ରହସ୍ୟମୟୀ କୁଅ : ଯାହା ପୃଥିବୀକୁ ନାଗଲୋକ ସହ କରିଛି ସଂଯୋଗ

ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ନଗର ମାନଙ୍କ ମଧ୍ୟରେ ହେଉଛି ଉତ୍ତରପ୍ରଦେଶର ବାରଣାସୀ । ଏହା ବନାରସ ଏବଂ କାଶୀ ନାଁରେ ମଧ୍ୟ ପରିଚିତ । ଜ୍ଞାନ , ଶିକ୍ଷା ଏବଂ ସଂସ୍କୃତି କେନ୍ଦ୍ର ହେଉଛି ବାରଣାସୀ । କୁହାଯାଏ ଏହାର ସ୍ଥାପନା ସ୍ବୟଂ ଭଗବାନ୍ ଶିବ କରିଥିଲେ । ବାରଣାସୀରେ ଅନେକ ଧାର୍ମିକ ସ୍ଥଳ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ଆପଣ କେବେ ଶୁଣିନଥିବେ ।
ଏହା ସହ ପଢନ୍ତୁ ଭାରତର ଏକମାତ୍ର ମନ୍ଦିର, ଯେଉଁଠାରେ ହନୁମାନଙ୍କ ସହିତ ହୋଇଥାଏ ତାଙ୍କ ସ୍ତ୍ରୀଙ୍କ ପୂଜା
ଉତ୍ତରପ୍ରଦେଶର ନାଗପୁରାରେ ଏକ କୁଅ ଅଛି , ଯାହା ବିଷୟରେ ବିଶ୍ବାସ ରହିଛି ଏହା ନାଗଲୋକକୁ ଯାଇଛି । କାରକୋଟକ୍ ନାଗ ତୀର୍ଥ ନାଁରେ ପ୍ରସିଦ୍ଧ ଏହି କୁଅର ଗଭୀରତା କେତେ ତାହା ଆଜିଂଯାଏଁ କେହି ଜାଣିପାରି ନାହାଁନ୍ତି । ଧର୍ମଶାସ୍ତ୍ର ଅନୁସାରେ ଏହି କୁଅର ଦର୍ଶନ ମାତ୍ରେ ନାଗଦଂଶନ ଭୟରୁ ମୁକ୍ତି ମିଳିଥାଏ ।
କାରକୋଟକ ନାଥ ତୀର୍ଥ ନାଁରେ ବିଖ୍ୟାତ ଏହି ପବିତ୍ର ସ୍ଥାନରେ ଶେଷବତାର (ନାଗବଂଶ)ର ମହର୍ଷି ପତଞ୍ଜଳୀ ବ୍ୟାକରଣାଚାର୍ୟ୍ୟ ପାଣିନୀଙ୍କ ମହାଭାଷ୍ୟର ରଚନା କରିଥିଲେ । ବିଶ୍ବାସ ରହିଛି ଏହି କୁଅର ରାସ୍ତା ସିଧା ନାଗ ଲୋକକୁ ଯାଇଛି ।
କୁଅରେ ସ୍ନାନ କଲେ ହୋଇଥାଏ ନାଗଦୋଷରୁ ମୁକ୍ତି :
ଏହି କୁଅର ସବୁଠାରୁ ବିଶେଷତ୍ବ ହେଉଛି ସ୍ନାନ ଏବଂ ପୂଜା ମାତ୍ରେ ବ୍ୟକ୍ତିର ସମସ୍ତ ପାପ ଧୋଇଯାଇଥାଏ । ପୁରା ବିଶ୍ବରେ କାଳସର୍ପ ଦୋଷ ପାଇଁ କେବଳ ତିନିଟି ସ୍ଥାନରେ ପୂଜା କରାଯାଇଥାଏ । ସେମାନଙ୍କ ମଧ୍ୟରୁ ଏହି କୁଣ୍ଡ ହେଉଛି ପ୍ରଧାନ କୁଣ୍ଡ ।