ଆଶ୍ଚର୍ଯ୍ୟଜନକ କରସୋଗ ଘାଟିର ରହସ୍ୟ, ଯେଉଁ ହ୍ରଦ ତଳେ ରହିଛି ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ ସମ୍ପତ୍ତି

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ମଣ୍ଡି ନଗରଠାରୁ ୧୨୫ କିମି ଦୂରରେ ଦକ୍ଷିଣ ପୂର୍ବ ସମୁଦ୍ର ପତ୍ତନରୁ ପାଖାପାଖି ୧୪୦୪ ମିଟର ଉଚ୍ଚରେ ରହିଛି ଏକ ସ୍ଥାନ। ପୀର ପଞ୍ଜାଲ ପର୍ବତ ଶ୍ରେଣୀରେ ରହିଥିବା ରହସ୍ୟ ଏବଂ ମନ୍ଦିରର ଘାଟି ହେଉଛି କରସୋଗ ଘାଟି। ଏହି ଘାଟି ନିଜର ପାରମ୍ପରିକ ରୀତିନୀତି, ଲୋକ ସଂସ୍କୃତିକୁ ନେଇ ବେଶ ପରିଚିତ। ଶିମ୍‌ଲାଠାରୁ ଏହି ସ୍ଥାନର ଦୂରତା ୧୦୬ କିମି। କିନ୍ତୁ ଏହି ସ୍ଥାନରେ ଅନେକ କିଛି ରହସ୍ୟମୟ ଜିନିଷ ରହିଛି, ଯାହା ବିଷୟରେ ସମସ୍ତେ ଅଜଣା।

karsog

କୁହାଯାଏ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ସମୟ ଅତିବାହିତ କରିଥିଲେ। ସେମାନେ ଏଠାରୁ ହିମାଳୟକୁ ପାର କରି ଉତ୍ତ ଦିଗରେ ଥିବା ଗନ୍ଧମାର୍ଦ୍ଧନ ପର୍ବତକୁ ପହଞ୍ଚିଥିଲେ। ସେହି ସ୍ଥାନରେ ଭୀମଙ୍କ ସାକ୍ଷାତ ରାମଭକ୍ତ ହନୁମାନଙ୍କ ସହିତ ହୋଇଥିଲା। ସେହିପରି ଦ୍ୱାପର ଯୁଗରେ ପାଣ୍ଡବମାନେ ଯେତେବେଳେ ଅଜ୍ଞାତବାସରେ ଥିଲେ, ସେହି ସମୟରେ ମଧ୍ୟ କରସୋଗ ଘାଟିରେ ସମୟ ଅତିବାହିତ କରିଥିଲେ। ସେମାନେ ନିଜର ପୂଜାର୍ଚ୍ଚନା ଏହି ସ୍ଥାନରେ କରୁଥିଲେ।

vall

ଏହି ସ୍ଥାନରେ ପାଣ୍ଡବ କାଳରୁ ହିଁ ପୁରୁଣା ଏକ ମନ୍ଦିର ରହିଛି। ଯାହାକୁ ମମଲେଶ୍ୱର ମନ୍ଦିର ମଧ୍ୟ କୁହାଯାଉଛି। ଏଠାରେ ଦୁଇଟି ଜିନିଷ ଏପରି ରହିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ପ୍ରଥମତଃ ଘାସରୁ ନିର୍ମିତ ହୋଇଥିବା ଦେଢଫୁଟ ଢୋଲ ଯାହାର ଓଜନ ମାତ୍ର୧୫୦ ଗ୍ରାମ। ଲୋକେ ଏହାକୁ ଗହମ ଦାନା ବୋଲି କୁହାଯାଏ। ସେହିପରି ମାହୁନାମ ମନ୍ଦିରରେ ଏପରି ଏକ ଢୋଲ ରହିଛି, ଯାହା ମଧ୍ୟ ଘଶସରେ ତିଆରି ହୋଇଛି। ଏଠାରେ ଥିବା ମାହୁନାଗକୁ ମହାଭାରତର କର୍ଣ୍ଣଙ୍କ ରୂପ ଭାବେ ପରିଚିତ।

road

ଏଠାରେ ମନ୍ଦିର ପରିସରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଶିବଲିଙ୍ଗ ପୋତିହୋଇ ରହିଛି। କିନ୍ତୁ ଏଥିରୁ କିଛି ବାହାର କରିଦିଆଯାଇଛି। ଏଠାରେ ପାଣ୍ଡବ କାଳର କିଛି ଦୁଲର୍ଭ ବସ୍ତୁ ମଧ୍ୟ ରହିଛି।

କରସୋଗରୁ ଶିମଲା ଆଡକୁ ଯିବା ବାଟରେ ‘ତତ୍ତା ପାଣି’ ନାମକ ଏକ ସୁନ୍ଦର ସ୍ଥଳ ରହିଛି। ଏହି ସ୍ଥାନରେ ଥିବା ସଲଫରଯୁକ୍ତ ଗରମ ଜଳ ପାଇଁ ପ୍ରସିଦ୍ଧ। ଏଠାରେ ଗରମ ଏବଂ ଥଣ୍ଡା ପାଣି ର ମିଳନ ସ୍ଥଳ ରହିଛି। ଏହି ଘାଟିରେ ଦେବଦାର ନାମକ ଘନ ଜଙ୍ଗଲ ଘେରିଥିବା ତିନିଟି ପ୍ରମୁଖ ହ୍ରଦ ରହିଛି। ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ।

lake

କମରୁନାଗ ହ୍ରଦ ନିକଟରେ ରହିଛି କମରୁନାଗ ଦେବତାଙ୍କ ପ୍ରାଚୀନ ମନ୍ଦିର। କିମ୍ବଦନ୍ତୀ ଅନୁସାରେ କମରୁନାଗ ରାଜା ରତ୍ନ ଯକ୍ଷ ଥିଲେ। ମହାଭାରତ ଯୁଦ୍ଧ ପରେ ପାଣ୍ଡବ ତାଙ୍କୁ ନିଜର ଆରାଧ୍ୟ ଦେବତା ମାନି ସେହି ସ୍ଥାନରେ ସ୍ଥାପନା କରିଥିଲେ। କମରୁନାଗଙ୍କୁ ବର୍ଷାର ଦେବତା ବୋଲି କୁହାଯାଏ। କମରୁନାଗ ହ୍ରଦ ସବୁଠାରୁ ପ୍ରାଚୀନ। ଏହିହ୍ରଦ ତଳେ କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଲୁଚି ରହିଛି ବୋଲି ଅନୁମାନ ଲଗାଯାଉଛି। ଏହି ହ୍ରଦରେ ମୂଲ୍ୟବାନ ଜିନିଷ ପକାଇବାର ପରମ୍ପରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.