ପ୍ରକୃତିରାଣୀର ନିଖୁଣ କାରିଗରୀ ଲାଲ ଟୁକୁଟୁକୁ ସାଧବବୋହୂ, ଦେଖିଲେ ପୂରି ଉଠେ ମନ

କାକଟପୁର: ବିଭିନ୍ନ ଜୀବମାନଙ୍କୁ ନେଇ ସୃଷ୍ଟି ହୋଇଛି ସୁନ୍ଦର ଜୀବଜଗତ । ନାନା ରଙ୍ଗବେରଙ୍ଗର ଫୁଲଫଳ,ଗଛଲତା,ନଦନଦୀ, ଓ ବିଶାଳ ସମୁଦ୍ର , ଏ ସବୁ ସୃଷ୍ଟି ଭିତରେ ସ୍ରଷ୍ଟାଙ୍କର ଗୋଟେ ଗୋଟେ ସୁନ୍ଦର କାରିଗରୀ । ଏହାରି ଭିତରେ ଆଉ ଏକ ସୃଷ୍ଟି ହେଉଛି ଲାଲଟୁକୁଟୁକୁ ସାଧବବୋହୂ ।

natureସ୍ରଷ୍ଟାଙ୍କର ସୃଷ୍ଟିରେ ତିଆରି ହୋଇଛି ପିମ୍ପୁଡି ଠାରୁ ଆରମ୍ଭ କରି ବିଶାଳ ଜୀବ ହାତୀ। ଏମାନଙ୍କୁ ନେଇ ଆମ ଜୀବଜଗତ ଗଠିତ । ଏହି ଜୀବମାନଙ୍କ ବଞ୍ଚି ରହିବା ପାଇଁ  ଗଛଲତା,ଫୁଲଫଳ,ନଦନଦୀ,ଝରଣା,ପାହାଡ ଓ ସମୁଦ୍ର ନୀହାତି ଆବଶ୍ଯକ । ଏ ଜୀବଜଗତକୁ ଉପହାର ଦେଇଛି ପ୍ରକୃତିରାଣୀ । ଏ ସବୁଭିତରେ ପ୍ରକୃତିକୁର ସୌନ୍ଦର୍ଜ୍ୟକୁ ଦ୍ବିଗୁଣିତ କରିଥାଏ ରଙ୍ଗବେରଙ୍ଗର ଫୁଲଫଳ,ପାହାଡ ପର୍ବତ,କୀଟପତଙ୍ଗ,ଓ ରଙ୍ଗବେରଙ୍ଗର ଜାତିର ପକ୍ଷୀ । ସେଥିମଧ୍ୟରୁ ଲାଲଟୁକୁଟୁକୁ ସାଧବବୋହୂ ଅନ୍ୟତମ ।

ଲାଲଟୁକୁଟୁକୁ ସାଧବବୋହୁ ନାମରେ ପରିଚିତ ଥିବା ଏହି ଛୋଟ କୀଟଟିର ରୂପ ଲ।ବଣ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ । ଲାଲ ଭେଲଭେଟର ମସୃଣ ଶରୀର ଧରିଥିବା ଏହି କୁନି କୀଟଟି ଉପରେ । ଯେତେବେଳେ ସେ ସବୁଜ ଘାଶଗାଲିଚ ଉପରେ ତାର ଲାଜକୁଳୀ ଚାଲି ଚାଲିଥାଏ ସେତେବେଳେ କବି ଆଉ ଲେଖକଙ୍କ କଲମରୁ ଝରିପଡେ କେତେ ଜେ କବିତା ।

pokaପହିଲି ଆଷାଢର ପହିଲି ବରଷାଧାରା ମାଟିକୁ ସ୍ପର୍ଶ କରିବାପରେ ଧରଣୀ ରାଣୀର କୋଳରୁ ସୃଷ୍ଟି ହୁଏ ଏହି ସାଧବବୋହୂ । ବର୍ଷାଭିଜା ନରମ ମାଟିର ବାସନା ପାଇ ଧରଣୀରାଣୀର ବୁକୁଚିରି ନାଲିରଙ୍ଗର ପସରାଧରୀ ପଦାକୁ ଆସିଥାଏ ସାଧବବୋହୂ । ଏହି ସାଧବବୋହୁର ସୌନ୍ଦର୍ଯ୍ଯ  ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ତାର ସମସ୍ତ ଦୁଆତର ରଙ୍ଗକୁ ଢାଳିଦେଇଛି ଏହି ସାଧବବୋହୂ ଉପରେ ।

