ଅଭିଶପ୍ତ ଏହି ଗୋବର୍ଦ୍ଧନ ପର୍ବତରେ ଏବେବି ଶ୍ରୀକୃଷ୍ଣଙ୍କ ଜୀବିତ ରହିବାର ପ୍ରମାଣ ମିଳେ

ଆପଣ ଗୋବର୍ଦ୍ଧନ ପର୍ବତ ସମ୍ପର୍କରେ ପୁରାଣରେ ଅନେକ ବାର ଶୁଣିଥିବେ। କିନ୍ତୁ ଆମେ ଏହି ପର୍ବତକୁ ନେଇ ଏକ ଏମିତି ରହସ୍ୟ ସମ୍ପର୍କରେ କହିବୁ, ଯାହାକୁ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋବର୍ଦ୍ଧନ ଧାମ ଉତ୍ତର ପ୍ରଦେଶ ଅନ୍ତର୍ଗତ ମଥୁରା ଜିଲ୍ଲାରେ ଥିବା ନଗର ପଞ୍ଚାୟତରେ ରହିଛି । ଏହାକୁ ହିନ୍ଦୁ ସଭ୍ୟତାର ଏକ ପବିତ୍ର ସ୍ଥଳ ମନାଯାଏ । ଏହା ମଥୁରା ଜିଲ୍ଲାଠୁ ମାତ୍ର ୨୨ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଚାରିପାଖରେ ଥିବା ସ୍ଥାନକୁ ବ୍ରଜଭୂମି କୁହାଯାଏ। ଏଠାରେ ଶ୍ରୀକୃଷ୍ଣଙ୍କ ଲୀଳାର ଝଲକ ଏବେ ମଧ୍ୟ ଦେଖିବାକୁ ମିଳିଥାଏ। ପୁରାଣରେ ଶ୍ରୀକୃଷ୍ଣଙ୍କ ଲୀଳାରେ ସ୍ୱୟଂ ଇନ୍ଦ୍ର ଦେବଙ୍କ ପ୍ରକୋପରୁ ନଗରବାସୀଙ୍କୁ ରକ୍ଷା କରିଥିଲେ । ସେହି ସମୟରେ ଭଗବାନ ଏହି ପର୍ବତକୁ ନିଜ ତର୍ଗନୀ ଅଙ୍ଗୁଳିରେ ଧରି ରଖିଥିଲେ। ତେଣୁ ଏହି ପର୍ବତକୁ ଗିରିରାଜ ପର୍ବତ କୁହାଯାଏ । ଏହି ପର୍ବତର ପରିକ୍ରମା କରିବା ବହୁ ପୁରାତନ କାଳରୁ ଚାଲିଆସୁଛି। ଏଥିପାଇଁ ଭକ୍ତଙ୍କ ଅନେକ ସମାଗମ ହୋଇଥାଏ ।

କିନ୍ତୁ ଏହି ପର୍ବତକୁ ନେଇ ଏକ ରହସ୍ୟ ଶୁଣିବାକୁ ମିଳିଛି। ଏହି ପର୍ବତର ଆକାର ପ୍ରତିଦିନ ମୁଠାଏ ଲେଖା କମିଯାଉଛି। ଏହା ପଛରେ ଏକ କାରଣ ଲୁଚି ରହିଛି। ପୌରାଣିକ କଥା ଅନୁଯାୟୀ, ଏହି ପର୍ବତକୁ ମିଳିଥିଲା ଅଭିଶାପ। ଅଭିଶାପ ଦେଇଥିଲେ ଋଷି ପୁଲସ୍ତ। ପୁଲସ୍ତ ଋଷିଙ୍କୁ ଏହି ପର୍ବତର ସୋନ୍ଦର୍ଯ୍ୟତା ଖୁବ ପସନ୍ଦ ଆସିଥିଲା। ତେଣୁ ସେ ଏହି ପର୍ବତକୁ ନେବା ପାଇଁ ମନସ୍ତ କଲେ । କିନ୍ତୁ ଗୋବର୍ଦ୍ଧନ ପର୍ବତ କହିଥିଲେ ଯେ , ଯିବା ସମୟରେ ଋଷି ଯଦି ତାଙ୍କୁ କେଉଁଠି ତଳେ ରଖିଦିଅନ୍ତି, ତେବେ ସେ ସେଠାରୁ ପୁନଃ ଉଠିବେନି। ଠିକ ଏହା ହିଁ ଘଟିଲା। ଅଧବାଟରେ ହିଁ ଗୋବର୍ଦ୍ଧନ ପର୍ବତ ରହିଯାଇଥିଲା, ଯାହା କାରଣରୁ ଋଷି ରାଗିଯାଇଥିଲେ।

up temple
pc: navbharat times

ପ୍ରତିଦିନ ପର୍ବତରୁ ମୁଠାଏ ଅଂଶ କମିବ ବୋଲି ଅଭିଶାପ ଦେଇଥିଲେ । ସେଥିପାଇଁ ଏହି ପର୍ବତର ଉଚ୍ଚତା ଦିନକୁ ଦିନ କମୁଛି । ଶୁଣିବାକୁ ମିଳେ ଯେ, ୫ ହଜାର ବର୍ଷ ପୂର୍ବେ ପର୍ବତର ଉଚ୍ଚତା ୩୦ ହଜାର ଫୁଟ ଥିଲା। ଯାହା ବର୍ତ୍ତମାନ ସମୟରେ କମି ୩୦ ମିଟର ରହିଛି। ଏଠାକୁ ବିଦେଶୀ ପର୍ଯ୍ୟଟକ ପର୍ବତର ପରିକ୍ରମା କରିବାକୁ ଆସିଥାନ୍ତି।

ଏହାର ପରିକ୍ରମା ମୋଟ ୨୧ କିଲୋମିଟର। ଏହାର ଶେଷ ଭାଗରେ ରାଜସ୍ତାନ ଆରମ୍ଭ ହୋଇଯାଏ । ମାନେ ଗୋବର୍ଦ୍ଧନ ପର୍ବତର ଅଧା ଅଂଶ ରାଜସ୍ତାନରେ ରହିଛି। ଯଦି ଆପଣ ବି ଏହି ସ୍ଥାନକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ସାନିଧ୍ୟ ପାଇବାକୁ ଚାହୁଁଛନ୍ତି ତେବେ ଥରେ ନିଶ୍ଚିତ ବୁଲି ଆସନ୍ତୁ। ଏହାର ପରିକ୍ରମା କରି ଭଗବାନଙ୍କ ଅଶେଷ ଲାଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.