ଶାଳଗ୍ରାମକୁ ଏପରି ପୂଜା କଲେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ, ଘରେ ବଢ଼ିଥାଏ ଧନ-ବୈଭବ

ଯେକୌଣସି ଦେବଦେବୀଙ୍କୁ ଆପଣ ପୂଜା କରନ୍ତୁ , ସେହି ପୂଜାରେ କିଛି ନିୟମ ରହିଥାଏ। ଯାହାକୁ ମାନି ପୂଜା କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ର ସନ୍ନ ହୋଇଥାନ୍ତି। ଏମିତିରେ ଆମେ ସମସ୍ତ ଦେବଦେବୀଙ୍କ ସ୍ୱରୂପ କୁ ମୂର୍ତ୍ତି ଆକାରରେ ଦେଖିଛେ। ତେବେ ବି ଆପଣ ଭଗବାନ ବିଷ୍ଣୁଙ୍କର ଅବତାର ଶାଳଗ୍ରାମକୁ ଦେଖିଥିବେ ନିଶ୍ଚିତ। ଏହା ଦେଖିବାକୁ ଅବିକଳ ପଥର ସଦୃଶ। ତେବେ ଶାଳଗ୍ରାମକୁ ସମସ୍ତଙ୍କ ଘରେ ପୂଜା କରାଯାଏ ନାହିଁ। ବିଶେଷ କରି ଏହାକୁ ବ୍ରାହ୍ମଣ ପରିବାରରେ ପୂଜା କରାଯାଏ। ଆଉ ଏହାକୁ ପୂଜା କରିବାର ସ୍ୱତନ୍ତ୍ର ରୀତିନୀତି ମଧ୍ୟ ରହିଛି ।

ମନମୁଖି ଏହାକୁ ସମସ୍ତେ ପୂଜା କରିପାରିବେ ନାହିଁ। ଶାଳଗ୍ରାମ ପୂଜା କରିବାର କିଛି ବିଧି ରହିଛି। ଯାହାକୁ ହୁଏତ ସମସ୍ତେ ଜାଣିନାହାନ୍ତି। ଆଜି ଆମେ ଏହି ଭିଡ଼ିଓରେ ତାହା ସମ୍ପର୍କରେ କହିବୁ। ଏହି ନିୟମକୁ ପାଳନ କରିବା ଉଚିତ।

ଏହାକୁ ଏକ ଜଳ ପୂର୍ଣ୍ଣ ପାତ୍ରରେ ଦେବୀ ତୁଳସୀଙ୍କ ସହ ରଖାଯାଏ।କୁହାଯାଏ ଯେ ଯଦି ଶାଳଗ୍ରାମ ପୂଜା ସମୟରେ କିଛି ଭୁଲ ହୋଇଯାଏ ତେବେ ମାତା ଲକ୍ଷ୍ମୀ ରାଗିଯାନ୍ତି। ମାନ୍ୟତା ରହିଛି ଯେ ଦେବୀ ବୃନ୍ଦାବତୀ ଙ୍କ ଅଭିଶାପରୁ ବିଷ୍ଣୁଦେବ ପଥର ପାଲଟିଯାଇଥିଲେ।

ଭଗବାନ ବିଷ୍ଣୁଙ୍କର ସମସ୍ତ ସ୍ବରୂପ ପୂଜା କରାଯାଇଥାଏ। ଏହା ମଧ୍ୟରେ ଏକ ରୂପ ହେଉଛି ଶାଳଗ୍ରାମ। ଏହାକୁ ପୂଜା କରିବା ଦ୍ବାରା ଶ୍ରୀ ହରି ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରାଯାଇଥାଏ। ଏହି ରୂପରେ ଭଗବାନ କଳା ରଙ୍ଗର ଚିକ୍କଣ ପଥର ରୂପେ ନଜର ଆସିଥାନ୍ତି। ଏହି ଶାଳଗ୍ରାମ ପଥର ନେପାଳରେ ଅବସ୍ଥିତ ଗଣ୍ଡକି ନଦୀ କୂଳରୁ ମିଳିଥାଏ। ଏହି ନଦୀ ତୁଳସୀଙ୍କ ସ୍ବରୂପ ମାନତ୍ୟା ରହିଛି। ଏହି କାରଣରୁ ଶାଳଗ୍ରାମ ପୂଜା କରିବା ସମୟରେ ତୁଳସୀ ଅର୍ପଣ କଲେ ଭଗବାନ ଜଲଦି ପ୍ରସନ୍ନ ହୋଇଥାନ୍ତି।

ଶାଳଗ୍ରାମର ବିଶେଷ କଥା:
ଶାସ୍ତ୍ରରେ ମାନ୍ୟତା ରହିଛି ଘରେ କେବଳ ଗୋଟେ ହିଁ ଶାଳଗ୍ରାମ ରହିବା ଉଚିତ। ଏହାକୁ ବିନା ସ୍ନାନ କରି ଛୁଇଁବା ଅନୁଚିତ। ଏହାକୁ ପୂଜା କରିବା ସମୟରେ ମନ ଶୁଦ୍ଧ ବା ନିର୍ମଳ ରଖିବା ଉଚିତ। ଶାଳଗ୍ରାମ ପୂଜାରେ ତୁଳସୀ ଲାଗି କରିବା ଦ୍ବାରା ଧନ-ବୈଭବ ପ୍ରାପ୍ତି ହୋଇଥାଏ।

ଏପରି ପୂଜା କରନ୍ତୁ:
ଶାଳଗ୍ରାମ ପୂଜା କରିବା ପୂର୍ବରୁ ଏହାକୁ ଧୋଇ ତା ଉପରେ ଚନ୍ଦନ ଲଗାନ୍ତୁ। ଏହା ପରେ ଫୁଲ ଓ ତୁଳସୀ ଅର୍ପଣ କରି ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ। ଏହାକୁ ପୂଜା କରିବା ପାଇଁ ସର୍ବଦା ଘର ସଫା ରଖିବା ଉଚିତ। ଏଥି ସହିତ ଏହାକୁ ବିଷ୍ଣୁଙ୍କ ପ୍ରତିମା ନିକଟରେ ରଖିବା ଦ୍ବାରା ଅଧିକ ଫଳଦାୟକ ହୋଇଥାଏ। ଏପରି ବିଶ୍ବାସ ମଧ୍ୟ ରହିଛି ଯେଉଁଠାରେ ପ୍ରତ୍ୟେକ ଦିନ ଶାଳଗ୍ରାମ ପୂଜା କରାଯାଇଥାଏ ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଗୁରୁବାର ଦିନ ଶାଳଗ୍ରାମଙ୍କ ପୂଜା କରିବା ଦ୍ବାରା ମଣିଷ ଜୀବନର ସମସ୍ତ ପାପ ଧୋଇ ହୋଇଯାଏ।

Leave A Reply

Your email address will not be published.