ରହସ୍ୟମୟ ଯମଦ୍ୱାର, ଏଠାରେ ରହିବା ମୃତ୍ୟୁ ସହିତ ସମାନ

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଏ। ପ୍ରାଚୀନ ଗ୍ରନ୍ଥରେ ଯମଦ୍ୱାର ସହିତ ଜଡିତ ଅନେକ କାହାଣୀ ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପୃଥିବୀରେ ଏପରି ଏକ ରହସ୍ୟମୟ ଦ୍ୱାର ରହିଛି ଯାହାକୁ ‘ଯମଦ୍ୱାର’ ଅର୍ଥାତ୍‌ ଯମ ରାଜାଙ୍କ ଘରର ପ୍ରବେଶ ଦ୍ୱାର ବୋଲି କୁହାଯାଏ। ଏହି ପ୍ରବେଶ ଦ୍ୱାର ପବିତ୍ର କୈଳାଶ ପର୍ବତ ଯିବା ରାସ୍ତାରେ ରହିଛି। ଏହି ପର୍ବତକୁ ଭଗବାନ ଶିବଙ୍କ ନିବାସ ସ୍ଥାନ ବୋଲି କୁହାଯାଏ।

kk

ଏହି ଦ୍ୱାର ତିବ୍ବତର ଏକ ଗାଁ ଡାରଚେନ୍‌ଠାରୁ ମାତ୍ର ୧୫ କିମି ଦୂରରେ ୧୫,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ। ତିବ୍ବତର ଲୋକେ ଏହି ସ୍ଥାନକୁ ‘ଚୋରଟେନ କାଙ୍ଗ ନାଗି’ ଭାବେ ଜାଣନ୍ତି। ଏହାର ଅର୍ଥ ହେଉଛି ଦୁଇ ଗୋଡ ବିଶିଷ୍ଟ ସ୍ତୁପ। ତେବେ ଏହି ଯମ ଦ୍ୱାରରେ ରାତିରେ ରହୁଥିବା ଲୋକେ ଆଉ କେବେ ଫେରି ନ ଥାନ୍ତି ବୋଲି ଶୁଣିବାକୁ ମିଳେ। ଏମିତି ଅନେକ ଘଟଣା ଏଠାରେ ଘଟିଛି। ମାତ୍ର କାହାର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

kailash

ଏହି ଦ୍ୱାରକୁ କିଏ ଏବଂ କେବେ ନିର୍ମାଣ କରିଛନ୍ତି ତାହା ମଧ୍ୟ କେହି ଜାଣି ନାହାନ୍ତି। ଏହାର ନିର୍ମାଣ ଉପରେ ଅନେକ ଗବେଷଣା କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ତେବେ ତୀବ୍ବତୀୟମାନେ ସେମାନଙ୍କ ଶରୀରରୁ କେଶ କାଟି ଯମ ଦ୍ୱାରରେ ଅର୍ପଣ କରିଥାନ୍ତି। ଏହାକୁ ସେମାନେ ଆତ୍ମବଳିର ପ୍ରତୀକ ମାନିଥାନ୍ତି। ଯମଦ୍ୱାରର ପରିକ୍ରମା କରିବା ଅର୍ଥ କୌଳାସ ଯାତ୍ରା ସହ ସମାନ। ଏହି ଦ୍ୱାର ଦେଇ ଯିଏ ବି ଅତିକ୍ରମ କରିଥାଏ, ତାର ସମସ୍ତ ଖରାପ କାମର ଫଇସଲା ଚିତ୍ରଗୁପ୍ତ ତାଙ୍କ ପୁସ୍ତକରୁ କାଢିଦିଅନ୍ତି। ଏଥିସହ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.