ସ୍ପେଶାଲ

ନୂଆ ମିଶନ ଆରମ୍ଭ କରୁଛି ନାସା, ଖୁବଶୀଘ୍ର ଚନ୍ଦ୍ରରେ ଗଡ଼ିବ ଟ୍ରେନ୍

ଚନ୍ଦ୍ରରେ ଗଡ଼ିବ ଟ୍ରେନ୍? ଏ କଥା କଳ୍ପନା ନୁହେଁ, ବାସ୍ତବରେ ଏହା ସମ୍ଭବ ହେବାକୁ ଯାଉଛି । ଖୁବଶୀଘ୍ର ପୃଥିବୀ ଭଳି ଚନ୍ଦ୍ରରେ ଟ୍ରେନ୍‌ ଗଡ଼ିବ । ଆପଣଙ୍କୁ କଥା ଟା ବିଶ୍ୱାସ ହେଉନଥିଲେ ବି ସତ । କାହିଁକି ନା ଏ କଥା ଆମେ କହୁନୁ । ଖୋଦ୍‌ ନାସା ଏଭଳି ତଥ୍ୟକୁ ସୋସିଆଲ ମିଡିଆରେ ସେୟାର କରିଛି । ସମଗ୍ର ବିଶ୍ୱରେ ସ୍ପେସ୍ ଏଜେନ୍ସିଗୁଡ଼ିକ ଚନ୍ଦ୍ରକୁ ମିଶନ ପଠାଇବାରେ ବ୍ୟସ୍ତ ଥିବାବେଳେ ଆମେରିକା ଗୋଟିଏ ପାଦ ଆଗକୁ ବଢ଼ାଇଛି ।

ଚନ୍ଦ୍ରରେ ନୂଆ ମିଶନ ଆରମ୍ଭ କରୁଛି ନାସା । ଖୁବଶୀଘ୍ର ଚନ୍ଦ୍ରରେ ଟ୍ରେନ୍ ଚଳାଇବାକୁ ନାସା ପ୍ଲାନ୍‌ କରୁଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରରେ ପ୍ରଥମ ଥର ପାଇଁ ରେଳ ସିଷ୍ଟମ ନିର୍ମାଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହି ମିସନରେ ରୋବୋଟିକ୍ ଟ୍ରାନ୍ସପୋର୍ଟ ସିଷ୍ଟମ ପ୍ରସ୍ତୁତ ହେବ ଯାହା ଚନ୍ଦ୍ରରେ ଥିବା ବେସରେ ପ୍ରତ୍ୟେକ ଦିନର ଆବଶ୍ୟକତା ପୂରଣ କରିବ । ୨୦୩୦ ସୁଧା ଚନ୍ଦ୍ରରେ ବେସ୍‌ ପ୍ରସ୍ତୁତ କରିବା ପାଇଁ ଆମେରିକା ଲକ୍ଷ୍ୟ ରଖିଛି । ଚନ୍ଦ୍ରରେ ଚାଲୁଥିବା ଟ୍ରେନ୍ ପୃଥିବୀର ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍ ପ୍ରସ୍ତୁତ କରାଯିବ । ଯାହାର ନାଁ FLOAT ଅର୍ଥାତ୍ ଫ୍ଲେକ୍ସିବଲ୍ ଲେଭିଟେସନ୍ ଅନ୍‌ ଏ ଟ୍ରାକ୍‌ ରଖାଯାଇଛି । ଏହା ଆପଣଙ୍କୁ କୌଣସି ପ୍ରକାରର ଫିଲ୍ମର କାହାଣୀ ପରି ମନେ ହେଉଥିବ । କିନ୍ତୁ କିଛି ବର୍ଷ ମଧ୍ୟରେ ଏହା ବାସ୍ତବ ରୂପ ନେବ । ନାସାର ଏକ ବ୍ଲଗ୍ ପୋଷ୍ଟରେ ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀର ରୋବୋଟିକ୍ସ ଇଞ୍ଜିନିୟର ଏଥେଲ ସ୍କେଲର୍‌ ଏହି ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଛନ୍ତି । ଏହି ମିଶନର ନାଁ ଚନ୍ଦ୍ରମା ଏକ୍ସପ୍ରେସ୍‌ ମିଶନ୍‌ ରଖାଯାଇଛି ।

