ଏହି ୫ଟି ରହସ୍ୟମୟ ସ୍ଥାନରେ କାମ କରେନି ମାଧ୍ୟାକର୍ଷଣ ଶକ୍ତି, ଭାରତରେ ବି ରହିଛି ଗୋଟିଏ

ଦୁନିଆରେ ଏମିତି ଅନେକ ଅଜବ ଜିନିଷ ରହିଛି ଯାହାକୁ ବିଶ୍ୱାସ କରିବା ବେଳେ ବେଳେ ଅସମ୍ଭବ ହୋଇପଡ଼େ। ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରି ରହିବା ପାଇଁ ମାଧ୍ୟାକର୍ଷଣ ଶକ୍ତି ନିହାତି ଆବଶ୍ୟକ ହୋଇଥାଏ। ଏହା ପ୍ରତ୍ୟେକ ବସ୍ତୁକୁ ମାଟି ଆଡ଼କୁ ଟାଣି ଧରିଥାଏ। ଫଳରେ ଯଦି କୌଣସି ଜିନିଷ ହାତରୁ ଖସୁଛି ତେବେ ତାହା ତଳ ଆଡ଼କୁ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଟାଣି ହୋଇଯାଉଛି। ଆମେ ଚଳପ୍ରଚଳ କରିବା ପାଇଁ ମଧ୍ୟ ଏହି ଶକ୍ତି ସାହାଯ୍ୟ କରୁଛି। ପୃଥିବୀର ସବୁ ସ୍ଥାନରେ ମାଧ୍ୟାକର୍ଷଣ ଶକ୍ତି କାମ କରୁଥିବା ଆମେ ପିଲାବେଳୁ ଜାଣିଛେ। କିନ୍ତୁ ପୃଥିବୀପୃଷ୍ଠରେ ଏମିତି କିଛି ରହସ୍ୟମୟ ସ୍ଥାନ ମଧ୍ୟ ରହିଛି, ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଆଦୌ କାମ କରିନଥାଏ। ଆସନ୍ତୁ ଜାଣିବା ସେଭଳି ୫ଟି ସ୍ଥାନ ବିଷୟରେ…

୧. ମିଷ୍ଟ୍ରି ସ୍ପଟ, ସାନ୍ତାକ୍ରୁଜ କାର୍ଲିଫର୍ଣ୍ଣିଆ:

Mystery Spot, Santa Cruz California

କାର୍ଲିଫର୍ଣ୍ଣିଆରେ ସ୍ଥିତ ଏହି ସ୍ଥାନରେ ମାଧ୍ୟାକର୍ଷଣ ଶକ୍ତି କାମ କରିନଥାଏ। ଏଠାରେ ପ୍ରାୟ ୧୫୦ ବର୍ଗ ଫୁଟ ଅଞ୍ଚଳ ଏମିତି ରହିଛି ଯେଉଁଠାରେ ଏକ ଅଦୃଶ୍ୟ ଶକ୍ତି ଯୋଗୁ ମାଧ୍ୟାକର୍ଷଣ ଶକ୍ତି କାମ କରେନାହିଁ। ଏଠାରେ ପାଣି ତଳୁ ଉପରକୁ ଗଡ଼ିଥାଏ। ଜଣେ ବ୍ୟକ୍ତି ଚାହିଁଲେ ଏଠାରେ କୌଣସି କୋଣରେ ଠିଆ ହୋଇ ମଧ୍ୟ ରହିପାରିବ। ୧୯୩୯ ମସିହାରେ ଏହି ଅଦ୍ଭୁତ ସ୍ଥାନ ବିଷୟରେ ଜଣାପଡ଼ିଥିଲା।

୨.ସେଣ୍ଟ ଇଗ୍ନାସ ମିଷ୍ଟ୍ରି ସ୍ପଟ, ମିଶିଗନ:

St. Ignas Mystery Spot, Michigan

ଆମେରିକାର ମିଶିଗନରେ ମଧ୍ୟ ଏକ ଏଭଳି ସ୍ଥାନ ରହିଛି ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବଶୂନ୍ୟ ହୋଇଯାଏ। ଏହି ସ୍ଥାନକୁ ସେଣ୍ଟ ଇଗ୍ନାସ ମିଷ୍ଟ୍ରି ସ୍ପଟ ଭାବେ ନାମିତ କରାଯାଇଛି। ୧୯୫୦ ମସିହାରେ ଏହି ସ୍ଥାନ ସମ୍ପର୍କରେ ଜଣାପଡ଼ିଥିଲା। କିଛି ବୈଜ୍ଞାନିକ ଏହି ସ୍ଥାନ ଉପରେ ଗବେଷଣା କରିବାକୁ ଯାଇଥିବା ବେଳେ ସେମାନଙ୍କ ଉପକରଣ ଏଠାରେ ଅଚଳ ହୋଇପଡ଼ିଲା। କିଛି ଦିନ ପରେ ଜଣାପଡ଼ିଥିଲା ଯେ ଏଠାରେ ୩୦୦ ବର୍ଗଫୁଟ ଅଞ୍ଚଳରେ ମାଧ୍ୟାକର୍ଷଣ ଶକ୍ତି କାମ କରୁନାହିଁ। ଏଠାରେ ଠିଆ ହେଲେ ଲାଗିବ ଯେମିତି ଆପଣ ମହାକାଶରେ ଅଛନ୍ତି।

୩.କସମସ ମିଷ୍ଟ୍ରି ଏରିଆ, ରାପିଡି ସିଟି:

cosmos

ଆମେରିକାର ଦକ୍ଷିଣ ଡକୋଟା ସ୍ଥିତ ଏହି ରହସ୍ୟମୟ ସ୍ଥାନକୁ କସମସ ମିଷ୍ଟ୍ରି ଏରିଆ କୁହାଯାଏ। ଏଠାରେ ବିଚିତ୍ର ପ୍ରକାରର ଗଛ ଦେଖାଯାଆନ୍ତି, ଯେଉଁମାନେ ଆଗକୁ ଝୁଙ୍କି ରହିଥାନ୍ତି। ଜଣେ ଚାହିଁଲେ ଏହି ଗଛ ଉପରେ ସିଧା ଠିଆ ହୋଇ ରହିପାରିବ। ଏଠାରେ ମାଧ୍ୟାକର୍ଷଣ ଶକ୍ତି କାମ କରେ ନାହିଁ ବୋଲି କୁହାଯାଏ।

୪.ସ୍ପୁକ ହିଲ, ଫ୍ଲୋରିଡ଼ା:

spook

ଆମେରିକାର ଫ୍ଲୋରିଡ଼ାରେ ମଧ୍ୟ ଏକ ରହସ୍ୟମୟ ସ୍ଥାନ ରହିଛି, ଯାହା ସ୍ପୁକ ହିଲ ଭାବେ ପରିଚିତ। ସାଧାରଣତଃ ଗଡାଣିଆ ରାସ୍ତାରେ ଗାଡ଼ିଗୁଡ଼ିକ ଆରାମରେ ଗଡିପାରୁଥିବା ବେଳେ ଏଠାରେ ତାହାର ଓଲଟା ଦେଖିବାକୁ ମିଳେ। ଏଠାରେ ଉଠାଣି ସ୍ଥାନରେ ଗାଡ଼ି ଆପେ ଆପେ ଯାଇପାରେ। ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ଏହି ଅଞ୍ଚଳରେ ଏଭଳି ହୁଏ।

୫. ମ୍ୟାଗ୍ନେଟିକ ହିଲ, ଲେହ:gravity

 

ଭାରତରେ ମଧ୍ୟ ଏକ ଏଭଳି ସ୍ଥାନ ରହିଛି, ଯାହାକୁ ମ୍ୟାଗ୍ନେଟିକ ହିଲ ବୋଲି କୁହାଯାଏ। ଏଠରେ ସ୍ପୁକ ହିଲ ଭଳି ବିନା ସାହାରାରେ ଗାଡ଼ି ଉପର ଆଡ଼କୁ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଯାଇପାରେ। ଏହାକୁ ଲଦାଖର ଚୁମ୍ବକ ପାହାଡ଼ ବୋଲି ମଧ୍ୟ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.