ବ୍ଲାକ୍ ହୋଲ୍ ରହସ୍ୟ, ପ୍ରତି ସେକେଣ୍ଡରେ ରାକ୍ଷସ ଭଳି ଗିଳି ଦେଉଛି ପୃଥିବୀ ପରି ବଡ଼ ବଡ଼ ଗ୍ରହ

ବ୍ଲାକ୍ ହୋଲ୍ ବିଷୟରେ ଆପଣ ହୁଏତ ଅନେକ କଥା ଶୁଣିଥିବେ। ଯାହାକୁ ନେଇ ଲୁଚି ରହିଛି ଅନେକ ରହସ୍ୟ। ଏମିତିକି କିଛି ଅଜବ ତଥ୍ୟ ମଧ୍ୟ ସମ୍ନାକୁ ଆସିଛି। ଯାହାକୁ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ବ୍ଲାକ୍ ହୋଲ୍ କୁଆଡେ ଏବେ ଗ୍ରହ ସବୁକୁ ଖାଇ ଯାଉଛି। ଅଷ୍ଟ୍ରେଲିୟା ନ୍ୟାସନାଲ୍ ୟୁନିଭରସିଟି (ANU) ର ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ବ୍ଲାକ୍ ହୋଲ୍ ବର୍ତ୍ତମାନ ଅଧିକ ବଡ଼ ହେବାରେ ଲାଗିଲାଣି। ଏହା ଏତେ ବଡ ଯେ ଏହା ଆମ ସୌର ଜଗତରେ ସବୁ ଗ୍ରହମାନଙ୍କ କକ୍ଷପଥକୁ ମାଡ଼ି ଯାଇ ପାରିବ।

Black whole
picture credit – amarujala

ବୈଜ୍ଞାନିକ ଦ୍ରୁତ ଗତିରେ ବଢୁଥିବା ବ୍ଲାକ୍ ହୋଲ୍ ଆବିଷ୍କାର କରିଛନ୍ତି। ଏହି ବ୍ଲାକ୍ ହୋଲ୍ ଏତେ ବିଶାଳ ଯେ ପ୍ରତି ସେକେଣ୍ଡରେ, ଆମ ପୃଥିବୀ ପରି ଗ୍ରହଗୁଡିକୁ ଗିଳି ଯାଉଛନ୍ତି। କେବଳ ଏତିକି ନୁହେଁ, ଏହି ନୂଆ ବ୍ଲାକ୍ ହୋଲ୍ ଆମ ଗାଲାକ୍ସିର ସମୁଦାୟ ଆଲୋକ ଅପେକ୍ଷା ଏକ ହଜାର ଗୁଣ ଅଧିକ ଉଜ୍ଜ୍ୱଳ।

ARXIV ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ମହାକାଶ ବୈଜ୍ଞାନିକମାନେ ଗତ ନଅ ବିଲିୟନ ବର୍ଷ ମଧ୍ୟରେ ଦ୍ରୁତତମ ବୃଦ୍ଧି ପାଉଥିବା ବ୍ଲାକ୍ ହୋଲକୁ ପ୍ରଥମ ଥର ପାଇଁ ଚିହ୍ନଟ କରିଛନ୍ତି। ଏହାର ଆକାର ସୂର୍ଯ୍ୟଙ୍କ ତୁଳନାରେ ପ୍ରାୟ ୩ ବିଲିୟନ ଗୁଣ ଅଧିକ। ବୈଜ୍ଞାନିକଙ୍କ ଅନୁଯାୟୀ ଏହା ଏତେ ବଡ ଯେ ଏହା ଆମ ସୌର ମଣ୍ଡଳର ପ୍ରାୟ ସବୁ ଗ୍ରହକୁ ନିଜ ଆଡକୁ ଟାଣି ଆଣିପାରିବ।

ପ୍ରସିଦ୍ଧ ଗବେଷକ ଡ଼.କ୍ରିଷ୍ଟୋଫର ଅନକେନ୍ କହିଛନ୍ତି ଯେ, ପ୍ରାୟ ୫୦ ବର୍ଷ ହେବ ଏହି ବ୍ଲାକ୍ ହୋଲ୍ ନିକଟ ଦେଇ ଯାହା ବି ଅତିକ୍ରମ କରେ ସେ ସବୁ ନିଜ ଆଡ଼କୁ ନେଇଯାଏ। ତେବେ ଏହି ବ୍ଲାକ୍ ହୋଲ୍ ସବୁଠୁ ଭିନ୍ନ। ଏହା କାହିଁକି ଅଲଗା ବୋଲି ସେମାନେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି। ଏହି ବ୍ଲାକ୍ ହୋଲ୍ ଚଳିତ ବର୍ଷ ସ୍ୱତନ୍ତ୍ର ପ୍ରକାରର ତାରା ଖୋଜିବା ସମୟରେ ମିଳିଥିଲା।

ସେହି ବର୍ଷ, ଗବେଷକମାନେ ଆମ ଗାଲାକ୍ସିରେ ସାଗିଟାରିଅସ A ନାମକ ଏକ ବ୍ଲାକ୍ ହୋଲ୍ ରିସର୍ଚ୍ଚ କଲେ ଯାହା ୫୦୦ ଗୁଣ ଅଧିକ ବଡ଼। ଖାଲି ସେତିକି ତାରାମାନଙ୍କ ଅପେକ୍ଷା ଏହି ବ୍ଲାକ ହୋଲ୍ ସାତଗୁଣ ଉଜ୍ଜ୍ୱଳ। ଅଙ୍କେନ୍ କହିଛନ୍ତି ଯେ ଦୁଇଟି ଗ୍ୟାଲେକ୍ସି ଧକ୍କା ହୋଇଥାଇପାରେ। ଏହି କାରଣରୁ, ବ୍ଲାକ୍ ହୋଲ୍ ଭିତରେ ସବୁ ଗ୍ରହ ରହିବା ପାଇଁ ଅନେକ ଜାଗା ଅଛି। ଯେଉଁଥିପାଇଁ ଏହା ବହୁତ ଉଜ୍ଜ୍ୱଳ ହୋଇଯାଇଛି।

ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ଯେ ଏହାର ବିରାଟ ଆକାର ପଛରେ ଗୋଟିଏ କାରଣ ହୋଇପାରେ ଯେ ଦୁଇଟି ବଡ଼ ଗ୍ୟାଲେକ୍ସି ଧକ୍କା ହୋଇ ଏହି ବ୍ଲାକ୍ ହୋଲ୍ ତିଆରି ହୋଇଛି ଯେଉଁଥିପାଇଁ ସେ ସବୁ ବଡ଼ ପଦାର୍ଥକୁ ଗିଳିଦେଇ ପାରିବ। ଏହା ଛଡ଼ା ଏତେ ଉଚ୍ଚ ମାଧ୍ୟାକର୍ଷଣ କ୍ଷେତ୍ର ସହିତ ଷ୍ଟାର୍ ଗୁଡ଼ିଙ୍କର ମୃତ୍ୟୁ ମଧ୍ୟ ବ୍ଲାକ ହୋଲ୍ ସୃଷ୍ଟି କରେ, ଯାହା ମୃତ ତାରାଙ୍କ ଆଲୋକକୁ ମଧ୍ୟ ନେଇଯାଏ ଓ ଏହି ବ୍ଲାକ୍ ହୋଲ୍ ବଡ଼ ହୋଇଯାଏ। ତେବେ ଏହା ପୃଥିବୀ ଠାରୁ କେତେ ଦୂରରେ ରହିଛି ତାହା ଜଣା ପଡିନାହିଁ। କିନ୍ତୁ ଏହା ଛୋଟ ଛୋଟ ଗ୍ରହ ସବୁ ନିଜ ଆଡକୁ ନେଇ ଯାଉଛି। ଯେତେବେଳେ କୌଣସି ମହାଜାଗତିକ ଦୃଶ୍ୟ ଆପଣ ଦେଖି ଥାଆନ୍ତି, ତାହା ମଧ୍ୟ ଏହି ବ୍ଲାକ ହୋଲ୍ ପାଇଁ ହୋଇଥାଏ ବୋଲି ବୈଜ୍ଞାନିକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.