ପୃଥିବୀ ପୃଷ୍ଠର ୧୫ ଲକ୍ଷ କିଲୋମିଟର ଉଚ୍ଚରେ ରହିଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ , ଉତ୍ତୋଳନ କରିବ ମହାଜାଗତିକ ଦୃଶ୍ୟ

ଦୁନିଆର ସବୁଠାରୁ ବଡ ଓ ଶକ୍ତିଶାଳୀ ଟେଲିସ୍କୋପ ର ନିର୍ମାଣ ସରିଛି । ଯାହାର ନାମ ହେଉଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ । ଏହି ଟେଲିସ୍କୋପ ହିଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ଏହି ଶକ୍ତିଶାଳୀ ସ୍ପେସ୍ ଟେଲିସ୍କୋପ୍ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କପ ପୃଥିବୀଠାରୁ ପ୍ରାୟ ମିଲିୟନ୍ ମାଇଲ ଦୂରରେ ପହଞ୍ଚି ସାରିଛି । ନାସା ଗତ ସୋମବାର କହିଛନ୍ତି ଯେ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଏହାର ୟୁନିଭର୍ସ ପାର୍କିଂ ସ୍ଥାନରେ ଏକ ମିଲିୟନ୍ ମାଇଲ୍ ଦୂରରେ ପହଞ୍ଚିଛି। ତେବେ ସବୁଠାରୁ ବଡ କଥା ହେଉଛି ଯେ ଏହା ବର୍ତ୍ତମାନ ସ୍ପେସର ସବୁ ମହାଜାଗତିକ ଦୃଶ୍ୟକୁ କ୍ୟାପଚର କରିବ ।

universe
Picture Credit – Tech.juncky

ଏମିତିକି ମହାକାଶରେ ଘଟୁଥିବା ସବୁ ଘଟଣାର ଫଟୋ ଉତ୍ତୋଳନ କରିବା ସହିତ ଟିକିନିଖି ସୂଚନା ଦେବ ଏହି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ । ଏହି ଟେଲିସ୍କୋପ ପ୍ରାୟ ସୌରମଣ୍ଡଳର ପୃଥିବୀ ଓ ଚନ୍ଦ୍ର ମଝିରେ ହିଁ ରହିଛି । ଯାହା ସୂର୍ଯ୍ୟ ଚାରି ପାଖରେ ବୁଲିବ । ଯଦି ପୃଥିବୀ ପ୍ରତି କିଛି ଅସୁବିଧା ଥିବ ତେବେ ଏହା ସୂଚନା ଦେବ । ଏହାକୁ ତିଆରି କରିବାରେ ଅଧ୍କ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଅଧିକ ସମୟ ମଧ୍ୟ ଲାଗିଥିଲା । ଡ୍ସେମ୍ବର ୨୫ ତାରିଖରେ ହିଁ ଏହାକୁ ମହାକାଶକୁ ଛଡା ଯାଇଥିଲା ।

ତେବେ ଏହାକୁ ଏମିତି ତିଆରି କରାଯାଇଥିଲା ଯେ ଏହା ଯେମିତି ପୃଥିବୀ ପୃଥିବୀକୁ ନ ଫେରି ଧ୍ୱସଂ ନହେଉ । କାରଣ ମହାକାଶକୁ ପଠାଯାଉଥିବା ବିଭିନ୍ନ ସ୍ପେସ ଇନ୍ଷ୍ଟ୍ରୁମେଣ୍ଟ ମହାକାଶରେ ପହଞ୍ଚିବା ପୂର୍ବରୁ ହିଁ କ୍ରାସ ହୋଇଯାଏ । ଓ ଏହା ପୃଥିବୀ ପୃଷ୍ଠର କୌଣସି ଏକ ସ୍ଥାନରେ ପଡି ସେହି ସ୍ଥାନକୁ ଧ୍ୱସଂ କରିଦିଏ । ତେଣୁ ଏହାକୁ ମହାକାଶକୁ ପଠାଯିବା ବେଳେ ମଧ୍ୟ ରକେଟରେ ଅଧିକ ନିଆଁ ଲାଗିନଥିଲା । ଏହା ମହାକାଶରେ ଘଟୁଥିବା ସବୁ ଘଟଣାର ସୂଚନା ଦେବ । ତେବେ ଏହି ଟେଲିସ୍କୋପ ଆସନ୍ତା ଜୁନ କିମ୍ବା ଜୁଲାଇ ସୁଦ୍ଧା ହିଁ ଏହାର ପ୍ରଥମ ଫଟୋ ପୃଥିବୀକୁ ପଠାଇବ ବୋଲି ଆଶା କରାଯାଉଛି ।

 

Leave A Reply

Your email address will not be published.