ନଭେମ୍ବର ୩ରେ ନରକ ଚତୁର୍ଦ୍ଦଶୀ, ଭୁଲ୍‌ରେ ବି ଘରକୁ ଖାଲି ଛାଡ଼ନ୍ତୁନି; ମାଡ଼ି ଆସିବ ଅକାଳ ମୃତ୍ୟୁ

ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି। ଏହି ପାଞ୍ଚ ଦିବସୀୟ ଉତ୍ସବର ପ୍ରାରମ୍ଭ ଧନତେରସ୍‌ରୁ ହିଁ ହୋଇଥାଏ। ଆଲୋକର ପର୍ବ ଦୀପାବଳି ଓ ଧନତେରସ୍ ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ସାଧାରଣତଃ ଧନତେରସ୍ ପାଖେଇ ଆସିଲେ ଲୋକଙ୍କ ମନରେ ସୁନା, ଚାନ୍ଦି କିଣିବାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥାଏ। ମାନ୍ୟତା ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରି ଥାଆନ୍ତି ଏବଂ ବର୍ଷ ସାରା ପରିବାରରେ ହସ, ଖୁସି ଲାଗି ରହିଥାଏ। ଦୀପାବଳିର ଠିକ୍‌ ଗୋଟିଏ ଦିନ ପୂର୍ବରୁ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ନରକ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଇଥାଏ। ଏହି ଦିନକୁ ଛୋଟ ଦୀପାବଳି, ରୂପ ଚତୁର୍ଦ୍ଦଶୀ ଏବଂ ଯମ ଦୀପାବଳି ନାମରେ ମଧ୍ୟ ଜଣା ଯାଇଥାଏ। ଚଳିତ ବର୍ଷ ଛୋଟ ଦୀପାବଳି ୩ ନଭେମ୍ବରରେ ପାଳନ କରାଯିବ। ଏହି ଦିନ ସନ୍ଧ୍ୟାରେ ମୃତ୍ୟୁ ଦେବତା ଯମରାଜଙ୍କ ନାମରେ ଗୋଟିଏ ଦୀପ ଜଳାଇବାର ପରମ୍ପରା ରହିଛି। ମାନ୍ୟତା ରହିଛି କି, ଏମିତି କରିବା ଦ୍ୱାରା ଘରର ପୂର୍ବଜ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ପରିବାରର ସଦସ୍ୟମାନଙ୍କ ଉପରେ ନିଜର ଆଶୀର୍ବାଦ ବଜାୟ ରଖି ଥାଆନ୍ତି।

ଛୋଟ ଦୀପାବଳି ବା ନରକ ଚତୁର୍ଦ୍ଦଶୀ ଦିନ ଲୋକଙ୍କୁ ଏକ କାମ କରିବାକୁ ମନା କରାଯାଇଥାଏ। ମାନ୍ୟତା ଅନୁସାରେ, ଏହି କାମ କଲେ ସୁଖ, ସମୃଦ୍ଧି ହାନି ହୋଇଥାଏ। ଆସନ୍ତୁ ଜାଣିବା କ’ଣ ସେହି କାମ। ନରକ ଚତୁର୍ଦ୍ଦଶୀ ଦିନ ଭୁଲ୍‌ରେ ବି ନିଜ ଘରକୁ ଖାଲି ଛାଡ଼ିବା ଉଚିତ ନୁହେଁ। ଯଦି କୌଣସି ଜରୁରୀ କାମରେ ଆପଣଙ୍କୁ ବାହାରକୁ ଯିବାକୁ ପଡ଼େ, ତା’ ହେଲେ ଚେଷ୍ଟା କରନ୍ତୁ କି, ଘରେ ଯେପରି କେହି ନା କେହି ସଦସ୍ୟ ଅବଶ୍ୟ ଉପସ୍ଥିତ ରହିବେ। ଘରେ ସମୃଦ୍ଧିର ବାସ ବଜାୟ ରଖିବା ଏବଂ ଅକାଳ ମୃତ୍ୟୁରୁ ବଞ୍ଚିବା ପାଇଁ ନରକ ଚତୁର୍ଦ୍ଦଶୀରେ ଘରର ଦକ୍ଷିଣ ଦିଗରେ ଗୋଟିଏ ଦୀପ ଜଳାନ୍ତୁ। ଏଥିରେ କଉଡ଼ି ଓ ୧ ଟଙ୍କାର କଏନ ରଖି ଯମରାଜଙ୍କୁ ଅକାଳ ମୃତ୍ୟୁରୁ ବଞ୍ଚିବା ପାଇଁ ପ୍ରାର୍ଥନା କରନ୍ତୁ।

ନରକ ଚତୁର୍ଦ୍ଦଶୀ ୨୦୨୧ରେ ଏହି ସମୟରେ କରନ୍ତୁ ଦୀପଦାନ

ନରକ ଚତୁର୍ଦ୍ଦଶୀ ଦିନ ଦୀପଦାନ ପ୍ରଦୋଷ କାଳରେ କରାଯାଇଥାଏ। ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁସାରେ, ଏହି ଦିନ ସକାଳ ୬ଟା ପୂର୍ବରୁ ସ୍ନାନ କରିବା ଆପଣଙ୍କ ପାଇଁ ଉତ୍ତମ ରହିବ।

ଚୌଘଡ଼ି ମୁହୂର୍ତ୍ତ

ସକାଳ ୬ଟା ୩୪ ରୁ ୭ଟା ୫୭ ପର୍ଯ୍ୟନ୍ତ: ଲାଭ

ସକାଳ ୭ଟା ୫୭ ରୁ ୯ଟା ୧୯ ପର୍ଯ୍ୟନ୍ତ: ଅମୃତ

ସକାଳ ୧୦ଟା ୪୨ ରୁ ଦ୍ୱିପ୍ରହର ୧୨ଟା ୪ ପର୍ଯ୍ୟନ୍ତ: ଶୁଭ

ଦ୍ୱିପ୍ରହର ୨ଟା ୪୯ରୁ ୪ଟା ୧୨ ପର୍ଯ୍ୟନ୍ତ: ଚର

ଅପରାହ୍ନ ୪ଟା ୧୨ରୁ ୫ଟା ୩୪ ପର୍ଯ୍ୟନ୍ତ: ଲାଭ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.