କେମିତି ଦେଖାଯାଉଥିଲା ବ୍ରହ୍ମାଣ୍ଡ ? ‘ଜେମ୍ସ ୱେବ୍ ଟେଲିସ୍କୋପ୍’ ଜାରି କଲା ପ୍ରଥମ ଫଟୋ

ନୂଆଦିଲ୍ଲୀ : ମହାକାଶରେ ବଡ଼ ବିସ୍ଫୋରଣରୁ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି । ୧୩୦୦ କୋଟି ବର୍ଷ ପୂର୍ବରୁ ବ୍ରହ୍ମାଣ୍ଡର ସୃଷ୍ଟି ବେଳେ କିପରି ଥିଲା ସେତେବେଳର ଚିତ୍ର ? ତଥ୍ୟ ଅନୁସାରେ ମହାକାଶରେ ଏକ ବଡ଼ ବିସ୍ଫୋରଣରୁ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି । ଆମେରିକାର‘ଜେମ୍ସ ୱେବ୍ ଟେଲିସ୍କୋପ୍’ ବ୍ରହ୍ମାଣ୍ଡ ସୃଷ୍ଟି ବେଳର ଫଟୋ ଜାରି କରିଛି । ଯାହା ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ମାଇଲଖୁଣ୍ଟ । ସମଗ୍ର ବିଶ୍ୱ ପାଇଁ ଏକ ବଡ ଉପଲବ୍ଧି । ଫଟୋ ଗୁଡିକୁ ସାର୍ବଜନୀନ କରିବା ପୂର୍ବରୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଦେଖାଯାଇଥିଲା ।

ଏହାକୁ ଜୋ ବାଇଡେନ୍ ଟ୍ୱିଟ୍ କରି କହିଛନ୍ତି । ବାଇଡେନଙ୍କ ଉପସ୍ଥିତିରେ ହ୍ୱାଇଟ୍ ହାଉସରେ ନାସାର ପ୍ରଶାସକ ବିଲ୍ ନେଲସନଙ୍କ ଦ୍ୱାରା ଏହି ଫଟୋ ଜାରି କରାଯାଇଛି ।
ମାନବ ସମାଜ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ବାଇଡେନ । ଏହି ଅବସରରେ ବାଇଡେନ୍ ଟ୍ୱିଟ୍ କରି ଲେଖିଛନ୍ତି, ୱେବ ସ୍ପେଶ୍ ଟେଲିସ୍କୋପରୁ ପ୍ରଥମ ଚିତ୍ର ବିଜ୍ଞାନ ଓ ପ୍ରଯୁକ୍ତି, ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ଅନୁସନ୍ଧାନ ଏବଂ ଆମେରିକା ତଥା ସମଗ୍ର ମାନବ ସମାଜ ପାଇଁ ଏକ ଐତିହାସିକ ମୂହୁର୍ତ । ବାଇଡେନ୍ ୱେବର ଯେଉଁ ପ୍ରଥମ ଫଟୋ ଜାରି କରିଛନ୍ତି, ସେଥିରେ ବ୍ରହ୍ମାଣ୍ଡର ସବୁଠାରୁ ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳିଛି । ଜୁଲାଇ ୧୨ ତାରିଖରେ ଅବଶିଷ୍ଟ ହାଇ ରିଜୋଲ୍ୟୁସନ ରଙ୍ଗୀନ ଫଟୋ ଜାରି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.