ରହସ୍ୟରେ ପରିପୂର୍ଣ୍ଣ ଏହି ଗାଁ, ଯାହା ବି ଛୁଇଁବେ ଦେବେ ଜରିମାନା

ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏଠାରେ ଆପଣଙ୍କୁ ପ୍ରତି ସ୍ଥାନରେ କିଛି ନା କିଛି ରହସ୍ୟ ମିଳିଯିବ। ଭାରତର ହିମାଚଳ ପ୍ରଦେଶରେ ଏପରି ଏକ ଗାଁ ରହିଛି, ଯାହାର ରହସ୍ୟ ଏପର୍ଯ୍ୟନ୍ତ କେହି ବି ବୁଝିପାରିନାହାନ୍ତି। ହିମାଚଳର ଏହି ଗ୍ରାମର ନାମ ମଲାଣା। ଏହି ଗାଁକୁ ଭାରତର ସବୁଠାରୁ ରହସ୍ୟମୟ ଗାଁ ଭାବେ ପରିଚିତ। ସ୍ଥାନୀୟ ଲୋକ ମଧ୍ୟ ଏହି ରହସ୍ୟ ବିଷୟରେ ବେଶ ଅବଗତ।

098

ଏହି ଗାଁର ବାସିନ୍ଦାମାନେ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଏକ ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ଅନୁଯାୟୀ, ଏହି ଗାଁକୁ ଆସୁଥିବା ବାହାର ଲୋକ ଗାଁର କିଛି ବି ଜିନିଷକୁ ଛୁଇଁବା ମହଙ୍ଗା ହୋଇପାରେ। ଯଦି କୌଣସି ବ୍ୟକ୍ତି କିଛି ବି ଜିନିଷକୁ ଛୁଇଁଥାନ୍ତି, ତେବେ ତାଙ୍କୁ ଜରିମାନା ଭାବେ ଟଙ୍କା ଦେବାକୁ ପଡିଥାଏ। ଏହି ଜରିମାନା ରାଶି ୧୦୦୦ରୁ ଆରମ୍ଭ କରି ୨୫୦୦ ପର୍ଯ୍ୟନ୍ତ ରହିଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ, ଏମିତି କେଉଁ ଜିନିଷ ଛୁଇଁଲେ ସେମାନଙ୍କୁ ଏତେ ବଡ ଅର୍ଥ ରାଶି ଦେବାକୁ ପଡିବ। ଏହି ଗାଁର ଅଧିକାଂଶ କାନ୍ଥରେ ଆପଣମାନେ ହାଡ, କଙ୍କାଳ ଏବଂ ଖପୁରୀ ଝୁଲୁଥିବାର ଦେଖିବାକୁ ପାଇବେ। ଏହା କୌଣସି ମଣିଷ ନୁହେଁ ବରଂ ଜୀବଜନ୍ତୁଙ୍କର ରହିଥାଏ। ଯେଉଁ ଜୀବମାନଙ୍କୁ ଏଠାରେ ବଳି ଦିଆଯାଇଥାଏ, ସେମାନଙ୍କର କଙ୍କାଳ ଏବଂ ଖପୁରୀକୁ ଗାଁର ଲୋକମାନେ ଘରର କାନ୍ଥରେ ଝୁଲାଇଥାନ୍ତି। ଏପରି କରିବାରେ ସେମାନଙ୍କର ପରମ୍ପରା ରହିଛି ବୋଲି ଲୋକ ବିଶ୍ୱାସ ରହିଛି।

567

ଏହି ଗ୍ରାମକୁ ବାହାରୁ ଆସୁଥିବା ଲୋକମାନଙ୍କୁ ଏହା କେତେକାଂଶରେ ରୋମାଞ୍ଚିତ କରୁଥିବା ବେଳେ ଅନ୍ୟ କେତେକଙ୍କୁ ଭୟାନକ ଲାଗିଥାଏ। ଏପର୍ଯ୍ୟନ୍ତ କିନ୍ତୁ ଏହାର ପ୍ରକୃତ କାରଣ କେହି ବି ଖୋଜି ପାଉନାହାନ୍ତି। ଏହି ଗ୍ରାମର ରହସ୍ୟ ଏପର୍ଯ୍ୟନ୍ତ ସେହିପରି ରହିଛି।

You might also like