କୁଆଁରୀ ଝିଅର ବଳି ମାଗିଥାଏ ଏହି ଅଭିଶପ୍ତ ହ୍ରଦ, ଯିଏ ବି ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଛି ତାର ହୋଇଛି ମୃତ୍ୟୁ

ଅନେକ ରହସ୍ୟର ଗନ୍ତାଘର ଏ ଦୁନିଆ । ବେଳେବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଆଗରେ ବିଜ୍ଞାନ ମଧ୍ୟ ମାରିଥାଏ ଫେଲ୍ । ଯାହା ଫଳରେ ସେହି ରହସ୍ୟ ଉପରୁ କେବ ବି ଉଠିପାରିନଥାଏ ପର୍ଦ୍ଦା । ଆଜି ଆମେ ସେମିତି ଏକ ରହସ୍ୟମୟୀ ହ୍ରଦ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆଶ୍ଚର‌୍ୟ୍ୟ ହେବେ ।

ପୃଥିବୀ କୋଳରେ ଅନେକ ନଦୀ, ଝରଣା ଏବଂ ହ୍ରଦ ବହୁଛି । କିନ୍ତୁ ଏହି ହ୍ରଦରେ ଏମିତି କିଛି ରହସ୍ୟ ଯାହା ପାଖକୁ ଥରେ ଗଲେ କେହି ଆଉ ଫେରନ୍ତି ନାହିଁ । ଅର୍ଥାତ୍ ନିଜ କୋଳକୁ ଟାଣିନିଏ ମୃତ୍ୟୁ । ଏହି ଅଭିଶପ୍ତ ହ୍ରଦଟି ଦକ୍ଷିଣ ଆଫ୍ରିକାର ଉତ୍ତର ଟ୍ରାନ୍ସବାଲ୍ କ୍ଷେତ୍ରରେ ଅବସ୍ଥିତ ଫୁଣ୍ଡୁଜି ହ୍ରଦ। ଆପଣ ଭାବୁଥିବେ ଏହି ହ୍ରଦର ପାଣି ବିଷାକ୍ତ ହୋଇଯାଇଛି କିମ୍ବା ଆଖପାଖରେ କୌଣସି ବିଷାକ୍ତ ଗ୍ୟାସ୍ ଅଛି । କିନ୍ତୁ ସେମିତି ବିଲକୁଲ୍ ନୁହେଁ ।

Lake Fundudziଅନେକ ସମୟରେ ଲୋକମାନେ ଏହାର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାକୁ ଚେଷ୍ଟା କରିଛନ୍ତି । ହେଲେ ପ୍ରତ୍ୟେକ ଥର ମାରିଛନ୍ତି ଫେଲ୍ । ଏପରିକି ବିଶେଷଜ୍ଞ ଏବଂ ବୈଜ୍ଞାନିକ ମଧ୍ୟ ଫେରିଛନ୍ତି ଖାଲି ହାତରେ । ଆଉ ଏକ ଲୋକକଥା ମଧ୍ୟ ରହିଛି ଏହି ଅଭିଶପ୍ତ ହ୍ରହକୁ ନେଇ । କୁହାଯାଏ ଏହାର ପାଣିର ମୁଖ୍ୟ ସ୍ରୋତ କେଉଁଠୁ ଉତ୍ପନ୍ନ ତାହା କାହାକୁ ଜଣାନାହିଁ । କିନ୍ତୁ ସମୟ ସମୟରେ ଏହି ହ୍ରଦର ପାଣି ଅଦଭୂତ ପ୍ରକାର ଜୁଆର ଭଟ୍ଟା ଭଳି ଉଠିଥାଏ ପଡିଥାଏ ।

ସଂସାରରେ ବଢ଼ି ବଢ଼ି ଚାଲିଛି ଅଧର୍ମ, କଳିଯୁଗରେ ଲୋକମାନଙ୍କ ଉପରେ କ’ଣ ରହିଛି କାଳର ପ୍ରଭାବ, ଜାଣିବାକୁ ପଢ଼ନ୍ତୁ

ଫୁଣ୍ଡୁଜି ହ୍ରଦର ଆଖପାଖରେ ରହୁଥିବା ଲୋକଙ୍କ ବିଶ୍ବାସ ଯେ ଏହି ହ୍ରଦରେ ଏକ ବିଶାଳ ଅଜଗର ରହୁଛି । ଏହି ଅଜଗର ହେଉଛି ଉର୍ବରାର ଦେବତା । ଯାହାକୁ ଲୋକଙ୍କ ଆଖପାଖରେ ରହିବା ବିଲକୁଲ୍ ବି ପସନ୍ଦ ନୁହେଁ ।

ଏହି ଉର୍ବରାର ଦେବତା ପ୍ରତିବର୍ଷ ଜଣେ କୁଆଁରୀ ଝିଅର ବଳି ମାଗିଥାଏ । ଆଉ ସ୍ଥାନୀୟ ବାସିନ୍ଦା ଦେବତାଙ୍କୁ ପ୍ରସନ୍ନ ରଖିବା ପାଇଁ ଡୋମ୍ବା ନାଚର ଆୟୋଜନ କରି ବଳି ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.