ନବରାତ୍ରୀଠାରୁ ଚମକିବ ଭାଗ୍ୟ, ଏହି ୩ରାଶିର ଲୋକଙ୍କ ଉପରେ ହେବ ଧନର ବର୍ଷା

ହିନ୍ଦୁ ଧର୍ମ ଅନୁଯାୟୀ ନବରାତ୍ରୀ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ନବରାତ୍ରୀ ପୂଜା ନଅ ଦିନ ଧରି ପାଳନ କରାଯାଇଥାଏ । ଗୋଟିଏ ବର୍ଷରେ ୪ଟି ନବରାତ୍ରୀ ରହିଛି । ଏଥିରେ ୨ଟି ପ୍ରତ୍ୟକ୍ଷ ଓ ୨ଟି ଗୁପ୍ତ ନବରାତ୍ରୀ ରହିଛି । ପ୍ରତ୍ୟକ୍ଷ ନବରାତ୍ରୀ ପୂଜା ଚୈତ୍ର ମାସରେ ପାଳନ କରାଯାଇଥାଏ । ଏହି ନଅ ଦିନ ଧରି ମା ଆଦି ଶକ୍ତି ଦୁର୍ଗାଙ୍କ ନଅଟି ରୂପକୁ ପୂଜା କରାଯାଇଥାଏ । ନବରାତ୍ରୀରେ ମାତା ଦୁର୍ଗାଙ୍କ ପୂଜା କରିବା ଦ୍ବାରା ବିଶେଷ କୃପା ମିଳିଥାଏ । ନବରାତ୍ରୀ ପୂଜା କରିବା ଦ୍ବାରା ଜାତକରେ ଥିବା ସମସ୍ୟା ଦୂର ହୋଇଥାଏ । ମାଙ୍କ ପୂଜା କଲେ ଜୀବନରେ ସୁଖ, ସମୃଦ୍ଧି ଆସିଥାଏ ।

ଚଳିତ ବର୍ଷ ୩୦ମାର୍ଚ୍ଚରୁ ନବରାତ୍ରୀ ପୂଜା ଆରମ୍ଭ ହେଉଛି । ଏହି ବର୍ଷ ନବରାତ୍ରୀ ପୂଜାରେ ବିଶେଷତା ରହିଛି ବୋଲି ଜ୍ୟୋତିଷ ବିବେଚନା କରିଛନ୍ତି । ନବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୯ ମାର୍ଚ୍ଚରୁ ନ୍ୟାୟ ଦେବ ଶନି ରାଶି ପରିବର୍ତ୍ତନ କରିବେ । ବର୍ତ୍ତମାନ ଶନିଦେବ ନିଜର କୁମ୍ଭ ଘରକୁ ବିରାଜମାନ କରିବେ । ଗୁରୁ ବୃହସ୍ପତି ମଧ୍ୟ ମୀନ ରାଶିକୁ ଚଳନ କରିବେ । ଶନିଙ୍କ ଘର ପରିବର୍ତ୍ତନ ଦ୍ବାରା ଅନ୍ୟ ରାଶି ପାଇଁ ଭଲ ଫଳ ମିଳିବାର ଆଶା ରହିଛି । ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ ଜାଣିବା ।

ମିଥୁନ ରାଶି : ବର୍ତ୍ତମାନ୍ ସମୟରେ ଏହି ରାଶି ଉପରେ ଶନି ଦେବଙ୍କ ବିଶେଷ କୃପା ପ୍ରାପ୍ତ ହେବାର ସମ୍ଭାବନା ରହିଛି । ଯାହା ଫଳରେ ଏହି ରାଶିର ଲୋକଙ୍କ ମାନସମ୍ମାନରେ ବୃଦ୍ଧି ଘଟିପାରେ । ରାଜନୀତି କ୍ଷେତ୍ରରେ ସଫଳ ହୋଇପାରନ୍ତି । ଏହି ମେ ମାସରୁ ଗୁରୁଙ୍କ କୃପା ପ୍ରାପ୍ତ କରିବେ ମିଥୁନ ରାଶିର ଲୋକେ । କ୍ୟାରିୟରକୁ ନେଇ ଥିବା ସମସ୍ୟା ଦୂର ହେବ । ମିଥୁନ ରାଶିର ଲୋକେ ଧନବାନ୍ ହୋଇପାରନ୍ତି।

ତୁଳା ରାଶି : ଏହି ରାଶିର ଲୋକଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ପରୀକ୍ଷାର୍ଥୀମାନେ ସମସ୍ତ ପରୀକ୍ଷାରେ ଉତୀର୍ଣ୍ଣ ହେବେ । ନିଜ କ୍ୟାରିୟର କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେବ ।

ମକର ରାଶି : ମକର ରାଶିରେ ଚାଲିଥିବା ଶନି ସାଢେ ସାତେ ଢେୟା ସମାପ୍ତ ହେବାକୁ ଯାଉଛି । ଏହା ସହିତ ଶନିଙ୍କ କୃପା ମଧ୍ୟ ପ୍ରାପ୍ତ ହେବ । ସରକାରୀ ସ୍ତରରେ କୌଣସି ସମ୍ମାନ ମିଳିପାରେ ।

Also Read : ପତିତପାବନ ବାନାରେ ଶୂନ୍ୟ ଘଣ୍ଠି ପଡି ବିପଦକୁ ହରଣ କରି ଜଗତକୁ ଉଦ୍ଧାର କରିଛନ୍ତି ମହାବାହୁ