦୀରେ କରାଯାଇଥିଲା। ଏହା ପରେ ବିଜୟନଗରର ଶାସକମାନେ ୧୩୩୬ରେ ଏହାକୁ ବିସ୍ତାର କରିଥିଲେ।

ମନ୍ଦିର ନିର୍ମାଣର କାହାଣୀ ମଧ୍ୟ ବେଶ ରୋଚକ ରହିଛି। କୁହାଯାଏ, ମୂକ, ବଧିର ଏବଂ ଅନ୍ଧ ଭାବେ ତିନି ଭାଇ ରହିଥିଲେ। ସେମାନେ ନିଜ ଜୀବନ ଅତିବାହିତ କରିବା ପାଇଁ ଏକ ଛୋଟ ଜାଗାଟିଏ କିଣିଥିଲେ। ଏହି ଜମିରେ ସେମାନେ ଚଳିବା ପାଇଁ କିଛି ଚାଷ କରିବାକୁ ଚାହିଁଲେ। ଚାଷ କରିବା ପାଇଁ ପାଇଁ ପାଣିର ଆବଶ୍ୟକତା ପଡିଥିଲା। ଏଥିପାଇଁ ତିନି ପାଇଁ ପୂର୍ବରୁ ଶୁଖିଲା ଥିବା ଏକ କୂଅକୁ ଖୋଳିଥିଲେ। କୂଅକୁ ଖୋଳିବା ପରେ ଏଥିରୁ ପାଣି ବାହାରିବାର କିଛି ସମୟ ପରେ ଏକ ପଥର ଦେଖିବାକୁ ପାଇଥିଲେ। ସେହି ପଥରକୁ କାଢିବା ପରେ ସେଠାରେ ରକ୍ତର ନଦୀ ବୋହିଥିଲା। ଫଳରେ କୂଅର ସବୁ ପାଣି ନାଲି ହୋଇଯାଇଲା। କିନ୍ତୁ ଏହି ଚତ୍ମକାର ବଳରେ ତିନି ଭାଇ ମଧ୍ୟ ଏକଦମ ଠିକ୍‌ ହୋଇଯାଇଥିଲେ। ସେମାନେ କଥା କହିବା ଠାରୁ ଆରମ୍ଭ କରି ଦେଖିବା ଏବଂ ଶୁଣି ମଧ୍ୟ ପାରୁଥିଲେ।

ଏହି ଖବର ଗାଁ ଲୋକଙ୍କ ପାଖରେ ପହଞ୍ଚିବା ମାତ୍ରେ ସେମାନେ ମଧ୍ୟ ଚତ୍ମକାର ଦେଖିବା ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସମସେ୍ତ ପହଞ୍ଚିବା କ୍ଷଣି ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ପାଇଥିଲେ। ଯାହାକୁ ସେହି ପାଣି ମଧ୍ୟରେ ସ୍ଥାପିତ କରାଗଲା। କୂଅ ପାଣିରୁ ସ୍ୱୟଂ ପ୍ରକଟ ହୋଇଥିବା ଏହି ଗଣେଶଙ୍କ ନାମ ସ୍ୱଂୟଭୁ ବିନାୟକ ନାମ ଦିଆଯାଇଥିଲା। ଆଜି ମଧ୍ୟ ସେହି ଦିବ୍ୟ କୂଅରେ ଯେକୌଣସି ଋତୁ ସହ ପରିସ୍ଥିତିରେ ମଧ୍ୟ ପାଣି ରହିଥାଏ।।

ଆପଣଙ୍କୁ ମଧ୍ୟ ଏହା ଆଶ୍ଚର୍ଯ୍ୟ  ଲାଗୁଥାଇ ପାରେ କିନ୍ତୁ ଏହି କୂଅ ମଧ୍ୟରେ ଥିବା ବିନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଦିନ ବଢିଥାଏ ବୋଲି ଲୋକକଥା ରହିଛି। ଏହି ମୂର୍ତ୍ତିର ପେଟ ଏବଂ ଆଣ୍ଠୁ ବଢିବାରେ ଲାଗିଛି। ବିନାୟକଙ୍କ ଜଣେ ଭକ୍ତ ତାଙ୍କ ପ୍ରତିମା ପାଇଁ କବଚ ଭେଟି ଦେଇଥିଲେ, ଯାହା ଏବେ ତାଙ୍କ ଆକାର ବଢିବା ଯୋଗୁଁ ବିନାୟକ ପିନ୍ଧିବାରେ ଅସୁବିଧା ହେଉଛି। ପାଖାପାଖି ୫୦ ବର୍ଷ ପୂର୍ବେ ଜଣେ ଭକ୍ତ ମୂର୍ତ୍ତି ଙ୍କ ମାପ ନେଇ ମଧ୍ୟ ଏକ ବ୍ରେସଲେଟ ଦାନ କରିଥିଲେ, କିନ୍ତୁ ପ୍ରଥମରେ ଏହା ବିନାୟକଙ୍କ ହାତରେ ଠିକ୍‌ ଭାବେ ରହୁଥିବା ବେଳେ ଏବେ ଏହା ସଠିକ ଭାବେ ହାତରେ ଫିଟ ଆସୁନାହିଁ। କେବଳ ଏତିକି ନୁହେଁ, ଏଠିକାର ଲୋକ କିଛି ବି ମାମଲାର ନ୍ୟୟ ପାଇଁ ସ୍ଥାନୀୟ ଲୋକେ ମୂର୍ତ୍ତି ପାଖରେ କୂଅ ଆଡକୁ ମୁହଁ କରି ବିନାୟକଙ୍କ ଶପଥ ନେଇ ଆପୋଷ ସମାଧାନ କରିଥାନ୍ତି।

Swagatika

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

42 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

50 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago