ଘର ଭଡା ଦେବା ପାଇଁ ରାସ୍ତା କଡରେ ବସି ପୋହା ବିକୁଛନ୍ତି ୭୦ ବର୍ଷର ବୃଦ୍ଧ, ଭାଇରାଲ ହେଉଛି ଭିଡିଓ

ଜୀବନ ବଞ୍ଚାଇବା ପାଇଁ ୭୦ ବର୍ଷରେ ରାସ୍ତା କଡରେ ବସି ପୋହା ବିକ୍ରି କରୁଛନ୍ତି ଜଣେ ବୃଦ୍ଧ ଦମ୍ପତି। ରାସ୍ତାପାର୍ଶ୍ବରେ ମାତ୍ର ୧୦ ଟଙ୍କାରେ ପୋହା ବିକ୍ରି କରୁଥିବାର ଏକ ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଆପଣ ଭାବୁଥିବେ ଆରାମ କରିବା ବୟସରେ ରାସ୍ତା କଡରେ ଏମିତି ଟିଫିନ କାହିଁକି ବିକ୍ରି କରୁଛନ୍ତି ଏମାନେ କିନ୍ତୁ ଏହି ବୃଦ୍ଧ ଦମ୍ପତିଙ୍କର ଏମିତି କରିବା ପଛରେ କାହାଣୀ ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ।

ଭିଡିଓରେ ଜଣେ ବୃଦ୍ଧ ଦମ୍ପତି ନାଗପୁରର ପଣ୍ଡିତ ନେହେରୁ କନଭେଣ୍ଟ ସମ୍ମୁଖରେ ଜଳଖିଆ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଜଣେ ଫୁଡ୍‌ ବ୍ଲଗର୍ ଏହି ଚିତ୍ରକୁ ରେକର୍ଡ କରି ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ବୃଦ୍ଧ ଦମ୍ପତି ମାତ୍ର ୧୦ ଟଙ୍କାରେ ପୋହା ଏବଂ ମାତ୍ର ୧୫ ଟଙ୍କାରେ ଆଳୁଚପ ବିକ୍ରି କରୁଛନ୍ତି। ବୃଦ୍ଧ ଦମ୍ପତ୍ତି କହିଛନ୍ତି, ରାନ୍ଧିବା ପାଇଁ ସକାଳ ୪ ଟାରୁ ଉଠନ୍ତି ଏବଂ ସକାଳ ୬ ଟା ସୁଦ୍ଧା ତାଙ୍କ ଷ୍ଟଲ୍ ଖୋଲନ୍ତି । ଘର ଭଡା ଏବଂ ଅନ୍ୟାନ୍ୟ ବିଲ୍ ପୈଠ କରିବାକୁ ତାଙ୍କ ପାଖରେ ଅର୍ଥ ବାଧକ ସାଜିଥିଲା। ତେଣୁ ସେମାନେ ପୋହା ବିକି ନିଜର ଗୁଜୁରାଣ ମେଣ୍ଟାଇବା ଆରମ୍ଭ କରିଥିଲେ।


ତେବେ ଏମିତି କରିବା ପଛରେ କାରଣ କଣ ଜାଣନ୍ତି କାରଣ ହେଉଛି ଘର ଭଡା। ଏହି ୭୦ ବର୍ଷ ବୟସ୍କା ଦମ୍ପତି ଭଡା ଦେବାରେ ଅସମର୍ଥ ହୋଇଥିଲେ। ତେଣୁ ସେମାନେ ଜୀବିକା ପାଇଁ ପୋହା ବିକ୍ରୟ କରିବା ଆରମ୍ଭ କରିଥିଲେ। ସେମାନେ ସକାଳୁ ଉଠନ୍ତି, ସବୁକିଛି ପ୍ରସ୍ତୁତ କରନ୍ତି ଏବଂ ସକାଳ ୫ ଟାରେ ଏଠାକୁ ଆସନ୍ତି। ଆଉ ପ୍ରତିଦିନ ଏହା ଥାଏ ତାଙ୍କର ନିତି ଦିନିଆ କାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.