ଆଶ୍ଚର୍ଯ୍ୟ କରିଦେବା ଭଳି ଆମ ଦେଶରେ ରହିଛି ଏହି ସବୁ ବିଶାଳ ପଥର, ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ଆମର ପୃଥିବୀ ଅନେକ ଗୁଡ଼ିଏ ଅଜବ ଓ ରହସ୍ୟମୟ ଜିନିଷ ଭରପୁର ହୋଇ ରହିଛି । ଏସବୁ ବିଷୟରେ ଆମେ ପୁରାଣ ଶାସ୍ତ୍ରରେ ମଧ୍ୟ ପଢିଛେ । ସତରେ ଏହି ଅଦ୍ଭୁଦ ବସ୍ତୁ ଗୁଡ଼ିକ ଓ ସ୍ଥାନର ଅସ୍ତିତ୍ୱ ଉପରେ ଶୁଣିଲେ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏହି କ୍ରମରେ ଆଜି ଆପଣଙ୍କୁ ଦେଶର କିଛି ଚମତ୍କାରୀ କୁହାଯାଉ ଥିବା ପଥର ବିଷୟରେ କହୁଛୁ , ଯାହାକୁ ବହୁତ ଲୋକଙ୍କୁ ଅଜଣା ।

କୃଷ୍ଣଙ୍କର ବଟର ବଲ୍‌
ଏ ବିଶାଳକାୟ ପଥର ଯାହା ଦକ୍ଷିଣ ଭାରତରେ ଚେନ୍ନାଇର ମହାବଳିପୁରମ୍‌ରେ ଅଛି । ଏହି ବିଶାଳ ପଥରଟି ଏକ ପାହାଡ଼ ଉପରେ ଅଛି , ୪୫ ଡିଗ୍ରୀ କୋଣରେ ସ୍ଥିର ଭାବେ ଲାଖି ରହିଛି ଏହି ପଥର । ଏହି ପଥରଟି କୃଷ୍ଣଙ୍କର ବଟର ବଲ୍‌ ନାମରେ ପ୍ରସିଦ୍ଧ । କୁହାଯାଏ ଏହା କୃଷ୍ଣଙ୍କର ପ୍ରିୟ ଭୋଜନ ଲହୁଣୀର ପ୍ରତୀକ । ଯାହା ସ୍ୱୟଂ ସ୍ୱର୍ଗରୁ ଖସିଛି । ପଥରର ଆକାରରେ ୨୦ ଫୁଟ ଉଚ୍ଚ ଓ ୫ମିଟର ଚଉଡ଼ା । ଏହାର ଓଜନ ପାଖାପାଖି ୨୫୦ ଟନ୍‌ । ଭଗବାନଙ୍କର ବଟର ବଲ୍‌ ଅନେକ ଶତାବ୍ଦୀ ଧରି ଗୋଟିଏ ସ୍ଥାନରେ ରହିଆସିଛି, ଯାହାକି ମାଧ୍ୟାକର୍ଷଣ ନିୟମ ବାହାରେ ।

ହଜରତ ଖ୍ୱାଜ ମୋଇନୁଦ୍ଦିନ ଚିସ୍ତି ଅର୍ଥାତ୍‌ ଖ୍ୱାଜା ଗରିବ୍‌ ନୱାଜଙ୍କର ଦରଗାକୁ ଦେଶ ବିଦେଶରୁ ଲୋକ ଆସନ୍ତି । ତାରାଗଡ଼ ପାହାଡ଼ର ପାଦ ଦେଶରେ ଥିବା ଏହି ପଥର ବିଷୟରେ ଲୋକେ କୁହନ୍ତି କି ପଥର କୌଣସି ବ୍ୟକ୍ତିଙ୍କ ଉପରେ ଖସିବାର ଥିଲା । ସେହି ବ୍ୟକ୍ତି ଖ୍ୱାଜା ସାହେବଙ୍କୁ ମନେପକାଇଲା ଏବଂ ସେ ଏହି ପଥର କେହି ଜଣେ ବ୍ୟକ୍ତିଙ୍କ ଉପରେ ଖସିବାର ଥିଲା । ସେହି ବ୍ୟକ୍ତି ଖ୍ୱାଜା ସାହେବଙ୍କୁ ମନେପକାଇବାରୁ ସେହି ପଥରକୁ ପବନରେ ରୋକି ଦେଲେ । ଏହି ପଥର ୨ ଇଞ୍ଚ ଉପରକୁ ଉଠୁଛି। ଏହି ପଥରଟିକୁ ଚମତ୍କାରୀ ପଥର ଏଥି ପାଇଁ କୁହାଯାଇଛି ,ଯଦି ଏହାକୁ କେହି ଦ୍ୱିତୀୟ ଜିନିଷ ବା ପଥର ଧକ୍କା ଦିଏ ଏଥିରୁ ମଧ୍ରୁ ସ୍ୱର ବାହାରି ଥାଏ ।

