କାହିଁକି ଚନ୍ଦ୍ରରୁ ନାସା ଆଣିବାକୁ ଯାଉଛି ୫୦ ବର୍ଷ ତଳେ ପାଦ ରଖିଥିବା ମାହାକାଶଚାରୀଙ୍କ ୯୬ ମଳମୂତ୍ର ବ୍ୟାଗ ? ଜାଣନ୍ତୁ ଏହାର କାରଣ

ପଚାଶ ବର୍ଷ ପୁର୍ବେ ଯେତେବେଳେ ମଣିଷ ଚନ୍ଦ୍ର ଉପରେ ପାଦ ଥାପିଥିଲା ସେତେବେଳେ ସେ ବିଶେଷ ବୈଜ୍ଞାନିକ ତଥ୍ୟ ରୂପେ  ସେଠାର ପଥର ଓ ମାଟି ଆଣିଥିଲା । କିନ୍ତୁ ସେତେବେଳେ ସେ ବହୁତ କିଛି ଜିନିଷ ସେଠାରେ ଛାଡି ଆସିଥିଲା । ଯେଉଁଥିରେ ନିଲ ଆର୍ମଷ୍ଟ୍ରଙ୍ଗଙ୍କ ଫୁଟ ପ୍ରିଣ୍ଟ, ଗୋଟେ ଆମେରିକାର ପତକା ଓ ମଳ ମୂତ୍ର ରଖବା ପାଇଁ ପାଖା ପାଖି ୯୬ ଥଳୀ ରହିଛି । ଏବେ ବୈଜ୍ଞାନିକ ମାନେ ପୁନର୍ବାର ଚନ୍ଦ୍ର ପୃଷ୍ଠକୁ ଯାଇ ଦଶନ୍ଧି ପୁରୁଣା ଏହି ମଳମୂତ୍ର ଥଳୀକୁ ଆଣିବାକୁ ଚାହୁଁଛନ୍ତି । ସମୁଦାୟ ୧୨ ମହାକାଶ ଯାତ୍ରୀ ଚନ୍ଦ୍ରର ଉପରକୁ ଯାଇଥିଲେ ଓ ୯୬ଟି ବ୍ୟାଗ ଛାଡି ଆସିଥିଲେ ଯେଉଁଥିରେ ମଳମୂତ୍ର ଥଳୀ ସହ ଅନ୍ୟ ବର୍ଜ୍ୟବସ୍ତୁ ଥିଲା । ନାସା ସେମାନଙ୍କୁ ଏମିତି ସୁବିଧାରେ ସେଠାକୁ ଛାଡିଥିଲା ଯେପରି ସେମାନେ ସେଠାରେ ନିଜ ମଳ ମୂତ୍ର ସ୍ପେସରେ ନଛାଡନ୍ତୁ , ଏଥିଲାଗି ମାହାକାଶଚାରୀ ମାନଙ୍କ ପାଇଁ ବିଶେଷ ପ୍ରକାର କପଡା ପ୍ରସ୍ତୁତ କରିଥିଲା ,ସେଥି ମଧ୍ୟରେ ଡାଇପର ଥିଲା ।

ଏଥିପାଇଁ ଚନ୍ଦ୍ରରେ ଛାଡିବାକୁ ପଡିଥିଲା ଆବର୍ଜନା

ଯେ ହେତୁ ଚନ୍ଦ୍ର ପୃଷ୍ଠାରୁ ପଥର ଓ ମାଟିର ନମୁନା ଆଣିବାର ଥିଲା  ମାହାକାଶଚାରୀ ମାନେ ବାଧ୍ୟ ହୋଇ ଚନ୍ଦ୍ରରେ ନିଜର ବର୍ଜ୍ୟବସ୍ତୁ ବ୍ୟାଗକୁ ମାହାକାଶରେ ଛାଡିଦେଇ ଆସିଥିଲେ । ବାସ୍ତବରେ ମାହକାଶଚାରୀ ମାନେ ଯେଉଁ ସ୍ପେଶ କ୍ରାଫ୍ଟରେ ଚନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଆସିଥଲେ । ସେହି ସ୍ପେଷ କ୍ରାଫ୍ଟଟି ଏକ ନିଦ୍ଧିଷ୍ଟ ଓଜନ ବହନ କରିବାର କ୍ଷମତା ଥିଲା । ଆଊ ଟିକେବି ଓଜନ ବଢିଥିଲେ ମହାକାଶଚାରୀ ମାନଙ୍କ ଜୀବନ ବିପଦ ଥିବାର ଆଶଙ୍କା ଥିଲା । ତେଣୁ ବୈଜ୍ଞାନିକ ମାନେ ଚନ୍ଦ୍ରର ପଥର ଓ ମାଟି ସାଙ୍ଗରେ ଆଣିବାକୁ ହେଲେ ନିଜର ବର୍ଜ୍ୟବସ୍ତୁ ଥଳୀକୁ ସେଠାରେ ଛାଡିବାକୁ ପଡିଥିଲା ।

