ଦୁନିଆର ଏମିତି ଏକ ମନ୍ଦିର ଯେଉଁଠି ଭକ୍ତଙ୍କୁ ଦିଆଯାଏନି ମନ୍ଦିରର ପ୍ରସାଦ

ଭାରତରେ ଭଗବାନ ରାମଙ୍କ ସବୁଠୁ ବଡ଼ ଭକ୍ତ ସଙ୍କଟମୋଚନ ହନୁମାନଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ଶ୍ରୀରାମ ଭକ୍ତ ହନୁମାନଙ୍କ ଅନେକ ନାମରେ ପୂଜା ପାଇଥାନ୍ତି। ଦୁନିଆରେ ସଙ୍କଟମୋଚନକୁ ନେଇ ଭକ୍ତଙ୍କ ଭାବାବେଗ ଓ ବିଶ୍ୱାସ ସ୍ୱତନ୍ତ୍ର ରହିଛି। ମାନ୍ୟତା ଅନୁଯାୟୀ, ହନୁମାନଙ୍କ ପୂଜା କରିବା ଫଳରେ ଭକ୍ତଙ୍କ ସମସ୍ତ କଷ୍ଟ ଦୂର ହୁଏ।

ତେବେ ଆଜି ଆମେ ପ୍ରଭୁ ହନୁମାନଙ୍କ ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କହିବୁ। ମନ୍ଦିରଟି ରହିଛି ରାଜସ୍ଥାନରେ। ରାଜସ୍ଥାନରେ ପ୍ରଭୁଙ୍କ ପ୍ରସିଦ୍ଧ ମନ୍ଦିରର ନାମ ରହିଛି ମେହନ୍ଦିପୁର ବାଲାଜି ମନ୍ଦିର। ଏହି ମନ୍ଦିର ଦୁଇଟଟି ପାହାଡ଼ ମଝିରେ ରହିଛି। ଏହି ମନ୍ଦିରକୁ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ମନ୍ଦିରରେ ପ୍ରଭୁ ବାଳ ହନୁମାନ ରୂପେ ବିରାଜମାନ ହୋଇଛନ୍ତି।

ତେବେ ଏହି ମନ୍ଦିରରେ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମାକୁ ସ୍ଥାପନା କରାଯାଇଛି। ତେବେ ଏହି ମନ୍ଦିରର ଏକ ଖାସ ବିଶେଷତ୍ୱ ରହିଛି। ସାଧାରଣତଃ ସବୁ ମନ୍ଦିର ଗଲେ ଆମେ ପ୍ରଭୁଙ୍କର ପ୍ରସାଦ ଆଣିଥାଉ। କିନ୍ତୁ ଏଠାରେ ମନ୍ଦିରରୁ ପ୍ର୍ରସାଦ ନେବାକୁ ମନା କରାଯାଇଛି।

ଏହାସହ ମନ୍ଦିରକୁ ଆସିବାର ଏକ ସପ୍ତାହ ପୂର୍ବରୁ ଭକ୍ତମାନଙ୍କୁ ପିଆଜ, ରସୁଣ , ଆମିଷ ଓ ନିଶାଦ୍ରବ୍ୟ ଆଦିରୁ ବିରତ ରହିବାକୁ ହେବ। ବିଶ୍ୱାସ ରହିଛି ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପରେ ସମସ୍ତେ ରୋଗବ୍ୟାଧିରୁ ମୁକ୍ତି ପାଆନ୍ତି। ତେବେ ଏଠାରେ ପ୍ରସାଦକୁ କାହାକୁ ସେବନ କରିବାକୁ ଦିଆଯାଏ ନାହିଁ କିମ୍ବା ଏହି ପ୍ରସାଦକୁ ଘରକୁ ମଧ୍ୟ ଅଣାଯାଏ ନାହିଁ। ସବୁକିଛି ମନ୍ଦିରରେ ସମର୍ପଣ କରାଯାଏ।

ତେବେ ପ୍ରାଚୀନ ପରମ୍ପରା ଅନୁଯାୟୀ ଏଠାରେ କୌଣସି ବି ଭକ୍ତ ପ୍ରସାଦ ହେଉ ଅବା ସୁଗନ୍ଧିତ ଜିନିଷ କିଛି ବି ଘରକୁ ନେଇ ଯାଇପାରିବେନି। କେବଳ ପ୍ରଭୁଙ୍କୁ ଦର୍ଶନ କରି ପୂଜା କରି ନିଜ ଦୁଃଖ ଜଣାଇବେ।

Leave A Reply

Your email address will not be published.