ଆଉ ଡ଼ାକ୍ତରଙ୍କ ପାଖକୁ ଯିବା ଦରକାର ନାହିଁ ,ଏବେ ନଖ ଦେଖି ସ୍ମାର୍ଟଫୋନ କହିବ ଶରୀରରେ କେତେ ରକ୍ତ

ଡିଜିଟାଇଲ ଦୁନିଆରେ ପ୍ରାୟ ସବୁ ଜିନିଷ ଆମକୁ ହାତପାଆନ୍ତାରେ ମିଳିଯାଉଛି। ଏପରିକି ଆବଶ୍ୟକୀୟ ଔଷଧି ପାଇଁ ମଧ୍ୟ ବାହାରକୁ ଯିବାକୁ ପଡ଼ୁନାହିଁ। ଉପଯୁକ୍ତ ପେସକ୍ରିପସନ୍ ରହିଥିଲେ ଘରେ ଆପଣଙ୍କ ନିକଟରେ ଆସି ପହଞ୍ଚୁଛି ଔଷଧ। ତେବେ ଏବେ ଶରୀରରେ ଆବଶ୍ୟକୀୟ ରକ୍ତ ରହିଛି ତାହା ପାଇଁ ଆଉ ଆପଣଙ୍କୁ ଡ଼ାକ୍ତରଙ୍କ ପାଖକୁ ଯିବା ଆବଶ୍ୟକତା ରହିନାହିଁ। ଆଜ୍ଞା ହଁ, ଆମେରିକୀୟ ବୈଜ୍ଞାନିକ ମାନେ ମିଶି ଏପରି ଏକ ଆପ ପ୍ରସ୍ତୁତ କରିଛି ଯାହା ରକ୍ତର ଅଭାବ ଅର୍ଥାତ୍ ଏନିମିଆ ରୋଗ ବିଷୟରେ ସମସ୍ତ ସୂଚନା ପ୍ରଦାନ କରିବ।
କଣ ରହିଛି ଆପର ବିଶେଷତ୍ବ :
ଏବେ ସ୍ମାର୍ଟଫୋନ୍ କହିବ ଆପଣଙ୍କ ଶରୀରରେ କେତେ ମାତ୍ରାର ରକ୍ତ ରହିଛି। ଏଥିପାଇଁ କୌଣସି ପ୍ରକାରର ରକ୍ତ ପରୀକ୍ଷାର ଆବଶ୍ୟକତା ନାହିଁ ବରଂ ନଖର ଏକ ଫଟୋ ନେଇ ଆପରେ ଇନଷ୍ଟଲ କରିବାକୁ ହେବ। ଯାହା ପରେ ଫଟୋ କହିବ ରକ୍ତରେ ଥିବା ହିମୋଗ୍ଲୋବିନର ମାତ୍ରା ସଠିକ୍ ରହିଛି କି ନାହିଁ ।
ଏହି ଆପକୁ ବର୍ତ୍ତମାନ ଆମେରିକା ଇମୋରୀ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକ ମାନେ ନିର୍ମାଣ କରିଛନ୍ତି । ଯାହା ବିଷୟରେ ନିକଟରେ ‘ଜର୍ନଲ ନେଚର କମ୍ୟୁନିକେସନ’ରେ ଦର୍ଶାଯାଇଛି।
ଆପରେ ରକ୍ତ ପରିକ୍ଷା ଏତେ ସରଳ ଯେ, ଏହାକୁ କେହି ମଧ୍ୟ କେବେ ବି ଏହାର ବ୍ୟବହାର କରିପାରିବେ । ଏହା ଗର୍ଭବତୀ ମହିଳା ଏବଂ ବୃଦ୍ଧାଙ୍କ ମାମଲାରେ ଅଧିକ ସହାୟକ ହେବ ।