ajmer-stone

ଆଜମେରର ଚମତ୍କାରୀ ପଥର:
ହଜରତ୍ ଖ୍ବାଜା ମୋଇନୁଦ୍ଧିନ୍ ଚିସ୍ତି ଅର୍ଥାତ ଖ୍ବାଜା ଗରିବ ନଓ୍ବାଜଙ୍କ ଦରଘାକୁ ଦେଶ ବିଦେଶର ଲୋକ ଆସିଥାନ୍ତି। ତାରାଗଡ ପାହାଡ ତଲହଟି​‌ରେ ଥିବା ଏହି ପଥର ବିଷୟରେ ଲୋକ କୁହନ୍ତି ଯେ, ପଥର କୌଣସି ବ୍ୟକ୍ତି ଉପରେ ପଡିବାର ଥିଲା। ସେହି ବ୍ୟକ୍ତି ଖ୍ବାଜା ସାହାବଙ୍କୁ ମନେପକାଇଥିଲେ ଓ ସେ ଏହି ପଥରକୁ ପବନରେ ରୋକି ଦେଇଥିଲେ। ଏହି ପଥର ଦୁଇ ଇଞ୍ଚ ଉପରକୁ ଉଠିକି ଅଛି।

sarguja-stone

ଠିନାଠିନି ପଥର:
ଏହି ଚମତ୍କାରୀ ପଥର ଛତିଶଗଡର ସରଗୁଞ୍ଜାରେ ରହିଛି। ଏହି ଚକତ୍କାରୀ ପଥର ଏଥିପାଇଁ ପ୍ରସିଦ୍ଧ ଯେ, ଯଦି କୌଣସି ଅନ୍ୟ ଜିନିଷ କିମ୍ବା ପଥର ମାଡ ହୁଏ ତେବେ ମଧୁର ଧ୍ବନୀ କିମ୍ବା ଶବ୍ଦ ଶୁଣିବାକୁ ମିଳିଥାଏ। ଏହି ପଥର ଛତିଶଗଡର ସୁରଗୁଜା ଜିଲ୍ଲାରେ ଥିବା ଛିଦ୍ରକାଳୀ ଗାଁରେ ରହିଛି। ବୈଜ୍ଞାନିକମାନେ ଏଭଳି ଚମତ୍କାରୀ ପଥରର ରହସ୍ୟ ଜାଣିପାରି ନାହାନ୍ତି ଯେ, ଏଥିରୁ ଯେଉଁ ଶବ୍ଦ ଆସେ ତାହା କିପରି ଆସେ। ଗାଁ ଲୋକ ଏହି ପଥରର ନାଁ ‘ଠିନା ଠିନି ପଥର’ ରଖିଛନ୍ତି। ଏହାର ବାସ୍ତବିକ ନାଁ ଫୋନୋଟିକ୍ ଷ୍ଟୋନ୍।

meghalay-stone

ବାଲାନ୍ସିଂ ରକ୍:
ଏଭଳି ବହୁ ଅଦ୍ଭୁତ ଘଟଣା ଆପଣଙ୍କୁ ମିଳିଯିବ, ଯାହାକି ଏହା ଭାବିବାକୁ ବାଧ୍ୟ କରିଦେବ ଏହାର ରହସ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି। ଏଭଳି ଭାବରେ ଚେରାପୁଞ୍ଚିର ଏକ ଫଟୋ ରହିଛି। ​‌ଏଠାରେ ଗୋଟିଏ ଛୋଟ ପଥର ଉପରେ ବଡ ଚଟାଣ ରହିଛି। ଯାହାର ବାଲାନ୍ସ ଦେଖିବା ଭଳି ରହିଛି। ଏହି ପଥର ବର୍ଷ ବର୍ଷ ଧରି ରହିଛି। କୌଣସି ଝଡ କିମ୍ବା ଭୂକମ୍ପ ଏହି ପଥରର ବାଲାନ୍ସ ଖରାପ କରିପାରିନି।​‌

dargah-stone

ଦରଘାର ଚମତ୍କାରୀ ପଥର:
ହଜରତ୍ କମର ଅଲ୍ଲୀ ଦରଭେଶ ବାବାଙ୍କ ଦରଘା ପୁନେ-ବେଙ୍ଗାଲୁର ହାଇଓ୍ବେରେ ମୁମ୍ବାଇରୁ ୧୮୦ କିଲୋମିଟର ଦୂର ଶିବପୁର ଗାଁରେ ରହିଛି। ସେଠାରେ ୭୦୦ ବର୍ଷ ପୂର୍ବରୁ ସୁଫି ସନ୍ଥ ହଜରତ୍ କମର ଅଲ୍ଲୀଙ୍କୁ ପୋତା ଯାଇଥିଲା। ଏହି ଦରଘା ପରିସରରେ ପ୍ରାୟ ୯୦ କିଲୋର ପଥର ରଖାଯାଇଛି। କୁହାଯାଏ ଯେ, ଏହି ପଥରକୁ ଯଦି ୧୧ଜଣ ଲୋକ ସୁଫି ସନ୍ଥଙ୍କ ନାଁ ନେଇ ନିଜର ତର୍ଜନୀ ଆଙ୍ଗୁଳିରେ ଉଠାଇଥିଲେ। ଏହି ପଥର ସହଜରେ ଉଠି ଯାଇଥାଏ। କିନ୍ତୁ ଏହି ପଥର ଦରଘା ପରିସରରୁ ବାହାରକୁ ନିଆଗଲେ ସହଜରେ ଉଠିପାରେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.