ନାସା ଏଥିପାଇଁ ଡିଜାଇନ୍ ମଧ୍ୟ ଆରମ୍ଭ କରିଛି । ଡିଜାଇନ୍‌ ଅନୁଯାୟୀ FLOAT ରେ ୩ଟି ଲେଭଲର ଫିଲ୍ମ ଟ୍ରାକ ଉପରେ ବାୟୁରେ ଚୁମ୍ବକୀୟ ରୋବଟ୍ ଉଡ଼ିବ । ଏହି ଟ୍ରାକରେ ଏକ ଗ୍ରାଫାଇଟ୍ ସ୍ତର ରହିବ ଯାହା ଦ୍ୱାରା ରୋବଟଗୁଡ଼ିକୁ ଡାଇମାଗ୍ନେଟିକ୍ ଲେଭିଟେସନ୍ ମାଧ୍ୟମରେ ଟ୍ରାକରେ ଉଡ଼ିବେ । ଦ୍ୱିତୀୟ ସ୍ତରରେ ଫ୍ଲେକ୍ସ-ସର୍କିଟ୍ ହେବ ଯାହା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଥ୍ରଷ୍ଟ ଜେନେରେଟ୍‌ କରିବ ଯାହା ଦ୍ୱାରା ରୋବଟଗୁଡିକ ଆଗକୁ ବଢ଼ିପାରିବେ । ଏହି ପ୍ରୋଜେକ୍ଟରେ ସୌର ପ୍ୟାନେଲର ଏକ ପତଳା ସ୍ତର ରହିବ ଯାହା ସୂର୍ଯ୍ୟ କିରଣରୁ ପାଓ୍ଵାର ଆଣିବ । ନାସା ଦେଇଥିବା ସୂଚନା ଅନୁଯାୟୀ FLOAT ରୋବଟଗୁଡିକରେ କୌଣସି ମୁଭିଙ୍ଗ୍‌ ପାର୍ଟ ରହିବ ନାହିଁ । ସେମାନେ ଟ୍ରାକ୍ ଉପରେ ଉଡ଼ିବେ ଯାହା ଦ୍ୱାରା ଚନ୍ଦ୍ର ପୃଷ୍ଠରେ ଥିବା ଧୂଳି ରୋବଟକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇବ ନାହିଁ ।

ନାସା କହିଛି ଯେ ଏହି ରୋବଟଗୁଡିକର ଘଣ୍ଟା ପ୍ରତି ବେଗ ୧.୬୧ କିଲୋମିଟର ହେବ । ଏହି ରୋବଟ ଗୁଡ଼ିକ ଦିନକୁ ପ୍ରାୟ ୧୦୦ ଟନ୍ ଓଜନର ଜିନିଷ ଟାନ୍ସପୋର୍ଟ କରିପାରିବେ । ନାସା ୨୦୨୬ ସୁଦ୍ଧା ଆର୍ଟେମିସ୍ ମିଶନ୍ ମାଧ୍ୟମରେ ମଣିଷକୁ ପୁଣିଥରେ ଚନ୍ଦ୍ରକୁ ପଠାଇବାକୁ ପ୍ଲାନ୍‌ କରୁଛି । ତେବେ ଏହି ମିଶନ୍‌ ସଫଳ ହେଲେ ବୈଜ୍ଞାନିକଙ୍କ ପାଇଁ ରିସର୍ଚ୍ଚ କରିବାରେ ସୁବିଧା ହେବ । ତେଣୁ ଏବେ ଠାରୁ ବୈଜ୍ଞାନିକମାନେ ଏହି ମିସନ୍‌ ଉପରେ କାମ କରିବା ଆରମ୍ଭ କରିଛନ୍ତି ।

Subhalaxmi Das

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

40 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

49 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

1 hour ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago