ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର, ଭାଇରାଲ ହେଉଛି ଫଟୋ

ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର। ଏହାକୁ ମାର୍ସ ପର୍ସିଭରେନ୍ସ ରୋଭର (Perseverance Rover) ଖୋଜି ବାହାର କରିଛି। ଏହି ରୋଭର ମଙ୍ଗଳକୁ କିଛି ନୂଆ ବସ୍ତୁ ସନ୍ଧାନ କରିବାକୁ ଯାଇଛି। କିନ୍ତୁ ବେଳେବେଳେ ଏହି ରୋଭର କିଛି ଏମିତି ଜିନିଷ ସନ୍ଧାନ କରିଛି, ଯାହା ଲୋକଙ୍କୁ ହସିବାକୁ ବାଧ୍ୟ କରେ। ଏଥିସହ ଆଶ୍ଚର୍ଯ୍ୟ ବି ଲାଗେ ଯେ ମଙ୍ଗଳରେ ଏମିତି ସବୁ ଜିନିଷ ରହିଛି। ଏବେ ରୋଭର ଖୋଜିଥିବା ମଣିଷର ନିତମ୍ବ ବା ପିଚା ଆକୃତିର ପଥର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହା ପୂର୍ବରୁ ମଧ୍ୟ ଏହି ଲାଲ ଗ୍ରହରେ ଅନେକ ପଥରର ସନ୍ଧାନ ମିଳିଛି। କାହାର ଆକାର ଡାଇନୋସର ଭଳି ହୋଇଥିବା ବେଳେ ଆଉ କାହାର ମାଛ ଓ ମଣିଷ ମୁହଁ ଭଳି ଥିବା ନଜର ଆସିଥିଲା।

ନାସାର ପର୍ସିଭରେନ୍ସ ରୋଭର ଜୁନ୍‌ ମାସରେ ଏହି ପଥରର ସନ୍ଧାନ କରିଥିଲା। ରୋଭର ପକ୍ଷରୁ ଯେତେବେଳେ ଏହି ଫଟୋକୁ ନାସାର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଥିଲା, ସମସ୍ତେ ତାହାକୁ ଦେଖି ପ୍ରଥମେ ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପରେ ଏହା ଏକ ହସର ମାହୋଲ୍ଲ ସୃଷ୍ଟି କରିଥିଲା। ନାସାର ଜେଟ୍‌ ପ୍ରୋବଲସନ୍‌ ଲାବ୍ରୋଟୋରୀ ଏହାର ନାମକରଣ ‘ବଟ୍‌ କ୍ରାକ୍‌ ରକ୍‌’ ରୂପେ କରିଛି।

ନାସାର ଇଞ୍ଜିନିୟର କେଭିନ୍‌ ଏମ୍‌ ଗିଲ୍‌ ଟ୍ଵିଟ୍‌ କରି ପ୍ରଥମେ ଏହି ପଥରର ଫଟୋ ସେୟାର କରିଥିଲେ। ସେ ଲେଖିଥିଲେ ଆମକୁ ‘ବଟ୍‌ କ୍ରାକ୍‌ ରକ୍‌’ ମିଳିଗଲା।


ପୂର୍ବରୁ ମଧ୍ୟ କେଭିନ୍‌ ଡାଇନୋସର ମୁଣ୍ଡ ଥିବା ପଥର ଫଟୋ ସେୟାର କରିଥିଲେ। ଏହି ପଥର ମଧ୍ୟ ରୋଭର ପକ୍ଷରୁ ନାସାକୁ ପଠାଯାଇଥିଲା। ମଙ୍ଗଳରେ ଏହି ପଥରର ସନ୍ଧାନ କରିଥିଲା ରୋଭର।

ତେବେ ଏହି ନିତମ୍ବ ଆକୃତିର ପଥର ମିଳିବା ପରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ଏହି ପଥର ଭାଙ୍ଗିଲା କେମିତି। ମଙ୍ଗଳରେ ସେମିତି କିଛି ଶକ୍ତି ଅଛି କି ଯାହା ପଥର ଭଳି ଓଜନିଆ ଜିନିଷକୁ ବି ଦୁଇ ଫାଳ କରିପାରିବ? ତେବେ ବର୍ତ୍ତମାନ ନାସା ପକ୍ଷରୁ ଏ ନେଇ ଅଧିକ ରିସର୍ଚ୍ଚ ଚାଳିଛି। ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି ଯେ ଏହି ପଥର ବୋଧେ ଉଲ୍‌କା ପିଣ୍ଡର ଏକ ଅଂଶ। ରିସର୍ଚ୍ଚ ପରେ ଏହା ପ୍ରକୃତରେ କ’ଣ ତାହା ଜଣାପଡ଼ିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.