ସାଧବବୋହୂ କୀଟଟି ପୃଥିବୀର ବରଫାବୃତ ଅଞ୍ଚଳକୁ ଛାଡିଦେଲେ କାନାଡାଠାରୁ ଆଫ୍ରିକା ଦେଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି । ଏମାନେ ଅତିବେଶିରେ ଦୁଇ ସେଣ୍ଟିମିଟର ପର୍ଯ୍ୟନ୍ତ ବଢିଥାନ୍ତି । ଏମାନଙ୍କର ଜୀବନଶୈଳୀମଧ୍ୟ ନିଆରା ।ଏମାନେ ମାଟିରୁ ଜନ୍ମନେଇଥାନ୍ତି ଏବଂ ସେଇମାଟିରେ ଲିନହୋଇଥାନ୍ତି । ମାଟିରେ ମିଶିସାରିବାପରେ ଏମାନଙ୍କ ଶରୀରର ବିଭିନ୍ନ ଅଂଶ ମାଟିରେ ମିଶି ରହିଥାଏ ।

sadhaba bohu ବର୍ଷର ପ୍ରଥମ ମୌସୁମୀବର୍ଷା ମାଟିକୁ ଛୁଇଁବାପରେ ପୂର୍ବରୁ ମାଟି ସହିତ ମିଶି ରହିଥିବା ଦେହାବଶେଷ ଏକ ଲ।ର୍ଭ।ରେ ପରିଣତ ହୋଇଥାଏ । ଏବଂ ଏହିଲାର୍ଭ।ରୁ ଅଣ୍ଡା ସୃଷ୍ଟି ହୋଇଥାଏ । ଅଣ୍ଡାସୃଷ୍ଟି ହେବାର ଦୁଇସପ୍ତାହ ପରେ ସେହି ଅଣ୍ଡାରୁ ସାଧବ ବୋହୂ ଜନ୍ମନିଏ ଏବଂ ମାଟିଭିତରୁ ଗର୍ତ ସୃଷ୍ଟି କରି ବାହାରକୁ ବାହାରିଥାଏ । ଏହି ସାଧବବୋହୂର ଆୟୁଷ ମାତ୍ର ତିନିଦିନ ହୋଇଥାଏ । ଏହାପରେ ତାର ମୃତ୍ୟୁ ହୋଇଥାଏ । ମାଟିଭିତରୁ ବାହାରକୁ ଆସିବାପରେ ବହୁତ ଭୋକିଲା ରହିଥାଏ ଏହି କୁନି କୀଟଟି । ତେଣୁ ପଡିଆରେ ରହିଥିବା ସବୁଜ କଅଁଳ ଘଷାପତ୍ରକୁ ଏହି ପୋକଟି ଖାଇ ତାର କ୍ଷୁଧା ମେଣ୍ଟାଇଥାଏ ।

sadhaba bohuତେବେ ଆଜିର ଆଧୁନିକ ଯୁଗରେ ମାତ୍ରାଧିକ ପରିମାଣର କୀଟନାଶକ ଓ ରାସାୟନିକ ସାରର ପ୍ରୟୋଗ ,କଳକାରଖାନାରୁ ନିର୍ଗତ ବିଭିନ୍ନ ରାସାୟନିକ ବର୍ଜ୍ୟବସ୍ତୁ ଓ ଅସ୍ବାଭାବିକ ପରିବେଶ ପ୍ରଦୂଷଣ ଏହି ସାଧବବୋହୂ ଲୋପ ପାଇବାକୁ ବସିଲାଣି କହିଲେ ଭୁଲ୍ ହେବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.