ପାଠପଢା ସମୟରେ କଲେଜରୁ ବହିଷ୍କୃତ ହୋଇଥିଲେ ନେତାଜୀ, ଜାଣନ୍ତୁ କଣ ଥିଲା ଏହା ପଛର କାରଣ

‘ମୋତେ ରକ୍ତ ଦିଅ ମୁଁ ତମକୁ ସ୍ୱାଧୀନତା ଦେବି’ ଓ ‘ଦିଲ୍ଲୀ ଚଲୋ’ ପରି ଜର୍ଜରିତ ସ୍ୱରରେ କମ୍ପୁଥିଲା ଯାହାର ସ୍ୱର, ଆଜାଦ ହିନ୍ଦ ପରି ଦଳ ଗଢି ଯିଏ ସ୍ବପ୍ନ ଦେଖିଥିଲେ ସ୍ୱାଧୀନ ଭାରତର, ଯାହାଙ୍କ ଅସୀମ ଦେଶ ପ୍ରେମ ତାଙ୍କୁ ଭାରତ ମାତାର ସୁଯୋଗ୍ୟ ସନ୍ତାନ ହେବାର ପରିଚୟ ଦେଇଥିଲା । ସେ ଆଉ କେହି ନୁହନ୍ତି । ସେ ହେଉଛନ୍ତି ନେତାଜୀ ସୁବାସ ଚନ୍ଦ୍ର ବୋଷ । ପୂରା ନାଁ ଅପେକ୍ଷା ନେତାଜୀ ଭାବେ ସେ ଅଧିକ ପରିଚିତ । ୧୮୯୭ ମସିହା ଜାନୁଆରୀ ମାସ ୨୩ ତାରିଖରେ ଓଡ଼ିଶାର କଟକ ଠାରେ ଜନ୍ମ ନିଅନ୍ତି ଭାରତର ଏହି ମୁକ୍ତିସଂଗ୍ରାମୀ । ପିତା ଜାନକୀ ନାଥ ବୋଷ ଓ ପ୍ରଭାବତୀ ବୋଷଙ୍କ ଔରସରୁ ଜନ୍ମ ନିଅନ୍ତି ସୁବାଷ ।

netaji

ଏକ ପ୍ରଭାବଶାଳୀ ଓକିଲ ପରିବାରରେ ଜନ୍ମ ହୋଇଥିବା ସୁବାଷଙ୍କ ସ୍କୁଲ ପାଠପଢା ଆରମ୍ଭ ହୁଏ କଟକ ସ୍ଥିତ ସ୍ଟୁୱାର୍ଟ ସ୍କୁଲରେ । ପରେ ରେଭେନ୍ସା କଲିଜିଏଟ ପୂରା ହୋଇଥିଲା ସ୍କୁଲ ପାଠପଢା । କଲିକତା ପ୍ରେସିଡେନ୍ସି କଲେଜରେ ପଢ଼ୁଥିବା ସମୟରେ ବିଭିନ୍ନ ସ୍ୱାଧୀନ ଆନ୍ଦୋଳନରେ ଅଂଶଗ୍ରହଣ କାରଣରୁ ତାଙ୍କୁ କଲେଜରୁ ବହିଷ୍କାର ହେବାକୁ ପଡିଥିଲା । ପରେ ‘ସ୍କଟିସ କଲେଜ’ରୁ ନିଜ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରେ ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ତାଙ୍କୁ ଲଣ୍ଡନ ସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା । ୧୯୨୦ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ । ହୃଦୟ ଭିତରେ ଥିବା ଗଭୀର ଦେଶପ୍ରେମ ତାଙ୍କୁ ଅଧିକ ଦିନ ପାଇଁ ବଡ଼ ଚାକିରିର ମୋହରେ ବାନ୍ଧି ରଖି ପାରି ନଥିଲା । ଚାକିରୀ ଛାଡି ଭାରତ ମାତାର ସେବା କରିବା ପାଇଁ ନିଜ ମାତୃଭୂମିକୁ ଫେରି ଆସିଥିଲେ ।

ସେହି ବର୍ଷ ଗାନ୍ଧୀଙ୍କ ଡକରାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି କ୍ରାନ୍ତିକାରୀ ପୁରୁଷ ଭାରତର ସ୍ୱତନ୍ତ୍ରତା ଆନ୍ଦୋଳନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପଶ୍ଚିମି ଶକ୍ତି ବିରୋଧରେ ଭାରତର ଏକ ରାଷ୍ଟ୍ରୀୟ ଦଳର ନେତୃତ୍ୱ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.