ରାବଣ କିମ୍ବା କୁମ୍ଭକର୍ଣ୍ଣ ନୁହେଁ, ୟେ ଥିଲେ ରାମାୟଣର ସବୁଠାରୁ ଶକ୍ତିଶାଳୀ ରାକ୍ଷସ

ରାମାୟଣ ରେ ଭଗବାନ ରାମ, ହନୁମାନ, ରାବଣ, ବାଳି ଏବଂ କୁମ୍ଭକର୍ଣ୍ଣ ଭଳି ବଡ ବଡ ଯୋଦ୍ଧା ରହିଥିଲେ। କିନ୍ତୁ ରାମାୟଣରେ ଏମିତି ଏକ ଯୋଦ୍ଧା ଥିଲେ ଯିଏକି ସବୁଠାରୁ ଅଧିକ ଶକ୍ତିଶାଳୀ ଥିଲେ। ଥରେ ଅଗସ୍ତ୍ୟ ମୁନି ଯେତେବେଳେ ଆଯୋଧ୍ୟା ଆସିଥିଲେ, ସେତେବେଳେ ପ୍ରଭୁ ଶ୍ରୀରାମଙ୍କୁ କହିଥିଲେ କି ରାବଣଙ୍କ ପୁତ୍ର ମେଘନାଦ ହିଁ ଏହି ସଂଗ୍ରାମରେ ସବୁଠାରୁ ଅଧିକ ଶକ୍ତିଶାଳୀ ଯୋଦ୍ଧା ଅର୍ଥାତ୍‌ ସବୁଠାରୁ ଅଧିକ ଶକ୍ତିଶାଳୀ ରାକ୍ଷସ ରହିଥିଲେ। ତେବେ ଆସନ୍ତୁ ଜାଣିବ, ଅଗସ୍ତ୍ୟ ମୁନି କାହିଁକି ଏମିତି କହିଥିଲେ ଏବଂ କାହା ହାତରେ ମେଘନାଦଙ୍କ ମୃତ୍ୟୁ ହୋଇଥିଲା ?

କୁହାଯାଏ, ରାବଣ ଘରେ ଯେତେବେଳେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା, ସେତେବେଳେ କାନ୍ଦ ଶବ୍ଦ ଶୁଣି ବିଜୁଳି ଘଡଘଡି ଶବ୍ଦ ଶୁଣିବାକୁ ମିଳିଥିଲା। ଏହି କାରଣ ଯୋଗୁଁ ରାବଣ ତାଙ୍କ ପୁଅ ନାମ ମେଘନାଦ ଦେଇଥିଲେ। ରାକ୍ଷସଙ୍କର ସୁବଠାରୁ ବଡ ଗୁରୁ ଥିଲେ ମେଘନାଦ। ମେଘନାଦଙ୍କୁ ଦେବ ଅସ୍ତ୍ରର ଜ୍ଞାନ ମଧ୍ୟ ଦେଉଥିଲେ, ଯେଉଁଥିପାଇଁ ସେ ଅଧିକ ବଳଶାଳୀ ହୋଇଯାଇଥିଲେ। ମେଘନାଦ ଏମିତି ଏକ ବୀର ଥିଲେ ଯାହା ପାଖରେ ବ୍ରହ୍ମାସ୍ତ୍ର ସମେତ ପଶୁପତ୍ରାସ୍ତ୍ର ରହିଥିଲା। ଏହି କାରଣ ଯୋଗୁଁ ସେ ଏକୁଟିଆ ରାମଙ୍କ ସଂପୂର୍ଣ୍ଣ ସେନା ଉପରେ ଭାରି ପଡିଥିଲେ।

