ଏନସିଆରବିର ତଥ୍ୟ ଚମକାଇଦେବ, ଖାଲି ମହିଳା କି ଝିଅ ନୁହନ୍ତି ପୁଅ ବି ହେଉଛନ୍ତି ଦୁଷ୍କର୍ମର ଶୀକାର

ସଂଖ୍ୟା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏ ସଂଖ୍ୟା ଆପଣଙ୍କୁ ଲଜ୍ୟା ଦେବ । ଏଭଳି ସଂଖ୍ୟାକୁ ରୋକିବା ଏବେ କାଠିକର ପାଠ ହେଲାଣି । ଆମେ କହୁଛୁ ଦେଶରେ ଘଟୁଥିବା ସାଂଘାତିକ ଅପରାଧର ପରିସଂଖ୍ୟନ କଥା । ଅର୍ଥାତ ଦିନକୁ ଦିନ ବଢି ଚାଲିଥିବା ଯୌନ ଶୋଷଣର ମାମଲା ଆଉ ଏଥିରେ ଶୀକାର ହେଉଥିବା ନିରୀହଙ୍କ କାହାଣୀ ବେଶ ହୃଦୟ ବିଦାରକ । କିନ୍ତୁ ଯେବେ ବି ଏମିତି କିଛି କଥା ସାମନାକୁ ଆସେ ସବୁବେଳେ ପ୍ରଶ୍ନ ଉଠେ କି କାହିଁକି ଏଥିରେ ଲାଗିପାରୁନି ରୋକ ।

ଦେଶରେ ଯୌନଶୋଷଣ ବିରୁଦ୍ଧରେ କଡା ନିୟମ ସତ୍ତ୍ୱେ ନାବାଳିକା ଛୋଟ ପିଲାମାନେ ଏଭଳି ଯୌନ ପିପାସୁଙ୍କର ଶୀକାର ହେଉଛନ୍ତି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଏନସିଆରବି ପୂର୍ବ ବର୍ଷର ଯେଉଁ ପରିସଂଖ୍ୟନ ଜାରି କରିଥିଲା ତାହା ଶୁଣି ଆପଣ ଭୟ କରିଯିବେ । କାରଣ ଏବେର ସମୟକୁ ଦେଖିଲେ ସମସ୍ତଙ୍କ ମୁହଁରେ ଗୋଟେ କଥା ପିଲାଙ୍କୁ ବାହାରକୁ ଛାଡିବାକୁ ବି ଡର ଲାଗିଲାଣି । ଆଉ ଯାହାର ବାସ୍ତବ ଚିତ୍ର ଏବେ ଆଖି ଆଗରେ ।

କହିରଖୁଛୁ ପରିସଂଖ୍ୟନ ହିସାବରେ ପ୍ରତିଦିନ ପାଖାପାଖି ୯୦ ନାବାଳିକାଙ୍କ ସହ ଦୁଷ୍କର୍ମ ଭଳି ସାଂଘାତିକ ଘଟଣା ଘଟୁଛି । ଏମିତିକି ନାବାଳକମାନେ ବି ସୁରକ୍ଷିତ ନୁହେଁ । ଏକଥା କହି ଆମେ ଆପଣଙ୍କୁ ଡରାଉନୁ । ବରଂ ଏମିତି ଘଟଣା ବିଷୟରେ ଅବଗତ କରିବାକୁ ଚାହୁଁଛୁ । ଯାହାଦ୍ୱାରା ଆପଣ ନିଜେ ଆଉ ଆପଣଙ୍କ ପିଲାଙ୍କ ପାଇଁ ସତର୍କ ହୋଇପାରିବେ ।

