ନାସା(The National Aeronautics and Space Administration) ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି। ନାସାର ଅଧିକାରୀମାନେ କହିଛନ୍ତି, ଆଗାମୀ ୨୦୨୪ ସୁଦ୍ଧା ଏକ ଚନ୍ଦ୍ର ମିଶନ ଲଞ୍ଚ କରାଯିବ। ଏହି ମିଶନରେ ୨୪ ବିଲିୟନ ଡଲାର ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଏକାକୀ ଲ୍ୟାଣ୍ଡିଙ୍ଗ ମଡ୍ୟୁଲଡ ପ୍ରସ୍ତୁତ କରିବାରେ ୧୬ ବିଲିୟନ ଡଲାର ଯାଏ ଖର୍ଚ୍ଚ ଆସିଯିବ।
ନାସା ପ୍ରମୁଖ ଜିମ ବ୍ରିଡେନଷ୍ଟାଇନଙ୍କ କହିବା ହେଲା, ନାସାର କାମ ରାଜନୈତିକ ପ୍ରସଙ୍ଗରେ ଛନ୍ଦି ହୋଇଯାଉଛି। ଏହାପୂର୍ବରୁ ନାସାର ଏକ ପ୍ରୋଜେକ୍ଟରେ ବିଲିୟନ ଡଲାର ଖର୍ଚ୍ଚ କରାଯିବା ପରେ ବରାକ ଓବାମା ଏକ ମାନବଯୁକ୍ତ ମଙ୍ଗଳ ମିଶନ ଯୋଜନାକୁ ରଦ୍ଦ କରିଦେଇଥିଲେ।
ନାସାର କହିବା ହେଲା, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରାମ୍ପଙ୍କୁ ଏକ ହସ୍ତାକ୍ଷର କରିବାକୁ ହେବ ଯେ ସରକାର ବଦଳିବା ପରେ ବି ପ୍ରୋଜେକ୍ଟ ଉପରେ ଯେପରି କୌଣସି ପ୍ରଭାବ ନ ପଡ଼ିବ। ଏଥିରେ ଏହା ବି ସୁନିଶ୍ଚିତ କରାଯାଇଥିବ କି, ପ୍ରୋଜେକ୍ଟରେ ଖର୍ଚ୍ଚ ହେବାକୁ ଥିବା ୨୪ ବିଲିୟନ ଡଲାର ରାଶି ୨୦୨୧-୨୫ ସୁଦ୍ଧା ବଜେଟ ବର୍ଷରେ ସାମିଲ ହେବ।
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…