ଏ ଫୁଲ ୧୨ ବର୍ଷରେ ଥରେ କେବଳ ଭାରତରେ ଫୁଟେ

ଭାରତରେ ଏପରି ଫୁଲ ଅଛି ଯାହାକି ୧୨ବର୍ଷରେ ଥରେ ଫୁଟିଥାଏ । କହିରଖୁଛୁ ଫୁଲଟି ଯଦି ଏହି ବର୍ଷ ପୁଟିଛି ତେବେ ଏହାକୁ ପୁନର୍ବାର ଦେଖିବା ପାଇଁ ଆମକୁ ୨୦୩୪କୁ ଅପେକ୍ଷା କରିବାକୁ ପଡିବ । ଏହାର ବିଶେଷ କଥା ହେଉଛି ଏହା କେବଳ ଭାରତରେ ବଢିଥାଏ । ଏପରି ପରିସ୍ଥିତିରେ ଜାଣନ୍ତୁ ଏ ଫୁଲରେ କଣ ବିଶେଷ ରହିଛି ଏବଂ ଏହା କେଉଁ ଫୁଲ ।

କେରଳର ଇଡୁକି ଜିଲ୍ଲାରେ ନିଲକୁରିଞ୍ଜି ଫୁଲ ଚାଷ କରାଯାଏ । ନୀଲକୁରିଞ୍ଜି ଏକ ସାଧାରଣ ଫୁଲ ନୁହେଁ ବରଂ ଏକ ବିରଳ ଫୁଲ ଅଟେ । ଏହି ଫୁଲ ଗୁଡିକୁ ଦେଖିବା ପାଇଁ ଜଣକୁ ୧୨ବର୍ଷ ଅପେକ୍ଷା କରିବାକୁ ପଡିବ । କହିରଖୁଛୁ ନୀଲକୁରି଼ଞ୍ଜି ଏକ ମୋନୋକାର୍ପିକ ଉଦ୍ଭିଦ, ଯାହା ଫୁଟିବା ପରେ ଶୀଘ୍ର ଶୁଖିଯାଏ ।

flowerସାଧାରଣତ ଏହି ଫୁଲ କେବଳ ଅଗଷ୍ଟରୁ ଅକ୍ଟୋବର ଯାଏଁ ଫୁଟିଥାଏ । ଏହି ଫୁଲ ଥରେ ଫୁଟିବା ପରେ ପୁଣି ୧୨ବର୍ଷ ପରେ ଏହାର ସୌନ୍ଦର୍ଯ୍ୟ ପୁଣିଥରେ ଉପଭୋଗ କରିପାରିବେ । ଗତବର୍ଷ ଅକ୍ଟୋବରରେ ଏହି ଫୁଲଗୁଡିକୁ କେତେକାଂଶରେ ଦେଖିବାକୁ ମିଳିଥିଲା ।

ମୁଖ୍ୟକଥା ହେଉଛି ଏହି ଫୁଲ ଭାରତରେ ଫୁଟୁଛି । ଭାରତ ବ୍ୟତୀତ ଏହି ଫୁଲ ଅନ୍ୟକୌଣସି ସ୍ଥାନରେ ଫୁଟେନାହିଁ । ନୀଲକୁରିଞ୍ଜି ମୁଖ୍ୟତ କେରଳରେ ଫୁଟିଥାଏ । କେରଳ ସହ ତାମିଲନାଡୁରେ ଏହି ଫୁଲଗୁଡିକୁ ଦେଖାଯାଏ । କବେଳ ଏହାକୁ ଦେଖିବାପାଇଁ କେରଳରେ ପର୍ଯ୍ୟଟକଙ୍କ ଭିଜ ଜମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.