ନାସା ଠାବ କରିଛି ବଡ଼ ପୃଥିବୀ, ଏହା ଆମ ଗ୍ରହ ଠାରୁ ୪ ଗୁଣ ବଡ଼ ଏବଂ ଏଠି ୧୧ ଆର୍ଥ ଦିନରେ ହୁଏ ଗୋଟିଏ ବର୍ଷ

ପୃଥିବୀ ହିଁ ଏମିତି ଏକ ଗ୍ରହ, ଯେଉଁଠି ଜୀବନ ସମ୍ଭବ। ଏହି ଗ୍ରହ ଛଡ଼ା ଅନ୍ୟ ଗ୍ରହର ମଣିଷ ଠାରୁ ଆରମ୍ଭ କରି ପଶୁ କେହି ମଧ୍ୟ ବଞ୍ଚି ପାରିବେ ନାହିଁ। ଏମିତିକି ଯଦି ବା ମଙ୍ଗଳ ଗ୍ରହର ଜୀବନ ସମ୍ଭବ ବୋଲି ଜଣାପଡ଼ିଛି କିନ୍ତୁ ଏଠାରେ ମଧ୍ୟ ଆବଶ୍ୟକ ହୁଏ ଅମ୍ଳଜାନ। ପୃଥିବୀ ହିଁ ଏପରି ଏକ ଗ୍ରହ ଯେଉଁଠି ସମ୍ଭବ ଜୀବନ। କିନ୍ତୁ ଆପଣ ହୁଏତ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନାସା ଖୋଜି ପାଇଛି ଅନ୍ୟ ଏକ ପୃଥିବୀ।
ଯେଉଁଠି ସମ୍ଭବ ମଣିଷ ଜୀବନ। ନାସା ଏକ ନୂତନ ସୁପର ଆର୍ଥ ଆବିଷ୍କାର କରିଛି ଯାହା ଆମ ଗ୍ରହ ଠାରୁ ଚାରି ଗୁଣ ବଡ଼ ଏବଂ ଆମଠାରୁ ୩୭ ଆଲୋକ ବର୍ଷରେ ଅବସ୍ଥିତ।

ନାସା ଅନୁଯାୟୀ ଏହି ପୃଥିବୀ ହେଉଛି ରସ୍ ୫୦୮ ବି। “ତାରା ଗୁଡ଼ିକର ବାସଯୋଗ୍ୟ ଜୋନ୍ ଭିତରକୁ ଏବଂ ବାହାରେ” ଏହା ଅବସ୍ଥିତ। ଏହି ଗ୍ରହର ଗୋଟିଏ ବର୍ଷ ହେଉଛି ୬୧୭ ଦିନ ଲାଗେ। ଯାହାକି ୧୧ ଆର୍ଥ୍ ଡେ। ସୁପର ଆର୍ଥ ଏକ M- ପ୍ରକାରର ତାରକୁ ପରିକ୍ରମା କରେ, ଯେପରି ଆମ ପୃଥିବୀ ସୂର୍ଯ୍ୟ ପରିକ୍ରମା କରେ। ଏହାର ସୂର୍ଯ୍ୟ ସାଧାରଣ ଏହା ଅଧିକ ଲାଲ୍, ଶୀତଳ ଏବଂ ହାଲୁକା।

ରସ୍ 508 ବି ଏକ୍ସପ୍ଲାନେଟ୍ ହୁଏତ ଏହାର ପୃଷ୍ଠରେ ଜଳ ବଜାୟ ରଖିବାରେ ସକ୍ଷମ ହୋଇପାରେ। ଲାଲ୍ ସୂର୍ଯ୍ୟ ଓ ତାର ଆମ ସୌର ପ୍ରଣାଳୀର ଆଖପାଖରେ ପ୍ରଚୁର ରହିଛି। ଆମ ଗାଲାକ୍ସିରେ ଥାର୍ଡ-ଫୋର୍ଥ ତାରା ଗଠନ କରନ୍ତି। ୨୦୨୦ ରେ, ଅନ୍ୟ ଏକ ଆକର୍ଷଣୀୟ ସୁପର ଆର୍ଥ ଆବିଷ୍କୃତ ହୋଇଥିଲା। କ୍ୟାଣ୍ଟରବେରୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ପୂର୍ବରୁ ଆବିଷ୍କୃତ ବିଷୟରେ କହିଥିଲେ। ଯାହା ପୃଥିବୀ ପରି ସମାନ ଆକାର ଥିଲା। ଏହାର ଏକ ହୋଷ୍ଟ ଷ୍ଟାର ଅଛି ଯାହା ସୂର୍ଯ୍ୟଙ୍କର ପ୍ରାୟ ୧୦ ପ୍ରତିଶତ।

ସୁପର ଆର୍ଥ ଗ୍ରହ ପୃଥିବୀ ଏବଂ ନେପଟୁନ୍ ମଧ୍ୟରେ କୌଣସି ସ୍ଥାନରେ ଏହି ଗ୍ରହ ଅଛି। ଶୁକ୍ର ଏବଂ ପୃଥିବୀ ମଧ୍ୟରେ ତାରାଗୁଡ଼ିକ କକ୍ଷପଥରେ ଗତି କରନ୍ତି। ତେବେ ଏହାର ଏକ ଛୋଟ ହୋଷ୍ଟ ତାରକା ଅଛି, ଯାହା ହେଉଛି ସୁପର ଆର୍ଥ। ଏହି ଆର୍ଥରେ ଏକ ବର୍ଷ ହେଉଛି ୬୧୭ ଦିନ। ତେବେ ଏହି ଗ୍ରହ କେବଳ ୫ ଘଣ୍ଟାରେ ଚିହ୍ନଟ ହୋଇଥିଲା। ତେବେ ବୈଜ୍ଞାନିକ କହିଛନ୍ତି ଏହି ଗ୍ରହର ମାଟିରେ ଯେଉଁ ଜିନିଷ ରହିଛି ତାହା ପୃଥିବୀ ଗ୍ରହ ସହ ମେଳ ଖାଉଛି। ଏମିତିକି ପୃଥିବୀ ଗ୍ରହ ପରେ ଏହି ସୁପର ଆର୍ଥରେ ଜୀବନ ସମ୍ଭବ। ପୁଣି କିଛି ବୈଜ୍ଞାନିକ କହିଛନ୍ତି ହୁଏତ ଏହି ଗ୍ରହରେ ରହୁ ଥାଇ ପାରନ୍ତି ଏଲିଅନ୍। ସଂପୂର୍ଣ୍ଣ ସନ୍ଧାନ ପାରେ ଏହି ଗ୍ରହରେ ଜୀବନ ହୁଏତ ସମ୍ଭବ ବୋଲି ବୈଜ୍ଞାନିକ କହିଛନ୍ତି।

Leave A Reply

Your email address will not be published.