ମଙ୍ଗଳ ଗ୍ରହକୁ ଯିବେ ମଣିଷ, ଜୀବସତ୍ତାର ଅନୁଧ୍ୟାନ ପାଇଁ ନାସାର ମିଶନ

ମଙ୍ଗଳ ଗ୍ରହକୁ ଯିବେ ମଣିଷ । ମଙ୍ଗଳ ଗ୍ରହରେ ଜୀବ ସତ୍ତାର ଅନୁଧ୍ୟାନ ପାଇଁ ନାସାର ଯୋଜନା । ୨୦୩୫ ମସିହା ବେଳକୁ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ କରିବାକୁ ଯୋଜନା ରଖିଛି ନାସା। ଚନ୍ଦ୍ର ପୃଷ୍ଠକୁ ମାନବ ପ୍ରେରଣ ପାଇଁ ଆରମ୍ଭ ହୋଇଥିବା ଆର୍ଟେମିସ ପ୍ରୋଗ୍ରାମ ଅନ୍ତର୍ଗତ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ ଯୋଜନା ହାତକୁ ନେଇଛି ନାସା । ଏହି ମିସନକୁ ସଫଳ କରିବା ପାଇଁ ନାସା ପକ୍ଷରୁ ୨ଟି ପ୍ରଯୁକ୍ତି ବିକଶିତ କରାଯିବ ।
ମହାକାଶଚାରୀମାନଙ୍କୁ ମଙ୍ଗଳ ଗ୍ରହକୁ ନେବା ଓ ଫେରାଇ ଆଣିବାକୁ ଶକ୍ତିଶାଳୀ ରକେଟ ବା ସ୍ପେଶ ଲଂଚ ସିଷ୍ଟମ ବିକଶିତ ହେବ। ସେହିପରି ଏହି ମିଶନ ବେଳେ ସୁରକ୍ଷିତ ଭାବେ ମହାକାଶଚାରୀଙ୍କୁ ନେବାଆଣିବା ପାଇଁ ଓରିଅନ ସ୍ପେଶକ୍ରାଫ୍ଟ ବିକଶିତ କରାଯିବ । ୪୦୨ ମିଲିୟନ କିଲୋମିଟର ଦୂରରେ ଥିବା ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ ମିଶନ ସମ୍ପୂର୍ଣ୍ଣ କରିବା ପାଇଁ ୬ରୁ ୭ ମାସ ସମୟ ଲାଗିବ ବୋଲି ଆକଳନ କରାଯାଇଥିବା ବେଳେ ମହାକାଶଚାରୀମାନେ ପ୍ରାୟ ୫ ଶହ ଦିନ ମଙ୍ଗଳ ଗ୍ରହରେ ରହିବେ । ସେହି ସମୟରେ ସେମାନେ ମଙ୍ଗଳ ଗ୍ରହରୁ ଗବେଷଣା ଉପଯୋଗୀ ତଥ୍ୟ ଓ ନମୂନା ସଂଗ୍ରହ କରିବେ । ୩.୮ ବିଲିୟନ ବର୍ଷ ପୂର୍ବରୁ ପୃଥିବୀରେ ଜୀବ ସତ୍ତା ସୃଷ୍ଟି ହୋଇଥିବା ବେଳେ ମଙ୍ଗଳ ଗ୍ରହରେ ସମୁଦ୍ର, ନଦୀ ଓ ହ୍ରଦ ସୃଷ୍ଟି ହୋଇଥିଲା ।
ତେବେ ଏବେ ମଙ୍ଗଳ ଗ୍ରହରେ ପାଣି ନାହିଁ । ଏପରି କାହିଁକି ହେଲା ତାହା ହିଁ ଗବେଷକଙ୍କ ପାଇଁ ମୁଖ୍ୟ ଅନୁସନ୍ଧାନର ବିଷୟ ପାଲଟିବ । ସେହିପରି ମଙ୍ଗଳ ଗ୍ରହରେ ସବୁଠାରୁ ବଡ ଆଗ୍ନେୟଗିରି ନାସାର ରୋବୋଟିକ ମିଶନରୁ ଜଣାପଡିଥିଲା । ମଙ୍ଗଳ ଗ୍ରହର ନିଆରା ଭୂତାତ୍ତ୍ୱିକ ଓ ପରିବେଶ ବୈଶିଷ୍ଟ୍ୟର ବୈଜ୍ଞାନିକ ଗବେଷଣା ପାଇଁ ବ୍ୟାପକ ସୁଯୋଗ ଥିବାରୁ ନାସା ପକ୍ଷରୁ ମାନବ ପ୍ରେରଣ ପାଇଁ ପଦକ୍ଷେପ ନିଆଯାଇଛି ।