ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି ସତେ ଯେମିତି ଆଙ୍କି ହୋଇଗଲା ମନର ଲେନ୍ସ ଭିତରେ ସେମିତି ଲାଗୁଛି। ଆଉ ମନରୁ ଏମିତି ଘଟଣା କେବେବି ଲିଭିବନି ।

ନୟାପଲ୍ଲୀ ଥାନା ଦୁଆର ମୁହଁ । ସେହି ଦୁଆର ମୁହଁରେ ବସି ଜଣେ ମହିଳା ବାନ୍ତି କରୁଥାନ୍ତି । ମଝିରେ ମଝିରେ ବହୁତ କଷ୍ଟ ଲାଗୁଥିବାରୁ ଟିକେ ଅଣନିଶ୍ୱାସୀ ହୋଇ ପଡୁଥାନ୍ତି । ଏମିତି ସମୟରେ ଜଣେ ମହିଳା ଏସଆଇ ଆସି ତାଙ୍କ ପିଠିକୁ ଆଉଁସି ଦେଉଥାନ୍ତି । ଆଉ ମଝିରେ ମଝିରେ ପୋଲିସ ମହିଳା ଜଣଙ୍କ କାହାକୁ ଫୋନ ମଧ୍ୟ କରୁଥାନ୍ତି । ଘଟଣାସ୍ଥଳରେ ଏମିତିକା ପରିସ୍ଥିତି ଥିଲା ନା କାହାକୁ ପଚାରି ପାରୁଥିଲୁ କଣ ହୋଇଛି ? ନା ମହିଳା ଜଣଙ୍କ ସେମିତି ଉତ୍ତର ଦେବା ସ୍ଥିତିରେ ଥିଲେ । ସେହି ସମୟ କେବଳ ଦୃଶ୍ୟ କୁ କ୍ୟାମେରାରେ କଏଦ କରିବା ଛଡା ଆମ ପାଖରେ ଆଉ କିଛି ବାଟ ନଥାଏ ।

ସମସ୍ତେ ସ୍ତ୍ରୀ ଲୋକଟିର ଗୁରୁତର ସ୍ଥିତିକୁ ଆଖିରେ ଦେଖି ଖାଲି ନିରବ ଦ୍ରଷ୍ଟା ସାଜିଥାନ୍ତି । ହେଲେ ଆମ ମନ ପାପ ଛୁଇଁଲା । ଆମେ ତ କେବେବି ଗୋଟିଏ ଘଟଣାକୁ ଭାବି ନଥାଉ । ଆମେ ଭାବି ବସିଥିଲୁ କି ପୋଲିସ ବୋଧେ ସ୍ତ୍ରୀ ଲୋକଟିକୁ ଏମିତି ଅବସ୍ଥାରେ…। ଟିକିଏ ସମୟ ଯାଇଛି ନୟାପଲ୍ଲୀ ଥାନା ଅଧିକାରୀ ଫୋନ କରି ହଠାତ ପୋଲିସ ଏସଆଇ ମାଡମଙ୍କୁ କହିଲେ ତାଙ୍କ ନିଜ ଗାଡିରେ ସ୍ତ୍ରୀ ଲୋକଟିକୁ କ୍ୟାପିଟାଲ ହସ୍ପିଟାଲ ନେବାକୁ । ଆଉ ଜଣେ ସବଇନ୍ସପେକ୍ଟର ମଧ୍ୟ ମଝିରେ ମଝିରେ ନାଲି ଗଞ୍ଜି ପିନ୍ଧି କେମିତି ନେବେ କଣ କଣ ନେଇ ସ୍ତ୍ରୀ ଲୋକଟିକୁ ନେବେ ସେହି ବିଷୟରେ ନୟାପଲ୍ଲୀ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଦେଖି ଦେଉଥାନ୍ତି ।

