ବଳକା ସିଗାରେଟରୁ ପ୍ରସ୍ତୁତ ହେଉଛି ବ୍ୟବହାରଯୋଗ୍ୟ ପ୍ରଡକ୍ଟ, ୧୦୦୦ ଲୋକଙ୍କୁ ଚାକିରି ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ନମନ

ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ, ଏହା ସମସ୍ତେ ଜାଣିଛନ୍ତି। ପୃଥିବୀରେ ଅନେକ ଲୋକଙ୍କର କର୍କଟ ରୋଗଜନିତ ମୃତ୍ୟୁର କାରଣ ପଛରେ ଏହା ହିଁ କାରଣ। ଏହାଛଡା ସିଗାରେଟ ପିଇ ସାରିଲା ପରେ ତାର ଯେଉଁ ବଳକା ଅଂଶକୁ ଲୋକେ ତଳେ ଫୋଫଡି ଦିଅନ୍ତି ତାହା ସିଗାରେଟ ଟାଣୁନଥିବା ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ହାନିକାରକ। କିନ୍ତୁ କେବେ ଚିନ୍ତା କରିଛନ୍ତି କି, ଏହି ହାନିକାରକ ବଳକା ସିଗାରେଟକୁ ନେଇ ଏକ ବଡ ବ୍ୟବସାୟ ମଧ୍ୟ କରିହେବ। ତେବେ ସିଗାରେଟର ଏହି ବଟବା ବଳକା ଅଂଶକୁ ନେଇ ୨୭ ବର୍ଷୀୟ ଯୁବକ ନମନ ଏକ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ। କେବଳ ଚିନ୍ତା ନୁହେଁ ନମନ ଏହି କାର୍ଯ୍ୟ କରି ସଫଳତା ମଧ୍ୟ ହାସଲ କରିଛନ୍ତି। ସେ ଏହି ସିଗାରେଟ ବଟକୁ ବ୍ୟବହାର କରି ଅନେକ ଦରକାରୀ ପଦାର୍ଥ ତିଆରି କରିଛନ୍ତି ।

ନୋଏଡା ସହରରେ ରହୁଛନ୍ତି ନମନ। ସେ ସିଗାରେଟ େଓ୍ଵଷ୍ଟ ମ୍ୟାନେଜମେଣ୍ଟ ଏବଂ ରିସାଇକିଲିଂ କାମ କରି ଏକ କମ୍ପାନୀ ପ୍ରସ୍ତୁତ କରିଛନ୍ତି। ଏହି କମ୍ପାନୀରେ ସେ ଦେଶର କୋଣ ଅନୁକୋଣରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ସିଗାରେଟକୁ ନେଇ ଏକ ରିସାଇକଲିଂ କରିଥାନ୍ତି ଓ ସେଥିରୁ ମଶା ଘଇଡାଇବା, ତକିଆ, କୁଶନ, ଟେଡି, ରୋଷେଇ ଘର ସାମଗ୍ରୀ ଇତ୍ୟାଦି ପ୍ରସ୍ତୁତ କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନମନ ୩୦୦ ମିଲିଅନ ଠାରୁ ମଧ୍ୟ ଅଧିକ ସିଗାରେଟ ବଟ ରିସାଇକେଲ କରି ସାରିଛନ୍ତି।

naman

ନମନ ହଷ୍ଟେଲରେ ରହୁଥିବା ସମୟରେ ଯୁବପିଢିଙ୍କୁ ସିଗାରେଟକୁ ପାଗଳ ଭଳି ପିଉଥିବାର ଦେଖିଥିଲେ। ସେମାନେ ସିଗାରେଟ ଟାଣିବାରେ ଏତେ ଅଭ୍ୟସ୍ତ ହୋଇଯାଉଥିଲେ ଯେ ତାକୁ ପିଇ ସାରିଲା ପରେ ରାସ୍ତା ଘାଟ ଚାରିଆଡେ ଫୋଫାଡି ଦେଉଥିଲେ। ଏହି ସବୁ ଦୃଶ୍ୟ ଦେଖି ନମନ ସିଗାରେଟର ବଳକା ରହୁଥିବା ବଟ ଉପରେ ରିସର୍ଚ୍ଚ କରିଥିଲେ ଓ ଏହି ବଟକୁ ଡିକମ୍ପୋଜ ହେବା ପାଇଁ ୧୦ ବର୍ଷ ସମୟ ଲାଗିଥାଏ ବୋଲି ସେ ସନ୍ଧାନରୁ ପାଇଥିଲ । ପରେ ସେ ଆହୁରି ୪ ମାସ ରିସର୍ଚ୍ଚ କରି ବଟର ତଳ ଅଂଶରେ ପୋଲିମର ବା ଫାଇବର ରହିଥିବାର ପାଇଥିଲେ । ଏହାପରେ ସେ ଏକ କମ୍ପାନୀ ତିଆରି କରି ସେଥିରେ ଏହି ପୋଲିମରକୁ ରିସାଇକେଲ କରି ଏହାଦ୍ୱାରା ବାୟୋପ୍ରଡକ୍ଟ ତିଆରି କରିବା ଆରମ୍ଭ କରିଥିଲେ ।

butt

ତେବେ ନମନ ତାଙ୍କର ଏହି ତକିଆ, କୁସନ , ଟେଡି ଇତ୍ୟାଦିକୁ ଅନଲାଇନ ମାଧ୍ୟମରେ ମଧ୍ୟ ବିକ୍ରି କରୁଛନ୍ତି । ତାଙ୍କ ଏହି କମ୍ପାନୀରେ ସେ ୧୦୦୦ ଜଣ ବ୍ୟକ୍ତିଙ୍କୁ କାମ ଦେବା ସହ ୪୦ ଜଣ ମହିଳାଙ୍କୁ ମଧ୍ୟ କାମ ଯୋଗାଇଛନ୍ତି । ନମନ ନିଜ ବୁଦ୍ଧି ବଳରେ ନିଜର ରୋଜଗାର କରିବା ସହିତ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ସୁସ୍ଥ ରଖିବାରେ ସହାୟତା କରୁଛନ୍ତି ।

Leave A Reply

Your email address will not be published.