ଆମେରିକା ନିର୍ଦ୍ଧାରଣ କରିଥିଲା ୫ବର୍ଷର ସୀମା

ଟ୍ରମ୍ପ ସରକାର କ୍ଷମତାକୁ ଆସବା ପରେ ନାସାର ଚନ୍ଦ୍ର ପୃଷ୍ଠ ଯିବା  ପ୍ରୋଗ୍ରାମକୁ ଚଞ୍ଚଳ କରିଥିଲେ ଓ ୨୦୨୪ରେ ପୁଣି ଚନ୍ଦ୍ର ପୃଷ୍ଠକୁ ଯିବା ପାଇଁ ଡେଡ ଲାଇନ ପ୍ରସ୍ତୁିତ କରିଛନ୍ତି । ସେଠରେ ଛାଡି ଆସିଥିବା ବ୍ୟାଗକୁ ଆଣିବା ପଛରେ ନାସାର ଏକ ବିଶେଷ ଉଦେଶ୍ୟ ଅଛି । ଆଉ ସେହିଟି ହେଇଛି ଚନ୍ଦ୍ରରେ ଜବସତ୍ତା ଖୋଜିବା ।

ଏଥିପାଇଁ ଏହି ମିଶନ ଜରୁରୀ

ଏହି ଆବର୍ଜନାକୁ ଅଧ୍ୟୟନ କରି ସେଠାରେ ଜୀବସତ୍ତା ଅଛି କି ନାହିଁ ଅନୁମାନ କରିହେବ ।ଏହା ସହିତ ଚନ୍ଦ୍ର ପୃଷ୍ଠକୁ ଯିବାର ମିଶନ ଉପରେ ଆହରୁ ଅଧିକ ସହଜ ଢଙ୍ଗରେ କାମ କରାଯାଇପାରିବ ।

ବୈଜ୍ଞାନିକ ମାନଙ୍କ ଜାଣିବାକୁ ଚାହୁଁଛନ୍ତି ସେବେଠାରୁ ଛାଡି ଆସୁଥିବା ମଳମୁତ୍ର ବ୍ୟାଗରେ ବ୍ୟାକ୍ଟେରିୟା ଅଛନ୍ତି କି ନାହିଁ । କାହିଁକିନା ବ୍ୟାକ୍ଟେରିଆଙ୍କୁ ଆଦ୍ର ଓ ସ୍ଥୟୀ ତାପମାତ୍ରର ଆବଶ୍ୟକତା ପଡିଥାଏ । ଯଦି ବ୍ୟାଗ ଗଡିକ ଶକ୍ତ ହୋଇ ଯାଇଥାଏ ତେବେ ସେଥିରେ ଏବେ ବି ବ୍ୟାକ୍ଟେରିୟା ରହିଥିବାର ସମ୍ଭାବନା ଥିବ।

ଯଦି ସବୁ ବ୍ୟକ୍ଟେରିୟା ମରିଯାଇଥିବେ ତେବେ ବି ସେମାନଙ୍କ ଅଧ୍ୟୟନ କରି ଜାଣି ପାରିବେ କି, ବ୍ୟାକ୍ଟେରିୟା କେତେ ପର୍ଯ୍ୟନ୍ତ ଜୀବିତ ଥିଲେ । ଏହି ଆବର୍ଜନାକୁ ବିଶ୍ଲେଷଣ କରି ପୃଥିବୀ ଉପରେ ଜୀବନର ଉତ୍ପତ୍ତି ବିଷୟରେ ଅନେକ ତଥ୍ୟ ମିଳିପାରିବ ।