ଥାନା ଅଧିକରୀ ଯାଉଥିବା ଗାଡିଟିରେ ମହିଳା ଜଣଙ୍କୁ ବସାଇ ନେଇଗଲେ କ୍ୟାପିଟାଲ ହସ୍ପିଟାଲ । ହେଲେ ଘଟଣା ନା ଆପଣ ଏଯାଏ ଜାଣି ପାରିଲେ ନା ଆମେ କେବଳ ଦେଖୁଥିଏୁ ଦୃଶ୍ୟ ଯାହା ଘଟି ଯାଉଥିଲା । ଶେଷରେ ପୁରା ଘଟଣା କଣ ଜାଣିବା ପାଇଁ ଆମେ ଥାନା ଭିତରକୁ ଯାଇ ପଚାରି ବୁଝିଲୁ ଘଟଣା ସମ୍ପର୍କ ରେ । ବୁଝୁ ବୁଝୁ ଯାହା ଜଣା ପଡିଲା କି ଗୁରୁତର ମହିଳା ଜଣଙ୍କ ନୟାପଲ୍ଲୀ ଥାନା ଅଞ୍ଚଳରେ ରୁହନ୍ତି । ପରିବାର ସହିତ ରୁହନ୍ତି ।

କୋୖଣସି କାରଣରୁ ସ୍ୱାମୀ ସହିତ ଝଗଡା ହୋଇଥିଲା ଉକ୍ତ ମହିଳାଙ୍କର । ଯାହା ଫଳରେ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ବାଡେଇ ଥିଲେ । ତେଣୁ ସ୍ୱାମୀଙ୍କ ନାମରେ ଅଭିଯୋଗ କରିବା ପାଇଁ ସେ ନୟାପଲ୍ଲୀ ଥାନାକୁ ଆସିଥିଲେ । ସ୍ୱାମୀଙ୍କ ମାଡ଼ ଏତେ ସାଙ୍ଘାତିକ ଥିଲା ଯେ ମହିଳା ଜଣଙ୍କ ଥାନାକୁ ଆସି ଅଭିଯୋଗ କରିବା ସମୟରେ ଗୁରୁତର ହୋଇ ପଡିଥିଲେ । ସେତିକି ବେଳେ କାର୍ଯ୍ୟରତ ଏସଆଇ ମହିଳା ପୋଲିସ ଜଣଙ୍କ ତୁରନ୍ତ ୧୦୮କୁ ଡାକି ଥିଲେ ମହିଳା ଜଣଙ୍କୁ ମେଡିକାଲ ନେବା ପାଇଁ କିନ୍ତୁ କୌଣସି ଗାଡି ଠିକ ସମୟରେ ପହଞ୍ଚି ପାରି ନଥିଲା । ଆଉ ଏହି ସମୟରେ ମାନବିକତାର ପରିଚୟ ଦେଇଥିଲେ ନୟାପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀ ।

ତୁରନ୍ତ ଯେଉଁ ଗାଡ଼ିରେ ନିଜେ ଯାଆନ୍ତି ସେହି ଗାଡିରେ ମହିଳା ଜଣଙ୍କୁ ନେଇ ଯିବା ପାଇଁ ଉକ୍ତ ମହିଳା ଏସଆଇଙ୍କୁ ଫୋନ ମାଧ୍ୟମରେ ନିର୍ଦେଶ ଦେଇଥିଲେ । ଆଉ କାଳ ବିଳମ୍ବ ନକରି ମେଡିକାଲ ନେଇଯିବାକୁ କହିଥିଲେ । ତା ଛଡା ଡ଼ାଇରୀ ଚାର୍ଜରେ ଥିବା ଏସଆଇ ମହିଳା ପୋଲିସ ଜଣଙ୍କ ମଧ୍ୟ କୌଣସି କଥା ଚିନ୍ତା ନକରି ମହିଳା ଜଣଙ୍କୁ ତୁରନ୍ତ ଥାନା ଅଧିକାରୀ ଯାଉଥିବା ସରକାରୀ ଗାଡିରେ ନେଇ ଚାଲିଗଲେ । ଫଳରେ ବହୁତ ବଡ଼ ଅଘଟଣରୁ ଅଳ୍ପକେ ବଂଚିଗଲେ ମହିଳା ଜଣଙ୍କ । ବଞ୍ଚିଗଲା ତାଙ୍କ ଜୀବନ । ଥାନା ଅଧିକାରୀଙ୍କ ଏହି ମହାନତା ବାସ୍ତବିକ ପ୍ରଶଂସା ଯୋଗ୍ୟ ।

 

You might also like