ବୃହସ୍ପତିଙ୍କଠାରୁ ଆସୁଛି ରହସ୍ୟମୟ ଶବ୍ଦ, ନାସାର ଖୁଲାସା

କେନ୍ୟୁଜ ଓଡିଶା : ଅମେରୀକା ଅନ୍ତରୀକ୍ଷ ଏଜେନ୍ସି ନାସା ସ୍ପେସର ରହସ୍ୟ ଜାଣିବାକୁ ଚେଷ୍ଟା କରୁଛି । ଏହାରି ଭିତରେ ନାସା ଏକ ଖୁଲାସା କରିଛି ଯାହା ବିଷୟରେ ଜାଣି ଦୁନିଆର ବଡ ବଡ ବୈଜ୍ଞାନିକ ବି ଚକିତ ହୋଇଯାଉଛିନ୍ତି । ନାସା ଏହାର ଜୁନୋ ମିଶନକୁ ୨୦୧୬ମସିହାରେ ଆରମ୍ଭ କରିଥିଲା । ଯାହା ବୃହସ୍ପତି ନିକଟରେ ୩୮ତମ ବିମାନ ଉଡାଣ କରିଛି । ନାସା ଏହି ମିଶନକୁ ଚଳିତ ବର୍ଷ ଆରମ୍ଭରେ ବଢାଇଛି । ଏଥିରେ ବୃହସ୍ପତିଙ୍କ ଚନ୍ଦ୍ରମା ଗାନମେଡେଙ୍କର ଏକ ଘନିଷ୍ଠ ଉଡାଣ ଜୁନ ମାସରେ କରାଯାଉଥିଲା । ଜୁନୋ ମହାକାଶ ଯାନ ବୃହସ୍ପତି ଗ୍ରହ ଓ ଗାନମେଡେ ଏକଦମ ପାଖରେ ଉଦାଣ ଭରିଥିଲା । ଆଉ ଏହି ସମୟ ମଧ୍ୟରେ ରହସ୍ୟମୟ ଶବ୍ଦକୁ ରେକର୍ଡ କଲା । ତା ସହ କିଛି ଚମତ୍କାର ଚିତ୍ର ମଧ୍ୟ ଉତ୍ତୋଳନ କଲା ।

ନାସା ପ୍ରକାଶ କରିଛି ଯେ ଜୁନୋ ମହାକାଶଯାନ ଏକ ରହସ୍ୟମୟ ଧ୍ୱନି ରେକର୍ଡ କରିଛି ଯାହା ୫୦ସେକେଣ୍ଡର ଅଟେ । ଚନ୍ଦ୍ରମାଙ୍କ ଅଡିଓ କ୍ଲିପ ଇଲେକ୍ଟ୍ରିକ ଓ ଚୁମ୍ବକୀୟ ରେଡିଓ ତରଙ୍ଗ ଦ୍ୱାରା ନିର୍ମିତ ହୋଇଥିଲା । ଏହି ତରଧଙ୍ଗ ବିଷୟରେ ଜାଣିବା ଓ ଚିହ୍ନିବା ପାଇଁ ମହାକାଶଯାନର ତରଙ୍ଗ ଯନ୍ତ୍ର ବ୍ୟବହାର କରାଯାଇଥିଲା ଯେଉଁଥିପାଇଁ ଏହା ଡିଟେକ୍ଟ କରାଯାଇପାରିଲା । ରେକର୍ଡ ହୋଇଥିବା ଧ୍ୱନି ଗୁଡିକ ଏକ ତ୍ରୁଟିପୂର୍ଣ୍ଣ ସ୍ପେସ ଏଜ ସାଉଣ୍ଡଟ୍ରାକ ପରି ।

ଜୁନୋ ମିଶନ ଟିମ ଉଡାଣ ସମୟରେ ମହାକାଶଯାନ ଦ୍ୱାରା ବୃହସ୍ପତି ଗ୍ରହ ଓ ଚନ୍ଦ୍ରମା ଗାନମେଡରୁ ମିଳିଥିବା ତଥ୍ୟ ଅନୁସନ୍ଧାନ କରୁଛି । ଜୁନୋ ମହାକାଶ ଯାନ ଗାନମେଡେ ଚନ୍ଦ୍ରପୃଷ୍ଠରୁ ୧୦୩୮ କିଲୋମିଟର ଉଡାଣ ଭରିଥିବା ବେଳେ ଘଣ୍ଟାପ୍ରତି ୬୭,୦୦୦ କିଲୋମିଟର ବେଗରେ ଗତି କରୁଥିଲା ।ଜୁନୋ ମିଶନ ଟିମ ମହାକାଶଯାନ ଦ୍ୱାରା ନିଆଯାଇଥିବା ଛବି ଗୁଡିକ ଅଂଶୀଦାର କରିଛନ୍ତି । ଏହି ଚିତ୍ରଗୁଡିକରେ ଆପଣ ଗ୍ରହର ଘୂର୍ଣ୍ଣନ ପରିବେଶର ସୌନ୍ଦର୍ଯ୍ୟ ଦେଖିପାରିବେ । ବୃହସ୍ପତି ଗ୍ରହରେ ଆସିଥିବା ଘୂର୍ଣିଝଡର ଚିତ୍ର କିନ୍ତୁ ବୈଜ୍ଞାନିକ ମାନଙ୍କୁ ଚକିତ କରିଛି । ବୃହସ୍ପତିର ବାୟୁମଣ୍ଡଳୀୟ ଗତିଶୀଳତା ଏବଂ ପୃଥିବୀର ମହାସାଗରର ଭଉଁରୀ ମଧ୍ୟରେ କୌଣସି ପାର୍ଥକ୍ୟ ଆସୁନତିବା ପରି ସମାନତା ନଜର ଆସୁଥିବା ବର୍ଣ୍ଣନା ହେଉଥିବା କୁହାଯାଇଛି ।

ଜୁନୋ ମହାକାଶଯାନର ତଥ୍ୟ ବ୍ୟବହାର କରି ବୈଜ୍ଞାନିକ ମାନେ ଗ୍ରେଟ ବ୍ଲୁ ସ୍ପଟ ଏବଂ ବୃହସ୍ପତିର ଚୁମ୍ବକୀୟ କ୍ଷେତ୍ରକୁ ମାନଚିତ୍ର କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଗ୍ରେଟ ରେଡ ସ୍ପଟ ବର୍ଷବର୍ଷ ଧରି ଏକ ଗ୍ରହର ମଝି ଉପରେ ଆସୁଥିବା ବାତ୍ୟା ଅଟେ । ଜୁନୋ ମିଶନର ଟିମ ଗ୍ରହର ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଗୁଡିକ ଉପରେ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.