କହିରଖୁଛୁ ତଥ୍ୟ ହିସାବରେ ୨୦୨୧ରେ ୩୩ହଜାର ୧୮୬ ନାବାଳିକା ଏଭଳି ଅପରାଧର ଶୀକାର ହୋଇଛନ୍ତି । ଅର୍ଥାତ ପ୍ରତିଦିନ ଦେଶର କୋଉଠି ନା କୋଉଠି ଏମିତି ଘଟଣା ସାମନାକୁ ଆସୁଛି । କିନ୍ତୁ ପରିସଂଖ୍ୟନ ବାଦ ଯଦି ଦେଖିବା ତେବେ ଏମିତି କେତେ ଘଟଣା ରହିଛି ଯାହା ଆଖି ସାମନାକୁ ବି ଆସିପାରୁନି । ଆଉ ଯାହାର ନଗ୍ନ ଚିତ୍ର ସବୁ ସେହି ସ୍ଥାନରେ ହଜିଯାଉଛି, ଲୁଚିଯାଉଛି ।

ଦୁଷ୍କର୍ମ ମାମଲା କେଉଁ ସ୍ଥାନରେ ଅଧିକ । ଯଦି ତଥ୍ୟ ଦେଖିବା ତେବେ ଦୁଷ୍କର୍ମର ମାମଲା ସବୁଠୁ ବେଶି ରହୁଛି ମଧ୍ୟପ୍ରଦେଶ । ଅର୍ଥାତ ଦେଶରେ ସବୁଠୁ ବେଶି ମାମଲା ମଧ୍ୟପ୍ରଦେଶରୁ ସାମନାକୁ ଆସୁଛି । ଏହାପରେ ଆସୁଛି ମହାରାଷ୍ଟ୍ର, ତୃତୀୟରେ ତାମିଲନାଡୁ । ଚତୁର୍ଥରେ ରହିଛି ଉତ୍ତରପ୍ରଦେଶ । ଆଉ ପରବର୍ତ୍ତୀ ସ୍ଥାନ କର୍ଣ୍ଣାଟକ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକାଙ୍କ ସହ ନାବାଳକ ମଧ୍ୟ ଏଭଳି ଅପରାଧର ଶୀକର ହେଉଛନ୍ତି । ଯାହାର ତଥ୍ୟ ଚମକାଇଦେବା ଭଳି । ଆଉ ଏହି କ୍ରମରେ ଉତ୍ତରପ୍ରଦେଶରେ ଏହାର ସଂଖ୍ୟା ରହିଛି ସବୁଠୁ ଆଗରେ । ୯୬କେସ ରହିଛି ୟୁପିରୁ । ଦ୍ୱିତୀୟରେ ରହିଛି କେରଳ ଯେଉଁଠାରେ ୭୪ଟି ମାମଲା ସାମନାକୁ ଆସିଛି । ହରିୟାଣାରେ ଆସିଛି ୬୧ । ଚତୁର୍ଥରେ ତାମିଲନାଡୁ ଯେଉଁଠାରେ ୩୧ଟି ଏପରି କେସ । ସେହିପରି ପଶ୍ଚିମବଙ୍ଗରେ ୨୨ ଆଉ ଶେଷରେ ଉତ୍ତରାଖଣ୍ଡରେ ୮ଟି ମାମଲା । ତେଣୁ ପୂର୍ବବର୍ଷ ୩୧୨ ନାବାଳକ ମଧ୍ୟ ଏଭଳି ମାମଲାର ଶୀକାର ହୋଇଛନ୍ତି ।

ମହିଳାଙ୍କ କଥା ଯଦି କହିବା ତେବେ ତଥ୍ୟ କହୁଛି ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀ ସବୁଠୁ ଭୟଙ୍କର ପାଲଟିଛି । କାରଣ ଦିଲ୍ଲୀରୁ ମହିଳା ଅପରାଧ ସହ ସଂମ୍ପୃକ୍ତ ମାମଲା ସର୍ବମୋଟରେ ୧୩,୮୯୨ରୁ ଅଧିକ । ଏହା ମଧ୍ୟରେ ଘରୋଇ ହିଂସା ୪ହଜାର ୬୭୪, ଅପହରଣ ରହିଛି ୩ ହଜାର ୯୪୮, ତାସହିତ ନାବାଳିକଙ୍କ ଦ୍ୱାରା ଦୁଷ୍କର୍ମ ମାମଲା ୮୩୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.