କ୍ଷୀର ବିକ୍ରି କରି ୧.୧୦ କୋଟି ଟଙ୍କାର ଲାଭ, ଜାଣନ୍ତୁ ନବଲ ବେନଙ୍କ ସଫଳତାର ରହସ୍ୟ

କରୋନା ମହାମାରୀ ସବୁ ବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇଛି । ଲୋକଙ୍କ ଜୀବିକା ଏଥିରେ ଭାରି ମାତ୍ରାରେ ପ୍ରଭାବିତ ହୋଇଛି । ଅନେକଙ୍କ କାମ ମଧ୍ୟ ଛଡାଇନେଇଛି ଏହି କରୋନା । କିନ୍ତୁ ଏହି ସମୟରେ ଗୁଜୁରାଟର ବଣାସକାଣ୍ଠାରେ ୬୨ ବର୍ଷୀୟ ମହିଳା ଏମିତି କିଛି କରାଇ ଦେଖେଇଛନ୍ତି, ଯାହା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ।

ଏହି ମହିଳା ଜଣକ ନାମ ହେଉଛି ନବଲ ବେନ ଦଲସଙ୍ଗ ଭାଇ ଚୌଧୁରୀ । ତାଙ୍କର ପ୍ରଥମରୁ ହିଁ ଗୋପାଳିତ ପଶୁମାନଙ୍କୁ ରଖି ତାଙ୍କ ପାଳନ କରିବାକୁ ପସନ୍ଦ କରନ୍ତି । ପରେ କରୋନା ସମୟରେ ଯେତେବେଳେ ଲୋକଙ୍କ ପାଖେ କାମ ରହିଲା ନାହିଁ ସେତେବେଳ ସେ ଅନେକ ଲୋକଙ୍କୁ ଏଥିରେ ନୁଯୁକ୍ତି ଦେଲେ । କରୋନା ସମୟରେ କ୍ଷୀର ବିକ୍ରି କରି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ଏହି ମହିଳା ଜଣକ । ୨୦୨୦ରେ ପାଖାପାଖି ୧.୧୦ କୋଟି ଟଙ୍କାର କ୍ଷୀର ବିକ୍ରି କରିଥିଲେ । ଏହାଦ୍ୱାରା ସେ ପ୍ରତି ମାସରେ ୩.୫୦ ଲକ୍ଷ ଟଙ୍କା ଫାଇଦା ପାଇଲେ । ଏହାପୂର୍ବରୁ ୨୦୧୯ରେ ସେ ୮୭.୯୫ ଲକ୍ଷ ଟଙ୍କାର କ୍ଷୀର ବିକ୍ରି କରିଥିଲେ ।

dairy
pc: DNA india

ତାଙ୍କ କହିବା ଅନୁଯାୟୀ, ସେ ଏହି କାମ ୨୦-୨୫ ଗାଈ ଓ ମଇଁଷିଙ୍କୁ ନେଇ ଆରମ୍ଭ କରିଥିଲେ । କିନ୍ତୁ ଆଜି ତାଙ୍କ ପାଖରେ ୮୦ ମଇଁଷି ଓ ୪୫ ଗାଈ ଅଛନ୍ତି । ସକାଳେ ୫୦୦ ଲିଟର ଓ ସନ୍ଧ୍ୟାରେ ୫୦୦ ଲିଟର କ୍ଷୀର ସେ ବିକ୍ରି କରୁଛନ୍ତି । ଏଥିରେ ସେ ୧୫ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ପ୍ରତିମାସରେ ଦରମା ମଧ୍ୟ ଦେଉଛନ୍ତି । ଏହାପାଇଁ ତାଙ୍କୁ ଜିଲ୍ଳା ତରଫରୁ ଲକ୍ଷ୍ମୀ ପୁରସ୍କାର ସହିତ ୩ ସର୍ବଶ୍ରେଷ୍ଠ ପଶୁପାଳକ ପୁରଷ୍କାର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.