indrajit

ଦାନବ ଏବଂ ଦେବଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ରାବଣ ପୁତ୍ର ମେଘନାଦ ହିଁ ଏକୁଟିଆ ଇନ୍ଦ୍ରଙ୍କୁ ପରାଜିତ କରିଥିଲା। ଇନ୍ଦ୍ରକୁ ହରାଇବା ପରେ ତାଙ୍କୁ ବନ୍ଧକ କରି ନିଜ ସାଙ୍ଗରେ ନେଇଥିଲେ। ଏହା ବିଷୟରେ ବ୍ରହ୍ମାଙ୍କୁ ଜଣାପଡିବା ସେ ଇନ୍ଦ୍ରଙ୍କୁ ଛାଡିବା ପାଇଁ ମେଘନାଦକୁ ଏକ ବରଦାନ ଦେଇଥିଲେ। ଇନ୍ଦ୍ରକୁ ଛାଡିବା ବଦଳରେ ମେଘନାଦ ବ୍ରହ୍ମାଙ୍କ ଠାରୁ ଅମର ରହିବା ବରଦାନ ମାଗିଥିଲେ। ବ୍ରହ୍ମା ଏହିବରଦାନ କରିବାକୁ ମନା କରି କେବେି ବି ଯୁଦ୍ଧରେ ପରାସ୍ତ ନ ହେବାର ବରଦାନ ଦେଇଥିଲେ। ବ୍ରହ୍ମା ମେଘନାଦକୁ କହିଥିଲେ କି, ତୁମକୁ କେହି ବି ଯୁଦ୍ଧରେ ପରାସ୍ତ କରାଇପାରିବେନି କିନ୍ତୁ ଯୁଦ୍ଧ ପୂର୍ବରୁ ତାଙ୍କୁ ଯଜ୍ଞ କରିବାକୁ ହେବ। ତେଣୁ ବ୍ରହ୍ମା ହିଁ ମେଘନାଦଙ୍କ ନାମ ଇନ୍ଦ୍ରଜିତ ଦେଇଥିଲେ।

ravan

କୁମ୍ଭକର୍ଣ୍ଣ ବଧ ହେବା ପରେ ଯୁଦ୍ଧ ଭୂମିରେ ପାଦ ରଖିବା ପରେ ମେଘନାଦ ଭୟଙ୍କର ରୂପ ଧାରଣ କରିଥିଲେ। ସେ ନିଜର ମାୟାବୀ ଶସ୍ତ୍ରରେ ତାଙ୍କ ରାମଙ୍କ ସମ୍ପୂର୍ଣ୍ଣ ସେନାକୁ ବିଚଳିତ କରିଦେଇଥିଲେ। ଭଗବାନ ରାମଙ୍କ ଠାରୁ ଆରମ୍ଭ କରି ହନୁମାନ ପର୍ଯ୍ୟନ୍ତ ମେଘନାଦଙ୍କୁ ରୋକିବାକୁ ସମସ୍ତେ ଅସଫଳ ହୋଇଥିଲେ। ଯୁଦ୍ଧରେ ମେଘନାଦ ହାରିବା ସମସ୍ତଙ୍କୁ ଅସମ୍ଭବ ଲାଗିଥିଲା।

ram

ସେତିକି ବେଳେ ରାବଣଙ୍କ ଭାଇବିଭୀଷଣ ଭଗବାନ ରାମଙ୍କୁ କହିଥିଲେ, ଯେତେବେଳେ ମେଘନାଦ ଯଜ୍ଞ କରୁଥିବେ, ସେତେବେଳେ ତାଙ୍କ ପାଖରେ କୌଣସି ଅସ୍ତ୍ର ନଥାଏ, ମେଘନାଦଙ୍କୁ ମାରିବାର ସବୁର୍ଣ୍ଣ ସୁଯୋଗ। କିନ୍ତୁ ଏପରି ଚାଲ୍‌ରୁ ମେଘନାଦ ବଞ୍ଚିଯାଇଥିଲେ, ପରେ ରଣଭୂମିରେ ଲକ୍ଷଣଙ୍କ ହାତରେ ତାଙ୍କ ଜୀବନ ଚାଲିଯାଇଥିଲା। କେବଳ ଲକ୍ଷଣ ମେଘନାଦଙ୍କୁ ମାରିପାରିବେ ବୋଲି ଅଗସ୍ତ୍ୟ ମୁନି ରାମଙ୍କୁ କହିଥିଲେ। ବରଦାନ ସମୟରେ ବ୍ରହ୍ମା କହିଥିଲେ, ମେଘନାଦରକୁ କେବଳ ସେହି ଯୋଦ୍ଧା ମାରିପାରିବ, ଯିଏ ୧୪ ବର୍ଷ ପର୍ଯ୍ୟନ୍ତ ଶୋଇନଥିବ। ଆଉ ଲକ୍ଷ୍ମଣ ହେଉଛନ୍ତି ସେହି ଯୋଦ୍ଧା ଯିଏକି ୧୪ ବର୍ଷ ଯାଏଁ ଶୋଇନଥିଲେ। ତେଣୁ ଲକ୍ଷଣ ହିଁ ମେଘନାଦକୁ ବଧ କରିପାରିଥିଲେ।

Leave A Reply

Your email address will not be published.