ନେତାଜୀଙ୍କ ମୁଖନିଃସୃତ ଏହି କ୍ରାନ୍ତିକାରୀ ସ୍ଲୋଗାନ୍‌ ଆଜି ବି ଭାରତୀୟଙ୍କ ଜନମାନସରେ ଜାଗ୍ରତ କରୁଛି ଦେଶପ୍ରେମ

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଆଜିର ଦିନରେ କଟକ ଜିଲ୍ଲାରେ ସୁଭାଷ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ଜନ ନାୟକ। ସେ ଇଂରେଜମାନଙ୍କ ସହ ଲଢ଼େଇ କରିବାକୁ ଆଜାଦ ହିନ୍ଦ୍‌ ଫୌଜ ନାମକ ଦଳ ଗଠନ କରିଥିଲେ। ତାଙ୍କର ଏମିତି ଅନେକ ପ୍ରେରଣାଦାୟୀ ବାର୍ତ୍ତା ରହିଛି ଯାହାକୁ ଶୁଣିବା ପରେ ସ୍ୱତଃପ୍ରବୃତ୍ତ ଭାବେ ମନରେ ଦେଶଭକ୍ତି ଜାଗ୍ରତ ହୋଇଉଠିବ। ଆସନ୍ତୁ ଜାଣିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୁଖନିଃସୃତ କେତେକ ଲୋକପ୍ରିୟ ସ୍ଲୋଗାନ୍‌…

Image result for netaji

  • ନିଜ ସ୍ୱାଧୀନତାର ମୂଲ୍ୟ ନିଜ ରକ୍ତ ଦେଇ ସୁଝିବା ଆମ ଦାୟିତ୍ୱ। ଯେଉଁ ସ୍ୱାଧୀନତା ଆମେ ନିଜ ତ୍ୟାଗ ଓ ବଳିଦାନରୁ ହାସଲ କରିବା ତାହାକୁ ଆମେ ନିଜ ଶକ୍ତି ବଳରେ ସୁରକ୍ଷିତ ମଧ୍ୟ ରଖିପାରିବା।
  • କେବଳ ଆଲୋଚନାରେ ଦୁନିଆରେ କେବେ ବି ବାସ୍ତବିକ ପରିବର୍ତ୍ତନ କରାଯାଇପାରିବ ନାହିଁ।
  • ଆଜି ଆମର କେବଳ ଗୋଟିଏ ଇଚ୍ଛା ହେବା ଆବଶ୍ୟକ। ନିଜ ଜୀବନ ଦେବା ଇଚ୍ଛା, ଫଳରେ ଭାରତ ଜିନ୍ଦାବାଦ ରହିବ।
  • ଭାରତର ଭାଗ୍ୟକୁ ନେଇ ନିରାଶା ହୁଅନ୍ତୁ ନାହିଁ। ପୃଥିବୀରେ ଏମିତି କୌଣସ ଶକ୍ତି ନାହିଁ ଯିଏ ଭାରତକୁ ବନ୍ଦୀ କରି ରଖିପାରିବ। ଭାରତ ସ୍ୱାଧୀନ ହେବ ଓ ଖୁବ୍‌ଶୀଘ୍ର ହେବ।

Image result for netaji

  • ମନେ ରଖନ୍ତୁ, ଅନ୍ୟାୟ ଓ ଭୁଲ ସହ ସାଲିସ କରିବା ଠାରୁ ବଡ଼ ଅପରାଧ ଆଉ କିଛି ନୁହେଁ।
  • ସ୍ୱାଧୀନତା ଦିଆଯାଏନି, ଛଡ଼ାଇ ଆଣିବାକୁ ପଡ଼ିଥାଏ।
  • ଜୀବନରେ କିଛି ସଂଘର୍ଷ ଓ ରିସ୍କ ନଥିଲେ ଜୀବନର ଅଧା ମଜା ଏମିତି ହିଁ ସରିଯାଏ।
  • କୌଣସି ଚିନ୍ତାଧାରା ପାଇଁ ଯଦି କେହି ପ୍ରାଣବଳୀ ହେଉଛି ତେବେ ତାଙ୍କ ମୃତ୍ୟୁ ପରେ ସେହି ଚିନ୍ତାଧାରା ହଜାର ହଜାର ଲୋକଙ୍କ ମଧ୍ୟରେ ବ୍ୟାପୀଯାଏ।
  • ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି।
  • ଲୋକମାନେ ଟଙ୍କା ଓ ଜିନିଷ ବଦଳରେ କେବଳ ବିଜୟ ବା ସ୍ୱାଧୀନତା ଲାଭ କରିପାରିବେ ନାହିଁ। ଆମ ମନରେ ଦୃଢ଼ ଇଚ୍ଛାଶକ୍ତି ଥିବା ଆବଶ୍ୟକ ଯାହା ଆମକୁ ସାହସିକତାର ସହ କାମ କରିବାକୁ ପ୍ରେରଣା ଦେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.