ସମୁଦ୍ର ଭିତରେ ଟନ ଟନ ମାଟି ପକାଇ ନିର୍ମାଣ ହେବାକୁ ଯାଉଛି ନୂତନ ସହର

ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନ ଖୋଜୁଥିବାବେଳେ ଗୋଟିଏ ଦେଶ ନିଜେ ସମୁଦ୍ରରେ ମାଟି ପକାଇ ଏକ ନୂତନ ସହର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। କଥାଟି ଅସମ୍ଭବ ଲାଗୁଥିଲେ ବି ସତ । ଲକ୍ଷ ଲକ୍ଷ ଟନର ମାଟି ପକାଇ ଗଢ଼ାଯିବ ନୂଆ ସହର । ଏହି ସହରରେ ୩୫ ହଜାର ଲୋକ ବାସ କରିବାକୁ ସକ୍ଷମ ହେବେ,ଏଠାରେ ଅତ୍ୟାଧୁନିକ ସହରର ସମସ୍ତ ସୁବିଧା ଉପଲବ୍ଧ ହେବ । ଡେନମାର୍କର କୋପେନହେଗନ୍ ବନ୍ଦରକୁ ସୁମୁଦ୍ର ପତ୍ତନରୁ ରକ୍ଷା କରିବା ପାଇଁ କୃତ୍ରିମ ଦ୍ୱୀପ ନିର୍ମାଣ କରାଯାଉଥିବା ସୂଚନା ମିଳିଛି । ଯୋଜନା ଅନୁସାରେ ଲିନେଟହୋମ ନାମକ ଏକ ବିଶାଳ ଦ୍ୱୀପକୁ ରିଙ୍ଗରୋଡ, ଟନଲ ଓ ମେଟ୍ରୋ ଲାଇନ ମାଧ୍ୟମରେ ଡେନମାର୍କର ରାଜଧାନୀ କୋପେନହେଗନ ସହ ଯୋଡ଼ାଯିବ ।

ଯାହାର ଆକାର ୨.୬ ବର୍ଗ କିଲୋମିଟର ରହିବ । ଏହି ପ୍ରକଳ୍ପର କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହା ସହିତ ଏହା ରିଙ୍ଗରୋଡ୍, ଟନେଲ୍, ମେଟ୍ରୋ ମାଧ୍ୟମରେ ଦେଶର ରାଜଧାନୀ ସହିତ ମଧ୍ୟ ସଂଯୋଗ କରାଯିବ । ଦି ଲୋକାଲ୍ ଡି.କେ ୱେବସାଇଟ୍ ଅନୁଯାୟୀ ଏହି ପ୍ରକଳ୍ପକୁ ଡେନମାର୍କର ସଂସଦ ମଧ୍ୟ ଅନୁମୋଦନ କରିସାରିଲେଣି । ଏହା ସହିତ ଏହାର ମୂଳଦୁଆ ୨୦୩୫ ସୁଦ୍ଧା ନିର୍ମାଣ ହେବାର ସମ୍ଭାବନା ରହିଥିବାବେଳେ ୨୦୭୦ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ ହେବାର ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ସମୁଦ୍ରରେ ନିର୍ମିତ ଏହି କୃତ୍ରିମ ଦ୍ୱୀପକୁ ନେଇ ପରିବେଶବିତ୍ ମାନେ ଚିନ୍ତିତ ଅଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପ ନିର୍ମାଣ ପାଇଁ କଞ୍ଚାମାଲ ପରିବହନ କରୁଥିବା ଶହ ଶହ ଟ୍ରକ୍ ପ୍ରତିଦିନ କୋପେନହେଗନ ଦେଇ ଯିବ ଯାହା ଏଠାରେ ଅଧିକ ମାତ୍ରାରେ ପ୍ରଦୂଷଣ ବୃଦ୍ଧି କରିବ। ଏଥିସହ ଦ୍ୱୀପ ଗଠନ ବେଳେ ସମୁଦ୍ର ଇକୋସିଷ୍ଟମ ଏବଂ ଜଳର ଗୁଣବତ୍ତା ଉପରେ ପ୍ରଭାବ ମଧ୍ୟ ପକାଇପାରେ । ତେଣୁ ପରିବେଶବିତ ମାନେ ଏହି ପ୍ରକଳ୍ପକୁ ବିରୋଧ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.