ଚାଣକ୍ୟ ନୀତି : ଭୁଲରେ ବି ଏହି ୫ କଥା କାହା ଆଗରେ କୁହନ୍ତୁ ନାହିଁ, ଖୁସି ଜୀବନ ହୋଇଯିବ ବରବାଦ

ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ କୁଟନୀତିଜ୍ଞ ଆଚାର୍ଯ୍ୟା ଚାଣକ୍ୟ ସଫଳ ଓ ସୁଖଦ ଜୀବନ ପାଇଁ କିଛି ଖାସ୍‌ କଥା କହିଛନ୍ତି । ଏହି କଥା ବ୍ୟକ୍ତିକୁ ଖରାପ ସମୟରେ ସାହାଯ୍ୟ କରିଥାଏ । ଏଥିସହିତ ସଂକଟରୁ ମଧ୍ୟ ରକ୍ଷା କରିଥାଏ । ଯେଉଁ ଲୋକ ଏହି କଥାକୁ ପାଳନ କରନ୍ତି, ସେମାନଙ୍କ ଜୀବନ ସଫଳ ହୋଇଥାଏ । ଜୀବନରେ ସଫଳ ହେବା ପାଇଁ ଚାଣକ୍ୟଙ୍କ ଏହି କଥା ଉପରେ ବିଚାର କରିବା ଜରୁରୀ ।

ଏହି ୫ ଜିନିଷକୁ ସର୍ବଦା ରଖନ୍ତୁ ଗୁପ୍ତରେ-

• ଆୟ : ନିଜର ଆୟ ସମ୍ପର୍କରେ ନିଜର ପରିବାର ଠାରୁ ମଧ୍ୟ ଗୁପ୍ତ ରଖିବା କଥା । ଧର୍ମ କର୍ମ କାମରେ ଖର୍ଚ୍ଚ କରୁଥିବା ଅର୍ଥ ସମ୍ପର୍କରେ କହିବା କଥା ନୁହେଁ । ଏମିତି କରିବା ଦ୍ୱାରା ଏହାର ପୂଣ୍ୟ ମିଳିନଥାଏ ।

• ଦୁର୍ବଳତା : ନିଜର ଦୁର୍ବଳତା ସମ୍ପର୍କରେ କାହାକୁ କହିବା କଥା ନୁହେଁ । ଏହାଯୋଗୁ ଆପଣଙ୍କର ବଦନାମୀ ହୋଇପାରେ । ଲୋକେ ଏହାର ଫାଇଦା ଉଠାଇପାରନ୍ତି ।

• ଦାନ : ଗୁପ୍ତ ଦାନ ମହା ଦାନ କୁହାଯାଇଥାଏ । ସେହି ଦାନର ପୂଣ୍ୟ ଫଳ ମିଳିଥାଏ ଯାହା ନିସ୍ୱାର୍ଥ ଭାବେ କରାଯାଏ । ଏହାକୁ ଜାଣିବାକୁ ଦିଅନ୍ତୁ ନାହିଁ ।

• ମନ୍ତ୍ର : କିଛି ବିଶେଷ ମନ୍ତ୍ର ଦ୍ୱାରା ଯଦି ଆପଣ ଇଶ୍ୱରଙ୍କୁ ଆରାଧନା କରୁଛନ୍ତି ତ ଏହାକୁ ଅନ୍ୟ ସହ ସେୟାର କରନ୍ତୁ ନାହିଁ । ଅନ୍ୟ ବ୍ୟକ୍ତି ଜାଣିବା ଦ୍ୱାରା ଏହାର ପ୍ରଭାବ କମିଯାଇଥାଏ ।

• ବୈବାହିକ ସମ୍ବନ୍ଧ : ବୈବାହିକ ଜୀବନର କଥା ଯେତେ ଗୁପ୍ତ ରଖିବା ସେତେ ଭଲ । ଗୁପ୍ତ ରଖିଲେ ଜୀବନ ସୁଖରେ କଟିଥାଏ । ବିଶେଷକରି ଶାରୀରିକ ସମ୍ପର୍କ ଅନ୍ୟ ବ୍ୟକ୍ତି ଜାଣିଲେ ମାନ ସମ୍ମାନ ନଷ୍ଟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.